Advertisment

ଋଷ ସୈନିକଙ୍କ ବର୍ବରତା ! ରାସ୍ତାରେ ଯାଉଥିବା କାର ଉପରେ ଚଢ଼ାଇଦେଲେ ଯୁଦ୍ଧ ଟ୍ୟାଙ୍କ, Viral Video

ୟୁକ୍ରେନର ରାଜଧାନୀ କିଭ ଉପରେ ଋଷ ଆକ୍ରମଣର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ସେୟାର କରାଯାଉଛି । ସେହି ଭିଡିଓ ଗୁଡ଼ିକୁ ଦେଖିଲେ ସେଠାକାର ପରିସ୍ଥିତି କେତେ ଭୟଙ୍କର ତାହା ସହଜରେ ଅନୁମାନ କରାଯାଇପାରିବ ।

ଅଦ୍ୟତନ ହୋଇଛି
Ukraine Russia War

Ukraine Russia War

Advertisment

ଋଷ ସେନା, ୟୁକ୍ରେନ୍‌ ସେନା ଆଡ୍ଡା ଉପରେ କ୍ରୁଜ୍ ମିସାଇଲ ଦ୍ୱାରା ଆକ୍ରମଣ କରିଛି। ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ମେଜର ଜେନେରାଲ ଇଗୋର କୋନାଶେନକୋଭ ଶନିବାର କହିଛନ୍ତି ଯେ, ଋଷ ସେନା ଅନେକ ଦୂରରେ ଥାଇ ୟୁକ୍ରେନ୍‌ ସେନା ଆଡ୍ଡା ଉପରେ କଲିବ୍ର କ୍ରୁଜ୍‌ ମିସାଇଲ ମାଡ଼ କରିଛି । କେବଳ ଏତିକି ନୁହେଁ ଆବାସିକ ଅଟ୍ଟାଳିକା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି, ଏମିତିକି ଅନେକ ଲୋକ ଏଥିରେ ପ୍ରାଣ ମଧ୍ୟ ହରାଇଛନ୍ତି।

Advertisment

ୟୁକ୍ରେନର ରାଜଧାନୀ କିଭ ଉପରେ ଋଷ ଆକ୍ରମଣର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ସେୟାର କରାଯାଉଛି । ସେହି ଭିଡିଓ ଗୁଡ଼ିକୁ ଦେଖିଲେ ସେଠାକାର ପରିସ୍ଥିତି କେତେ ଭୟଙ୍କର ତାହା ସହଜରେ ଅନୁମାନ କରାଯାଇପାରିବ । ଏମିତି ଏକ ଭିଡିଓ ସେୟାର କରିଛନ୍ତି ବ୍ରିଟିଶ ରାଜନେତା ହେନେରୀ ବୋଲଟନ୍ । ଏହି ଭିଡିଓ ମାଧ୍ୟମରେ ସେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ।

ଭିଡିଓରେ ଦେଖାଯାଇଛି ଯେ, ଋଷ ସେନାର ଯୁଦ୍ଧ ଟ୍ୟାଙ୍କ ରାସ୍ତାରେ ଯାଉଥିବା ବେଳେ ଏକ ସାଧାରଣ କାର ସମ୍ମୁଖକୁ ଆସିଥିଲା । ଆଉ ଅତି ନିର୍ଦ୍ଦୟ ଭଳି ସେହି ଋଷୀୟ ଟ୍ୟାଙ୍କ ସାଧାରଣ କାର ଉପରେ ଚଢ଼ି ତାକୁ ଚୁରମାର କରିଦେଇଥିଲା । ବ୍ରିଟିଶ ସେନାରେ କାର୍ଯ୍ୟ କରିସାରିଥିବା ବୋଲ୍ଟନ ଟ୍ୱିଟ କରି କହିଛନ୍ତି ଯେ, ‘ପୁଟିନ୍‌, ୟୁକ୍ରେନବାସୀଙ୍କୁ ମୁକ୍ତ କରିବା ପାଇଁ ଋଷ ସୈନ୍ୟବାହିନୀର ଏହା କି ପ୍ରକାର ମାନସିକତା ? ଆପଣଙ୍କ ପାଇଁ ଲୋକଙ୍କମାନଙ୍କ ଜୀବନ ତୁଚ୍ଛ, ଏହା ହିଁ ସତ୍ୟ । ଆପଣଙ୍କ ପାଇଁ କେବଳ ୟୁକ୍ରେନ୍‌ବାସୀଙ୍କ ଜୀବନ ନୁହେଁ ବରଂ ଋଷ ଲୋକଙ୍କ ଜୀବନ ସହ ଋଷ ସେନାର ଜୀବନ ମଧ୍ୟ ତୁଚ୍ଛ । ଆପଣ କେବଳ ଋଷର ସାମ୍ରାଜ୍ୟ ପୁଣି ଥରେ ବିସ୍ତାର କରିବା ପାଇଁ ଆଗ୍ରହୀ । ଯାହାକି ଅତ୍ୟନ୍ତ ପାଗଳ ଚିନ୍ତାଧାରା ।

Advertisment

ୟୁକ୍ରେନ୍‌ର ୮୨୧ ସୈନ୍ୟ ଆଡ୍ଡାକୁ ଧ୍ୱଂସ କରିଛି ଋଷ

୨୪ ଫେବୃଆରୀରେ ଆକ୍ରମଣ ଆରମ୍ଭ କରିବା ପରେ, ୟୁକ୍ରେନ୍‌ର ୮୨୧ଟି ସାମରିକ କ୍ଷେତ୍ରକୁ ଧ୍ୱଂସ କରିଛି ଋଷ । ସେଥିମଧ୍ୟରେ ୧୪ଟି ଏୟାର ବେସ୍ ଏବଂ ୧୯ଟି ମିଲିଟାରୀ କମାଣ୍ଡ ସେଣ୍ଟର ରହିଛି । ଏହା ସହିତ ୨୪ଟି ବାୟୁ ପ୍ରତିରକ୍ଷା ମିସାଇଲ ପ୍ରଣାଳୀ, ୪୮ ରାଡାର, ୭ଟି ଯୁଦ୍ଧ ବିମାନ, ୭ଟି ହେଲିକପ୍ଟର, ୯ଟି ଡ୍ରୋନ୍, ୮୭ଟି ଯୁଦ୍ଧ ଟ୍ୟାଙ୍କ ଏବଂ ୮ଟି ସାମରିକ ଜାହାଜ ମଧ୍ୟ ନଷ୍ଟ କରାଯାଇଛି ।

Advertisment

ତେବେ କୋନାଶେନ୍‌କୋଭ ଏବେ ସୁଦ୍ଧା ୟୁକ୍ରେନର କେତେ ସୈନ୍ୟ ମୃତ୍ୟୁ ବରଣ କରିଛନ୍ତି ଏବଂ ଋଷ ସେନାର କିଛି କ୍ଷୟକ୍ଷତି ଘଟିଛି କି ନାହିଁ ସେନେଇ କୌଣସି ସୂଚନା ଦେଇ ନାହାନ୍ତି । ୟୁକ୍ରେନ ମଧ୍ୟ ଦାବି କରିଛି ଯେ, ତାଙ୍କ ସେନା ହଜାର ହଜାର ଋଷ ସୈନିକଙ୍କୁ ନିହତ କରିଛି । ଦୁଇ ଦେଶ ମଧ୍ୟ କିଏ କେତେ ସତ କହୁଛି ସେନେଇ ଏବେ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ନାହିଁ ।

କୋନାଶେନକୋଭ ଦାବି କରିଛନ୍ତି ଯେ, ଅଜୋଭ ସାଗର ଉପକୂଳରୁ ପ୍ରାୟ ୩୫ କିଲୋମିଟର ଦୂରରେ ଥିବା ଦକ୍ଷିଣ ମେଲିତୋପୋଲ ସହରକୁ ଅକ୍ତିଆର କରାଯାଇଛି । ଏହାସହ ଋଷ ସମର୍ଥିତ ବିଚ୍ଛିନ୍ନତାବାଦୀମାନେ ଡୋନ୍‌ବାସର ପୂର୍ବାଞ୍ଚଳରେ ଏକ ଆଖିଦୃଶିଆ ଦଖଲ କରିଥିବା ସୂଚନା ରହିଛି ।

Russia-Ukraine War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ