Advertisment

ଶାନ୍ତ ପଡ଼ିଲେ ରୁଷିଆ ରାଷ୍ଟ୍ରପତି ! ୟୁକ୍ରେନ ସହ ଚୁକ୍ତି ଚାହୁଁଛନ୍ତି ପୁଟିନ୍, ହେଲେ ସହଜ କି ଶାନ୍ତିର ରାସ୍ତା ?

ଥମିବ ଯୁଦ୍ଧ । ତ୍ରାହି ପାଇବେ ୟୁକ୍ରେନ୍ ଜନତା । ହେଲେ ଉଭୟ ଦେଶ ମଧ୍ୟରେ ଶାନ୍ତି ଆଲୋଚନା କେତେ ଦୂର ସମ୍ଭବ ହେବ ?

Russia-Ukraine war

Russia-Ukraine war

Advertisment

ରୁଷ-ୟୁକ୍ରେନ୍ ଯୁଦ୍ଧର ଘଟିପାରେ ଅବସାନ । ଦୁଇ ଦେଶ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧର ୩୪ ଦିନ ତଥା ଗତକାଲି ଆସିଛି ସକରାତ୍ମକ ଖବର । ଯୁଦ୍ଧ ସମାଧାନ ନେଇ ତୁର୍କୀର ଇସ୍ତାନବୁଲରେ ଦୁଇ ଦେଶ ମଧ୍ୟରେ ହୋଇଥିଲା ଆଲୋଚନା । ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଆଲୋଚନା ପରେ ଆସିଛି ବଡ଼ ସୂଚନା। ଯୁଦ୍ଧରେ ବ୍ରେକ୍ ଲଗାଇ ଶାନ୍ତି ଆଲୋଚନା ପାଇଁ ରୁଷିଆ ରାଜିଥିବା ସୂଚନା ମିଳିଛି । ୟୁକ୍ରେନ ଉପରେ ଆକ୍ରମଣ ହ୍ରାସ ପାଇଁ ରୁଷିଆ ସହମତି ପ୍ରକାଶ କରିଥିବା ଜଣାପଡିଛି । ରୁଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ୍ ଏବଂ ୟୁକ୍ରେନ୍ ପ୍ରତିପକ୍ଷ ଜେଲେନସ୍କି ମଧ୍ୟରେ ଶାନ୍ତି ଆଲୋଚନା ମଧ୍ୟ ହୋଇପାରେ ବୋଲି ସୂଚନା ମିଳିଛି ।

Advertisment

ୟୁକ୍ରେନ ତୁରନ୍ତ ସିଜ୍ ଫାୟାର ଚାହୁଁଥିବା ବେଳେ ଆଜି ତୁର୍କୀରେ ଦୁଇ ପକ୍ଷ ମଧ୍ୟରେ ଗତକାଲି ଷଷ୍ଠ ପଯର୍ୟାୟ ଶାନ୍ତି ଆଲୋଚନା ହୋଇଥିଲା। ତେବେ ଋଷର ସର୍ତ୍ତକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କିଭଳି ଗ୍ରହଣ କରୁଛନ୍ତି ତା ଉପରେ ନଜର ରହିଛି। ସେପଟେ କଥାବାର୍ତ୍ତାକୁ ନେଇ ମସ୍କୋରେ କିଛି କଠୋରପନ୍ଥୀ,ସନ୍ତୁଷ୍ଟ ନଥିବା କୁହାଯାଇଥିଲା। ଏମିତିକି ଆଲୋଚନା ରାସ୍ତାରେ ବାଧା ସୃଷ୍ଟି ଲାଗି ମଧ୍ୟସ୍ଥି ଆବ୍ରୋମୋଭିଚ୍ ଓ ୟୁକ୍ରେନର କିଛି ପ୍ରତିନିଧିଙ୍କୁ ବିଷ ଦିଆଯାଇଥିବା ଅଭିଯୋଗ ବି ଆସିଥିଲା। ବିଷ ପ୍ରଭାବରେ ଏମାନଙ୍କ ଆଖି ନାଲି ପଡିଯିବା ସହ ଦେହ ହାତ କୁଣ୍ଡାଇ ହୋଇଥିଲା। ମାତ୍ର ଏମାନଙ୍କ ଜୀବନ ପ୍ରତି ବିପଦ ନଥିବା କୁହାଯାଇଥିଲା। କଠୋରପନ୍ଥୀଙ୍କ ତରଫରୁ ଏହା ଆଲୋଚନାକାରୀଙ୍କ ପ୍ରତି କେବଳ ଓ୍ୱାର୍ଣ୍ଣିଂ ଥିଲା ବୋଲି ଚର୍ଚ୍ଚା ହେଉଛି ।.

ସେପଟେ ଆଲୋଚନା ପୂର୍ବରୁ ଦେଖିବାକୁ ମିଳିଥିଲା ପୁତିନଙ୍କ ଉଗ୍ର ରୂପ । ସେମାନଙ୍କୁ ମାରିକି ଛତୁ କରିଦେବି ବୋଲି କହିଥିଲେ ପୁଟିନ। ଯୁଦ୍ଧ ବନ୍ଦ ନେଇ ଋଷିଆ ଓ ୟୁକ୍ରେନ ମଧ୍ୟରେ ମଧ୍ୟସ୍ଥତା କରୁଥିବା ଶିଳ୍ପପତି ରୋମାନ ଆବ୍ରୋମୋଭିଚ୍, ପୁତିନଙ୍କୁ ଯୁଦ୍ଧ ବନ୍ଦ ସର୍ତ୍ତ ସମ୍ବଳିତ ଜେଲେନସ୍କିଙ୍କ ହାତ ଲେଖା ଚିଠି ଦେବା ଅବସରରେ ଏଭଳି କଠୋର ବାକ୍ସ କହିଥିଲେ ପୁଟିନ୍। ନାଟୋରେ ନମିଶି ସ୍ୱିଡେନ୍ ଓ ଅଷ୍ଟ୍ରିଆ ଭଳି ୟୁକ୍ରେନ ନିରପେକ୍ଷ ରହିପାରିବ ବୋଲି ମାସକ ତଳେ ପ୍ରସ୍ତାବ ଦେଇଥିଲେ ପୁଟିନ୍। ସେତେବେଳେ ଜେଲେନସ୍କି ଏହାକୁ ଗ୍ରହଣ କରିନଥିଲେ। ଉଭୟ ପକ୍ଷ ବିପୁଳ କ୍ଷତି ସହିଥିବା ବେଳେ, ୟୁକ୍ରେନ ନିରପେକ୍ଷ ରହିବା ସଂପର୍କରେ ବିଚାର କରିବେ ବୋଲି ଜଣାଇଥିଲେ ଜେଲେନସ୍କି ।

Advertisment
Russia Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ