Advertisment

ଋଷିଆ କରୁଛି ଘନ ଘନ ବୋମାମାଡ଼: ତଥାପି ହାର୍‌ ମାନିନି ୟୁକ୍ରେନ, ଜବାବ ଦେବାକୁ ଗୋଟାଉଛି ବଳ

ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚତୁର୍ଥ ଦିନରେ ପହଞ୍ଚିଛି। କିଭ୍‌ରେ ଋଷିଆର ଆକ୍ରମଣକୁ ପ୍ରତିହତ କରିବା ଲାଗି ୟୁକ୍ରେନ ସମସ୍ତ ସାମର୍ଥ୍ୟ ଲଗାଇଛି। ୟୁକ୍ରେନ ସେନା ଦୃଢ଼ ଭାବେ ଋଷିଆକୁ ଜବାବ ଦେଉଥିବା ସୂଚନା ମିଳିଛି।

Ukraine Russia War

Ukraine Russia War

Advertisment

ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚତୁର୍ଥ ଦିନରେ ପହଞ୍ଚିଛି। କିଭ୍‌ରେ ଋଷିଆର ଆକ୍ରମଣକୁ ପ୍ରତିହତ କରିବା ଲାଗି ୟୁକ୍ରେନ ସମସ୍ତ ସାମର୍ଥ୍ୟ ଲଗାଇଛି। ୟୁକ୍ରେନ ସେନା ଦୃଢ଼ ଭାବେ ଋଷିଆକୁ ଜବାବ ଦେଉଥିବା ସୂଚନା ମିଳିଛି। ପାଶ୍ଚାତ୍ୟ ଦେଶ ଗୁଡ଼ିକର ସାମରିକ ସହାୟତା ଘୋଷଣା ପରେ ୟୁକ୍ରେନ ଜବାବ ଦେବାକୁ ଶକ୍ତି ଯୁଟାଇଛି।

Advertisment

ବୁଝାମଣା ପାଇଁ ଋଷିଆର ପ୍ରସ୍ତାବକୁ ୟୁକ୍ରେନ ପ୍ରତ୍ୟାଖ୍ୟାନ କରି ଦେଇଛି। କୌଣସି ପରିସ୍ଥିତିରେ ଅଯୁକ୍ତିକର ସର୍ତ୍ତ ଗ୍ରହଣ କରିବା ସମ୍ଭବ ନୁହଁ ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏବେ ବି କିଭ୍‌ ୟୁକ୍ରେନ ନିୟନ୍ତ୍ରଣରେ ରହିଛି। ତଥାପି କିଭ୍ ଉପରେ ଋଷିଆ ଜୋରଦାର ବୋମା ବର୍ଷଣ କରିଛି।

ଉତ୍ତର ପଶ୍ଚିମ ଭାଗରେ ଜୋରଦାର ବୋମାମାଡ଼ ହୋଇଛି। ଋଷିଆ ଆକ୍ରମଣରେ ୧୯୮ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ଯୁଦ୍ଧରେ ୧,୧୧୫ ଜଣ ଆହତ ହୋଇଥିବା ଜେଲେନସ୍କି କହିଛନ୍ତି। ହେଲେ ୟୁକ୍ରେନର ଜବାବୀ ଆକ୍ରମଣରେ ୩,୫୦୦ ଋଷିଆ ସେନା ମୃତାହତ ହୋଇଥିବା ସେ କହିଛନ୍ତି।

Advertisment

ବୋମା ବର୍ଷଣ ଓ ଋଷିଆ ଆକ୍ରମଣ ଜାରି ରହିଥିବାରୁ କିଭ୍ ମେୟର ସହରରେ ସୋମବାର ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି। ଏବେ ସୁଦ୍ଧା କିଭ୍ ଉପରେ ୨୫୦ଟି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ ହୋଇଛି ବୋଲି ଆମେରିକା ପ୍ରତିରକ୍ଷା ବିଭାଗ କହିଛି। 

Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ