Advertisment

'କୌଣସି ଆତଙ୍କବାଦୀଠୁ କମ୍ ନୁହେଁ ଋଷ୍': ଜେଲେନସ୍କି

କୌଣସି ଆତଙ୍କବାଦୀଠୁ ବି କମ୍ ନୁହେଁ ରୁଷ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠୁ ସାଂଘାତିକ ଯୁଦ୍ଧ ଅପରାଧ ୟୁକ୍ରେନ୍‌ରେ ହିଁ କରାଯାଇଛି । ଆଜି ଜାତିସଂଘର ସୁରକ୍ଷା ପରିଷଦକୁ ସମ୍ବୋଧନ କରି ଏଭଳି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ।

ଅଦ୍ୟତନ ହୋଇଛି
Zelensky

Zelensky

Advertisment

କୌଣସି ଆତଙ୍କବାଦୀଠୁ ବି କମ୍ ନୁହେଁ ରୁଷ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠୁ ସାଂଘାତିକ ଯୁଦ୍ଧ ଅପରାଧ ୟୁକ୍ରେନ୍‌ରେ ହିଁ କରାଯାଇଛି । ଆଜି ଜାତିସଂଘର ସୁରକ୍ଷା ପରିଷଦକୁ ସମ୍ବୋଧନ କରି ଏଭଳି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି । ୟୁକ୍ରେନ୍ ଉପରେ ରୁଷ ଆକ୍ରମଣ ପରେ ପ୍ରଥମ ଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ନିଜ ବକ୍ତବ୍ୟ ରଖି ଜେଲେନସ୍କି, ୟୁକ୍ରେନରେ ରୁଷର ଦମନଲୀଳା ଓ ବିଭତ୍ସତା ସମ୍ପର୍କରେ ବିଶ୍ୱବାସୀଙ୍କୁ ଜଣାଇଛନ୍ତି ।

Advertisment

ସେ କହିଛନ୍ତି, ରୁଷ ସେନା ବୁଚା ସହରରେ ଯେଉଁ ଗଣ ନରହତ୍ୟା ସଂଘଠିତ କରିଛି, ତାହା କେଉଁ ଆତଙ୍କବାଦୀ ଆକ୍ରମଣଠୁ ବି କମ୍ ନୁହେଁ । ସେହିଭଳି ୟୁକ୍ରେନରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସମଗ୍ର ବିଶ୍ୱ ଏଯାଏଁ ସମ୍ପୂର୍ଣ୍ଣ ଅବଗତ ହୋଇନଥିବା କହିଛନ୍ତି ଜେଲେନସ୍କି । ତେଣୁ ୧୫ ଜଣିଆ ସୁରକ୍ଷା ପରିଷଦରୁ ରୁଷକୁ ବହିଷ୍କାର କରାଯାଉ। ଫଳରେ ନିଜର ଆକ୍ରମଣ ଓ ନିଜର ଯୁଦ୍ଧଖୋର ଆଭିମୁଖ୍ୟକୁ ଆଉ ରୁଷ ବିରୋଧ କରିପାରିବ ନାହିଁ।

ଯଦି ରୁଷକୁ ବହିଷ୍କାର କରିବାକୁ ଯୋଜନା କିମ୍ବା ବିକଳ୍ପ ନାହିଁ, ତା’ହେଲେ ଜାତିସଂଘ ସୁରକ୍ଷା ପରିଷଦର ଅନ୍ୟ ସଦସ୍ୟମାନେ ଏହାକୁ ବିଲୀନ ବା ଭାଙ୍ଗି ଦିଅନ୍ତୁ। ମିଳିତ ଜାତିସଂଘ ବନ୍ଦ ହୋଇଯିବା ଉଚିତ। ଆପଣମାନେ ଜାତିସଂଘକୁ ବନ୍ଦ କରିବାକୁ ରାଜି ଅଛନ୍ତି?

Advertisment

କ’ଣ ଅନ୍ତର୍ଜାତୀୟ ଆଇନର କିଛି ମୂଲ୍ୟ ନାହିଁ? ଯଦି ଆପଣମାନଙ୍କ ଉତ୍ତର ନା, ତା’ହେଲେ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି। ଏଥିସହ ରୁଷ ସେନା ବୁଚା ଓ ଅନ୍ୟ ସହରରେ ଘଟାଇଥିବା ନରସଂହାରର ଭିଡିଓ ମଧ୍ୟ ସେ ସମସ୍ତଙ୍କୁ ଦେଖାଇଛନ୍ତି। ଶହଶହ ଶବ ଭିତରେ ଛୋଟ ପିଲା ମଧ୍ୟ ରହିଥିବା ଗ୍ରାଫିକ୍ସ ଭିଡିଓରୁ ଦେଖିବାକୁ ମିଳିଛି।

ଜେଲେନସ୍କି ଆହୁରି କହିଛନ୍ତି, “ରୁଷ ସେନା ସାଧାରଣ ଲୋକଙ୍କୁ ସେମାନଙ୍କ ଆପାର୍ଟମେଣ୍ଟରେ ହତ୍ୟା କରିଛି। ସେମାନଙ୍କ ଘରକୁ ଗ୍ରେନେଡ ମାଡ଼ରେ ଉଡ଼ାଇ ଦେଇଛି। ଲୋକମାନେ କାର୍‌ରେ ଯାଉଥିବା ବେଳେ ମଝି ରାସ୍ତାରେ ଟ୍ୟାଙ୍କ ମଡ଼ାଇ ହତ୍ୟା କରାଯାଇଛି। ନିଜର ଖୁସି ପାଇଁ ସେମାନେ ଲୋକଙ୍କ ହାତ ଓ ବେକ କାଟି ଦେଇଛନ୍ତି।

Advertisment

ସେପେଟ ବୁଚା ସହରରେ ହୋଇଥିବା ଘଟଣା ପାଇଁ ରୁଷ ଉପରେ ଅଧିକ କଟକଣା ସହ ଯୁଦ୍ଧ ଅପରାଧା ମାମଲା ଦାଏର ପାଇଁ ଆହ୍ୱାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ବୁଚା ସହରରେ ୨୩୧୦ ଲୋକଙ୍କୁ ହତ୍ୟା ପରେ ମାଟି ତଳେ ପୋତି ଦିଆଯାଇଥିବା ନେଇ ଦୁଇ ଦିନ ତଳେ ଅଭିଯୋଗ କରିଥିଲା ୟୁକ୍ରେନ୍ । ତେବେ ରୁଷ ଏହି ଅଭିଯୋଗକୁ ଖଣ୍ଡନ ସହ ଏହା ପ୍ରମାଣ ହୀନ ଓ ଜାଲ ବୋଲି କହିଛି ମସ୍କୋ ।

UN Ukraine Russia War Zelensky
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ