Advertisment

ୟୁକ୍ରେନ ସଙ୍କଟ ମଧ୍ୟରେ ଆଣବିକ ମିସାଇଲ ଟେଷ୍ଟ କଲା ରୁଷିଆ

ୟୁକ୍ରେନ ସଙ୍କଟ ଟଳି ନ ଥିବା ବେଳେ ରୁଷିଆ ଏକ ଅତ୍ୟାଧୁନିକ ମିସାଇଲ ପରୀକ୍ଷା କରିଥିବା ସୂଚନା ମିଳିଛି। ଆଣବିକ କ୍ଷମତା ସମ୍ପନ୍ନ ଏହି ହାଇପରସୋନିକ କ୍ରୁଜ୍ ମିସାଇଲ ସଫଳତାର ସହିତ ଟାର୍ଗେଟକୁ ହିଟ୍ କରିଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Russia Test Fires Missiles

Russia Test Fires Missiles

Advertisment

ୟୁକ୍ରେନ ସଙ୍କଟ ଟଳି ନ ଥିବା ବେଳେ ରୁଷିଆ ଏକ ଅତ୍ୟାଧୁନିକ ମିସାଇଲ ପରୀକ୍ଷା କରିଥିବା ସୂଚନା ମିଳିଛି। ଆଣବିକ କ୍ଷମତା ସମ୍ପନ୍ନ ଏହି ହାଇପରସୋନିକ କ୍ରୁଜ୍ ମିସାଇଲ ସଫଳତାର ସହିତ ଟାର୍ଗେଟକୁ ହିଟ୍ କରିଥିବା ଜଣାପଡ଼ିଛି।

Advertisment

ଯେଉଁ ଉଦ୍ଦେଶ୍ୟରେ ଏହି ମିସାଇଲ ପରୀକ୍ଷଣ କରାଯାଇଥିଲା, ତାହା ସଫଳ ହୋଇଥିବା କ୍ରେମଲିନ୍ ପକ୍ଷରୁ ସୂଚନା ଦିଆଯାଇଛି। ରୁଷିଆ ଏହି ମିସାଇଲ ପରୀକ୍ଷା କରିବା ସହ ରୁଷ ସେନା ପକ୍ଷରୁ ଏକ ସୈନ୍ୟ ଅଭ୍ୟାସ ମଧ୍ୟ କରାଯାଇଥିଲା। ଏଥିରେ TU-95 ଯୁଦ୍ଧ ବିମାନ ସହିତ ବୁଡ଼ା ଜାହାଜ ମଧ୍ୟ ସାମିଲ ଥିଲେ। କ୍ରେମଲିନରୁ ନିଜେ ଏସବୁ ଦେଖୁଥିଲେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ।

ସେପଟେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ପୁଟିନ ନିଷ୍ପତ୍ତି ନେଇ ସାରିଲେଣି। ଏପରିକି ୟୁକ୍ରେନର ରାଜଧାନୀ ଦଖଲ କରିବାକୁ ମସ୍କୋ ଟାର୍ଗେଟ କରିଛି। ରୁଷକୁ ବାଇଡେନ ଚେତାଇ ଦେଇଛନ୍ତି ଯେ, ଯଦି ଯୁଦ୍ଧ ହୁଏ, ତେବେ ତାର ଭୟାବହ ପରିଣତି ପାଇଁ ପୁଟିନ ହିଁ ଦାୟୀ ରହିବେ। 

Advertisment
Russia-Ukraine Conflict Russia Test Fires Missiles Russia Ukraine Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ