Advertisment

ୟୁକ୍ରେନ୍‌ବାସୀଙ୍କୁ ଆଶ୍ୱସ୍ତି; ଏୟାର ଷ୍ଟ୍ରାଇକ୍ ଆକ୍ରମଣ ପୂର୍ବରୁ ସତର୍କ କରାଇବ ଗୁଗଲ୍‌

ୟୁକ୍ରେନ ବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ରୁଷ୍‌ର ଏୟାର ଷ୍ଟ୍ରାଇକ୍ ପୂର୍ବରୁ ଆଣ୍ଡ୍ରୋଏଡ ମୋବାଇଲ ବ୍ୟବହାରକାରୀଙ୍କୁ ଗୁଗଲ ପକ୍ଷରୁ ଆକ୍ରମଣ ସମ୍ପର୍କରେ ଏକ ଆଲର୍ଟ ପଠାଯିବ ।

ଅଦ୍ୟତନ ହୋଇଛି
Russia Ukraine war google will send air strike alert to android users in Ukraine

Russia Ukraine war google will send air strike alert to android users in Ukraine

Advertisment

ୟୁକ୍ରେନ ବାସୀଙ୍କ ପାଇଁ ଆଶ୍ୱସ୍ଥିକର ଖବର । ରୁଷ୍‌-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଗୁଗଲ୍ ୟୁକ୍ରେନବାସୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଯାହାକୁ ନେଇ ଗୁଗଲ୍‌ ପକ୍ଷରୁ ଘୋଷଣା କରାଯାଇଛି ଯେ, ରୁଷ୍‌ର ଏୟାର ଷ୍ଟ୍ରାଇକ୍ ପୂର୍ବରୁ ଆଣ୍ଡ୍ରୋଏଡ ମୋବାଇଲ ବ୍ୟବହାରକାରୀଙ୍କୁ ଗୁଗଲ ପକ୍ଷରୁ ଆକ୍ରମଣ ସମ୍ପର୍କରେ ଏକ ଆଲର୍ଟ ପଠାଯିବ । ଏହା ୟୁକ୍ରେନର ଲୋକଙ୍କୁ ଏୟାର ଷ୍ଟ୍ରାଇକ୍ ବିଷୟରେ ଅଗାମୀ ଆଲର୍ଟ ଦେବ ଯାହା ଫଳରେ ସେମାନଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ଆଶା କରାଯାଉଛି ।

Advertisment

ୟୁକ୍ରେନ ସରକାରଙ୍କ ଅନୁରୋଧ ପରେ ଗୁଗଲ ଏହି ସେବାର ଆରମ୍ଭ କରିବାକୁ ପଦକ୍ଷେପ ନେଇଛି । ଜିଏସଏମ ଆରେନା ଅନୁଯାୟୀ, ଗୁଗୁଲର ଏହି ନୂଆ ସେବା ଗୁଗୁଲ ପ୍ଲେ ଆପ୍‌ରେ ଖୁବ୍‌ ଶୀଘ୍ର ଉପଲବ୍ଧ ହେବ।

ଇଞ୍ଜିନିୟରିଂର କମ୍ପାନୀର ଭାଇସ ପ୍ରେସିଡେଣ୍ଟଙ୍କ ଅନୁଯାୟୀ, ଭୂକମ୍ପରେ ଯେଉଁ ସିଷ୍ଟମ ବ୍ୟବହାର ହୋଇଛି ତାହା ଏଠାରେ ବ୍ୟବହାର କରାଯିବ ।

Advertisment

ଜାତୀୟ ଗଣମାଧ୍ୟମ ଅନୁସାରେ,ପୂର୍ବରୁ ମଧ୍ୟ ଗୁଗୁଲ ୟୁକ୍ରେନ ସପକ୍ଷରେ ଅନେକ ଗୁରୁତ୍ୱପୂର୍ଣ୍ଣ ସେବା ଆରମ୍ଭ କରାଯାଇ ବନ୍ଦ କରିଦିଆଯାଇଛି। ନିକଟରେ ୟୁକ୍ରେନରେ ଗୁଗଲ କିଛି ଗୁଗଲ ମ୍ୟାପ୍ ସେବା ଗୁଡିକ ବନ୍ଦ କରିଦେଇଛି। ଯେଉଁଥିରେ ଟ୍ରାଫିକ୍ ସମ୍ପର୍କୀୟ ସୂଚନା ଏବଂ ଯାତାୟାତ ସମ୍ବନ୍ଧୀୟ ସୂଚନା ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଏହି ତଥ୍ୟକୁ ସାମରିକ ଗୁପ୍ତଚରମାନେ ୟୁକ୍ରେନ ବିରୁଦ୍ଧରେ ବ୍ୟବହାର କରିପାରିବେ ଏହି ଆଶଙ୍କାରେ ଗୁଗଲ ଏହି ସେବାଗୁଡିକୁ ବନ୍ଦ କରିଦେଇଛି ।

ଅନ୍ୟପକ୍ଷେ,ୟୁକ୍ରେନ୍‌ରେ ଆକ୍ରମଣକୁ ନେଇ ସୋସିଆଲ୍ ମିଡିଆରେ ପ୍ରସାରିତ ଭିଡିଓ ଗୁଡିକକୁ ନେଇ ଗୁଗଲ ସମେତ ଅନେକ ପ୍ରମୁଖ କମ୍ପାନୀମାନେ ରୁଷ୍‌ର ଗଣମାଧ୍ୟମକୁ ଗୁଗଲ ସେବା ବ୍ୟବହାର ନକରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । ଫଳରେ ସେମାନେ ସୋସିଆଲ୍‌ ମିଡିଆରେ ହିଂସାତ୍ମକ ଭିଡିଓ ତଥା ଭୁଲ ତଥ୍ୟ ସେୟାର କରିପାରି ନଥିଲେ । 

Advertisment
Google Google Play Store Russia Ukraine Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ