Advertisment

ୟୁକ୍ରେନ ମହିଳାଙ୍କୁ ଡେଟିଂ ପାଇଁ ଡାକୁଛନ୍ତି ରୁଷିଆ ସୈନ୍ୟ !

ୟୁକ୍ରେନ୍‌ରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ୟୁକ୍ରେନ୍‌ର ଜଣେ ମହିଳା କହିଛନ୍ତି ଯେ, ରୁଷିଆର ସୈନିକମାନେ ଟିଣ୍ଡର (Tinder ) ଆପ୍‌ରେ ତାଙ୍କୁ Flirt କରୁଛନ୍ତି ।

ଅଦ୍ୟତନ ହୋଇଛି
Russia Ukraine war Ukrainian women claim Russian soldiers offer request for date on tinder

Russia Ukraine war Ukrainian women claim Russian soldiers offer request for date on tinder

Advertisment

ସାରା ବିଶ୍ୱରେ ବର୍ତ୍ତମାନ ଋଷିଆ-ୟୁକ୍ରେନ୍‌ ମାମଲାର ଚର୍ଚ୍ଚା ଜୋର୍‌ ଧରିଛି । ୟୁକ୍ରେନ୍‌ ବିରୋଧରେ ରୁଷିଆ ଯୁଦ୍ଧ ଘୋଷାଣା କରିଛି । ଏନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ ରୁଷିଆ ୟୁକ୍ରେନ୍‌ର କିଭ୍ ଓ ଖାରକିଭ୍‌ରେ ରୁଷିଆ ମିଜାଇଲରେ ଆକ୍ରମଣ କରିବା ଫଳରେ ୟୁକ୍ରେନ୍‌ର ରାଜଧାନୀ କିଭ୍ ସମେତ ୧୧ ଟି ସହରରେ ବିସ୍ଫୋରଣ ଘଟିଥିବାର ଥିବା ମଧ୍ୟ ସୂଚନା ମିଳିଛି । ତେବେ ଏହାରି ମଧ୍ୟରେ ୟୁକ୍ରେନ୍‌ରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି ।

Advertisment

ସୂଚନା ଅନୁସାରେ, ୟୁକ୍ରେନ୍‌ର ଜଣେ ମହିଳା କହିଛନ୍ତି ଯେ, ରୁଷିଆର ସୈନିକମାନେ ଟିଣ୍ଡର (Tinder ) ଆପ୍‌ରେ ତାଙ୍କୁ ଫ୍ଲର୍ଟି କରିବା ଉଦ୍ଦେଶ୍ୟ ରଖି ବିଭିନ୍ନ ମେସେଜ୍‌ ପଠାଉଛନ୍ତି।

ଦି ସନ୍ ନ୍ୟୁଜ୍‌ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ୟୁକ୍ରେନ୍‌ର ମହିଳାମାନଙ୍କୁ ଆକର୍ଷିତ କରିବା ପାଇଁ ଆଣ୍ଡ୍ରେଇ, ଆଲେକ୍ସଜାଣ୍ଡାର୍, ଗ୍ରେଗୋରୀ ଏବଂ ମାଇକେଲ୍‌ଡଙ୍କ ସମେତ ପ୍ରାୟ ଦଶ ଜଣ ସୈନ୍ୟ ଡେଟିଂ ଆପ୍‌ରେ ନିଜ ପ୍ରୋଫାଇଲ୍ କ୍ରିଏଟ୍‌ କରିଛନ୍ତି।

Advertisment
Russia Ukraine war Ukrainian women claim Russian soldiers offer request for date on tinder

ଏନେଇ ୩୩ ବର୍ଷିୟ ମହିଳା ଦାଶା ସିନେଲିକୋଭା କହିଛନ୍ତି ଯେ, ଗତ କିଛି ଦିନ ହେବ ଟିଣ୍ଡର ଆପ୍‌ ମାଧ୍ୟମରେ ଅନେକ ରୁଷିଆ ସୈନିକ ତାଙ୍କୁ ମେସେଜ୍ ଓ ଅନୁରୋଧ(Friend Request) ପଠାଉଛନ୍ତି ।

Russia Ukraine war Ukrainian women claim Russian soldiers offer request for date on tinder

ଏହାସହ ସେ କହିଛନ୍ତି ଯେ, ‘ମୁଁ ୟୁକ୍ରେନର ଖାରକିଭ୍‌ରେ ରହେ, କିନ୍ତୁ ଜଣେ ବନ୍ଧୁ ମୋତେ କହିଥିଲେ ଯେ ଅନେକ ରୁଷିୟ ସୈନିକ ଟିଣ୍ଡର ପ୍ଲାଟ୍‌ଫର୍ମକୁ ଆସିଛନ୍ତି । ତେଣୁ ମୁଁ ମୋର ବାସସ୍ଥଳୀ ସେଟିଂକୁ ଖାର୍କିଭରେ ବଦଳାଇ ଦେଇଥିଲି । ଯାହା ପରଠାରୁ ହିଁ ମୋତେ ରୁଷିୟ ସୈନିକମାନେ ମେସେଜ୍‌ ପଠାଇବା ଆରମ୍ଭ କରିଥିଲେ’ ।

Advertisment

ସ୍କ୍ରିନସଟ ସେୟାର କରିବାବେଳେ ମହିଳା ଜଣକ ଦାବି କରିଛନ୍ତି ରୁଷିଆର ସୈନିକମାନେ ଫ୍ଲର୍ଟ କରିବା ଲକ୍ଷ୍ୟରେ ସୋସିଆଲ ମିଡିଆରେ ତାଙ୍କ ମେସେଜ୍‌ ପଠାଉଛନ୍ତି। ଏମାନଙ୍କ ମଧ୍ୟରୁ ଏମିତି ଅନେକ ସୈନିକ ଅଛନ୍ତି ଯେଉଁମାନେ ୟୁକ୍ରେନ୍‌ ମହିଳାମାନଙ୍କୁ ନିଜ ଫଟୋ ସହ ପଦବୀ ବିଷୟରେ ସୂଚନା ପଠାଇଛନ୍ତି ।

ଦାଶା ସିନେଲିକୋଭା ୩୧ ବର୍ଷୀୟ ଆଣ୍ଡ୍ରେଇ ସହ ମେସେଜ୍‌ରେ କଥାବାର୍ତ୍ତା କରିଛନ୍ତି । ଯେଉଁଥିରେ ସେ ଆଣ୍ଡ୍ରେଇ(ରୁଷିଆ ସୈନ୍ୟ)ଙ୍କୁ ବିଭିନ୍ନ ପ୍ରଶ୍ନ କରିଛନ୍ତି ।

ଜାଣନ୍ତୁ କ’ଣ ଥିଲା ମେସେଜ୍‌

  • ମହିଳାଙ୍କ ପ୍ରଶ୍ନ - ଯେ ତୁମେ କେଉଁଠାରେ? ଆପଣ ଖାର୍କିଭରେ ଅଛନ୍ତି କି?
  • ଆଣ୍ଡ୍ରେଇଙ୍କ ଉତ୍ତର -"ଅବଶ୍ୟ ମୁଁ ଖାର୍କିଭରେ ନାହିଁ କିନ୍ତୁ ମୁଁ ୮୦ କିଲୋମିଟର ଦୂରରେ ଅଛି।"
  • ମହିଳାଙ୍କ ପ୍ରଶ୍ନ - "ଆମକୁ ଭେଟିବାକୁ ଆପଣଙ୍କର କୌଣସି ଯୋଜନା ଅଛି କି?"
  • ଆଣ୍ଡ୍ରେଇଙ୍କ ଉତ୍ତର - “ମୁଁ ଆନନ୍ଦରେ ଆସିବି ହେଲେ ୨୦୧୪ ପରଠାରୁ ୟୁକ୍ରେନରେ ରୁଷିଆର ଲୋକଙ୍କୁ ସ୍ୱାଗତ କରାଯାଇ ନାହିଁ।
  • ମହିଳାଙ୍କ ପ୍ରଶ୍ନ - "ତୁମେ କଣ କରୁଛ?" (ଆଣ୍ଡ୍ରେଇ ଏହାର କୌଣସି ପ୍ରତ୍ୟକ୍ଷ ଉତ୍ତର ଦେଇନାହାଁନ୍ତି)

ଦାଶା ଆହୁରି ମଧ୍ୟ କହିଛନ୍ତି ଯେ, ଆଣ୍ଡ୍ରେଇ ପଠାଇଥିବା ଏକ ଫଟୋରେ ରୁଷିଆ ସୈନିକଙ୍କୁ ଏକ କଠିନ ଷ୍ଟ୍ରାଇଡ୍ ପୋଷାକରେ ଦେଖିବାକୁ ମିଳିଥିଲା । ସେ ପଠାଇଥିବା ଅନ୍ୟ ଏକ ଚିତ୍ରରେ, ବ୍ୟକ୍ତି ଜଣକ ପିସ୍ତଲ ସହିତ ଖଟ ଉପରେ ଶୋଇଥିବାର ଦୃଶ୍ୟ ଥିଲା ।

ମୁଁ କଦାପି ଶତ୍ରୁଙ୍କ ସହ କଥାବାର୍ତ୍ତା କରିବାକୁ ଚିନ୍ତା ମଧ୍ୟ କରିବି ନାହିଁ । ତେଣୁ ମୁଁ ଟିଣ୍ଡରରେ ତାଙ୍କ ଅନୁରୋଧକୁ ମନା କରିଦେଇଛି । କିନ୍ତୁ ଏହିପରି ଅନେକ ଥିଲେ ଯେଉଁମାନେ ମେସେଜ୍‌ ପଠାଉଥିଲେ ।

Russia Russia-Ukraine Conflict Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ