Advertisment

ଯୁଦ୍ଧର ଭୟ ଓ ଆତଙ୍କ ମଧ୍ୟରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ

ଯୁଦ୍ଧ ଜର୍ଜରିତ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ମଧ୍ୟରୁ ୪୬୯ ଜଣ ସ୍ୱଦେଶ ଫେରିଛନ୍ତି। ସ୍ୱଦେଶ ଫେରିଥିବା ଛାତ୍ରଛାତ୍ରୀ ଓ ଭାରତୀୟଙ୍କ ମୁହଁରେ ହସ ଦେଖି ଆନନ୍ଦିତ ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି।

 Stranded Students In Ukraine

Stranded Students In Ukraine

Advertisment

ଯୁଦ୍ଧ ଜର୍ଜରିତ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ମଧ୍ୟରୁ ୪୬୯ ଜଣ ସ୍ୱଦେଶ ଫେରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ପରିଚାଳିତ ସ୍ୱତନ୍ତ୍ର ଅଭିଯାନ ଅପରେସନ ‘ଗଙ୍ଗା’ ଜରିଆରେ ଭାରତୀୟ ଛାତ୍ର ଓ ନାଗରିକଙ୍କୁ ରୋମାନିଆରୁ ଭାରତକୁ ଅଣାଯାଇଛି। ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ପ୍ରଥମେ ୨୧୯ ଜଣ ଭାରତୀୟ ଆସି ଗତ ରାତିରେ ମୁମ୍ବାଇରେ ପହଞ୍ଚିଥିଲେ।

Advertisment

ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ସେମାନଙ୍କୁ ସ୍ୱାଗତ କରିଥିଲେ। ସ୍ୱଦେଶ ଫେରିଥିବା ଛାତ୍ରଛାତ୍ରୀ ଓ ଭାରତୀୟଙ୍କ ମୁହଁରେ ହସ ଦେଖି ଆନନ୍ଦିତ ବୋଲି ଗୋଏଲ କହିଛନ୍ତି। ଯୁଦ୍ଧର ଭୟ ଓ ଆତଙ୍କ ଭିତରେ ଶନିବାର ଦିନ ୟୁକ୍ରେନରୁ ବସ୍ ଯୋଗେ ୪୭୦ ଜଣ ଭାରତୀୟ ପଡୋଶୀ ରୋମାନିଆରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୧୯ ଜଣଙ୍କୁ ଆଣି ମୁମ୍ବାଇରେ ପହଞ୍ଚିଥିଲା ଏୟାର ଇଣ୍ଡିଆ ବିମାନ। 

ଦ୍ୱିତୀୟ ପର୍ଯ୍ୟାୟରେ ରୋମାନିଆର ବୁକାରେଷ୍ଟରୁ ଆଉ ୨୫୦ ଜଣ ଭାରତୀୟଙ୍କୁ ଆଣି ଏୟାର ଇଣ୍ଡିଆ ବିମାନ ଆଜି ସକାଳୁ ଦିଲ୍ଲୀରେ ପହଞ୍ଚିଛି। ଭୋର ସମୟରେ ଏହି ବିମାନଟି ନୂଆଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା। ସେହିପରି ହଙ୍ଗେରୀର ବୁଡାପେଷ୍ଟରୁ ବାହାରିଥିବା ଅନ୍ୟ ଏକ ବିମାନ ସକାଳ ସାଢ଼େ ୮ଟାରେ ନୂଆଦିଲ୍ଲୀରେ ପହଞ୍ଚିଛି।

Advertisment

ଫସି ରହିଥିବା ଭାରତୀୟଙ୍କ ସୁରକ୍ଷିତ ଉଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କୁ ଭାରତୀୟ ଛାତ୍ରଛାତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଜଣେ ଛାତ୍ରୀ କହିଛନ୍ତି, ଆମେ ଭାରତୀୟ ଓ ଭାରତ ସରକାରଙ୍କ ପାଇଁ ଗର୍ବ କରୁ। ସରକାର ଖୁବଶୀଘ୍ର ଅନ୍ୟମାନଙ୍କୁ ବି ଉଦ୍ଧାର କରିବେ ବୋଲି ଆଶା କରଯାଉଛି। 

ଯେଉଁମାନେ ଯୁକ୍ରେନର ପଡ଼ୋଶୀ ରାଷ୍ଟ୍ର ରୋମାନିଆ ଓ ହଙ୍ଗେରୀରେ ପହଞ୍ଚିଛନ୍ତି, ସେମାନଙ୍କୁ ଉଦ୍ଧାର କରି ଅଣାଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏଥିଲାଗି ଭାରତୀୟ ଛାତ୍ରଛାତ୍ରୀମାନେ ୟୁକ୍ରେନରୁ ରୋମାନିଆ, ପୋଲାଣ୍ଡ, ହଙ୍ଗେରୀ ଅଭିମୁଖେ ଯାତ୍ରା କରୁଛନ୍ତି। ଅପରେସନ ‘ଗଙ୍ଗା’ରେ ନିୟୋଜିତ ଫ୍ଲାଇଟ୍ ଗୁଡ଼ିକ ବୋଇଂ ୭୮୭ ଶ୍ରେଣୀର ଓ ଏଥିରେ ସର୍ବାଧିକ ଯାତ୍ରୀ କ୍ଷମତା ୨୫୪ ରହିଛି। 

Advertisment
Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ