Advertisment

"ଆମେ ରିସ୍କ ନେଉଛୁ, ଯଦି କିଛି ହୁଏ ତ ଏଥିପାଇଁ ସରକାର ଦାୟୀ"

ସୁମି ଷ୍ଟେଟ ୟୁନିଭର୍ସିଟି କ୍ୟାମ୍ପସରୁ ଆସିଥିବା ଏହି ଭିଡିଓରେ, ଛାତ୍ରମାନେ ବରଫରେ ଛିଡ଼ା ହୋଇ ଋଷିଆ ସୀମା ଆଡକୁ ଯିବାକୁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରୁ ଅନେକ ଭାରତୀୟ ପତାକା ଧରିଛନ୍ତି ।

Ukraine Russia War

Ukraine Russia War

Advertisment

ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାୟାଇଛି ଯେ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ନିରାପଦ କରିଡର ସୃଷ୍ଟି କରିବା ପାଇଁ ତୁରନ୍ତ ବନ୍ଦ ଡାକରା ଦେବା ପାଇଁ ଋଷିଆ ଏବଂ ୟୁକ୍ରେନ ସରକାରଙ୍କୁ ଏକାଧିକ ଚ୍ୟାନେଲ ମାଧ୍ୟମରେ ଜୋରଦାର ଚାପ ପକାଯାଉଛି । ଏଥିସହ ଏହା ମଧ୍ୟ ଦାବି କରିଛି ଯେ ହତାଶ ତଥା ଭାବପ୍ରବଣ ନିବେଦନ କରୁଥିବା ଛାତ୍ରଛାତ୍ରୀଙ୍କୁ ବିପଦ ଥିବା ଅଞ୍ଚଳରୁ ସ୍ଥାନାନ୍ତରିତ କରିବା ପାଇଁ ମନ୍ତ୍ରଣାଳୟ ଏବଂ ଭାରତୀୟ ଦୂତାବାସ ନିୟମିତ ଯୋଗାଯୋଗରେ ଅଛନ୍ତି।

Advertisment

ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଫସିଥିବା ଛାତ୍ରମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଆଶ୍ୱସନା ଦିଆଯାଇଛି। ତେଣୁ ସେମାନଙ୍କୁ ସେଠାରେ ଧର୍ଯ୍ୟ ଧରି ରହିବାକୁ ପରାମର୍ଶ ଦିଆଯାଇଛି। ସେମାନଙ୍କୁ ସୁରକ୍ଷିତ କରିଡର୍‌ କରାଯାଇ ସ୍ଥାନାନ୍ତର ପାଇଁ ରୁଷ୍‌ ଏବଂ ୟୁକ୍ରେନ୍‌ ସରକାରଙ୍କ ସହ ଆଲୋଚନା କରାଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ମୁଖପାତ୍ର ଅରିନ୍ଦମ ବାଗଚୀ ଟ୍ୱିଟ୍‌ କରି ଏ ବାବଦରେ କହିଛନ୍ତି ଯେ, ଆମେ ଭାରତୀୟ ଛାତ୍ରଙ୍କୁ ନେଇ ଗଭୀର ଚିନ୍ତିତ। ତୁରନ୍ତ ଅସ୍ତ୍ରବିରତି କରାଯାଇ ସୁମିରେ ଫିସିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ପାଇଁ ବିଭିନ୍ନ ବାଟ ଦେଇ ଯୋଗାଯୋଗ କରାଯାଉଛି। ଏବେ ଯେଁଠି ଛାତ୍ରମାନେ ଅଛନ୍ତି ସେମାନେ ସେଠାରେ ସତର୍କତରା ସହ ଉଦ୍ଧାର ପର୍ଯ୍ୟନ୍ତ ଅଟକି ରହିବାକୁ ପରାମର୍ଶ ଦିଆଯାଇଛି। ଫସିଥିବା ଛାତ୍ରମାନଙ୍କ ସହ ବୈଦେଶିକ ମନ୍ତ୍ରଣାଳୟ ଏବଂ ଭାରତୀୟ ଦୂତାବାସ ଯୋଗାଯୋଗରେ ଥିବା ଆରିନ୍ଦମ ବାଗଚୀ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

Advertisment

ତେବେ ଆଜି ଉତ୍ତର ୟୁକ୍ରେନ୍‌ ସହର ସୁମିରେ ଭାରତୀୟ ଛାତ୍ରମାନେ ଭିଡ଼ିଓ ସେୟାର କରି କହିଛନ୍ତି ଯେ, "ଆମେ ୫୦ କି.ମି ଦୂରରେ ଥିବା ଋଷିଆ ସୀମାକୁ ବିପଦପୂର୍ଣ୍ଣ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଛୁ" । ସୁମି ଷ୍ଟେଟ ୟୁନିଭର୍ସିଟି କ୍ୟାମ୍ପସରୁ ଆସିଥିବା ଏହି ଭିଡିଓରେ, ଛାତ୍ରମାନେ ବରଫରେ ଛିଡ଼ା ହୋଇ ଋଷିଆ ସୀମା ଆଡକୁ ଯିବାକୁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରୁ ଅନେକ ଭାରତୀୟ ପତାକା ଧରିଛନ୍ତି । ସେମାନେ କହିଛନ୍ତି ଯେ, ଏହା ହେଉଛି ଆମର ଶେଷ ଭିଡିଓ, ଏହାପରେ ଆମର ଯାହା ବି ହେବ, ସେଥିପାଇଁ କେବଳ ସରକାର ଦାୟୀ।

Advertisment

ଇତି ମଧ୍ୟରେ ୟୁକ୍ରେନ୍‌ରେ ସାମୟିକ ଭାବେ ଶନିବାର ରୁଷ ପକ୍ଷରୁ ଅସ୍ତ୍ରବିରତି ଘୋଷଣା କରାଯାଇଛି। ମାରିୟୁପୋଲ ଏବଂ ଭୋଲନୋଭାକ୍ସରେ ସାଧାରଣ ନାଗରିକଙ୍କୁ ମାନବିକ କରିଡର କରି ଉଦ୍ଧାର ପାଇଁ ଉଦ୍ୟମ କରାଯାଇଛି। ମାନବିକ କରିଡ୍‌ର କରାଯାଇ ୱାରଜୋନ୍‌ରେ ଫିସିଥିବା ସାଧାରଣ ନାଗରିକଙ୍କୁ ଉଦ୍ଧାର ପାଇଁ ରୁଷ-ୟୁକ୍ରେନ୍ ମଧ୍ୟରେ ଦ୍ୱିତୀୟ ରାଉଣ୍ଡରେ ଆଲୋଚନାରେ ସହମତି ହୋଇଥିଲା।

Russia-Ukraine War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ