Advertisment

ପୁଟିନ୍ ଏମିତି ଜଣେ କଂସେଇ ଯିଏ କ୍ଷମତାରେ ଆଉ ଅଧିକ ଦିନ ରହିପାରିବେନି; ବାଇଡେନ୍

ଋଷ୍‌ ଟାର୍ଗେଟ୍‌ରେ ୟୁକ୍ରେନ୍‌ର ଲଭିଭ୍। ଲଭିଭ୍ ଉପରେ ଘନ ଘନ ରକେଟ୍ ମାଡ। ଯୁଦ୍ଧ ବନ୍ଦ କରିବାକୁ ପୋପ୍‌ଙ୍କ ଅନୁରୋଧ। ପୁଟିନଙ୍କୁ କଂସେଇ କହି ସମାଲୋଚନା କଲେ ବାଇଡେନ୍।

ଅଦ୍ୟତନ ହୋଇଛି
Russia says it hit lviv with cruise missiles

Russia says it hit lviv with cruise missiles

Advertisment

ୟୁକ୍ରେନ୍ ଉପରେ ଋଷ୍‌ର ଘନ ଘନ ରକେଟ୍ ମାଡ। ଟାର୍ଗେଟ୍‌ରେ ଆଉ ଏକ ବଡ ସହର ଲଭିଭ୍। ଗତକାଲି ଚେର୍ଣ୍ଣିହିବ୍ ଉପରେ ରକେଟ୍ ମାଡ କରିବା ପରେ ଆଜି ଲଭିଭ ଉପରେ ଆକ୍ରମଣ କରିଛି ଋଷ୍‌। ରକେଟ୍ ମାଡ ପରେ ଲଭିଭ୍ ଆକାଶ କଳା ଧୂଆଁରେ ଭର୍ତ୍ତି ହୋଇଯାଇଛି।

Advertisment

ଯୁଦ୍ଧ ଥମିବାର ନାଁ ନେଉ ନଥିବା ବେଳେ ରାଷ୍ଟ୍ରପତି ଜେଲେନ୍‌ସ୍କି ଅଭିଯୋଗ କରିଛନ୍ତି ଯେ, ୟୁକ୍ରେନ୍‌କୁ ପଶ୍ଚିମ ଦେଶ ପକ୍ଷରୁ ସମର୍ଥନ ମିଳୁନି। ୟୁକ୍ରେନକୁ ସାହାଯ୍ୟ କରିବାକୁ ପଶ୍ଚିମ ଦେଶ ପାଖରେ ସାହସର ଅଭାବ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋରିଆ ଭଳି ୟୁକ୍ରେନ୍‌କୁ ଦୁଇ ଭାଗ କରିବାକୁ ଚାହୁଁଛନ୍ତି ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ।

ଏହାରି ଭିତରେ ଯୁଦ୍ଧ ବନ୍ଦ କରିବାକୁ ପୁଣି ଥରେ ଅନୁରୋଧ କରିଛନ୍ତି ପୋପ୍। ଗୋଟିଏ ଯୁଦ୍ଧ, ସମାଜର ବର୍ତ୍ତମାନ ଏବଂ ଭବିଷ୍ୟତକୁ ଧ୍ୱଂସ କରିଦିଏ , ତେଣୁ ଏହାକୁ ଯଥାଶୀଘ୍ର ରୋକାଯିବା ଜରୁରୀ ବୋଲି ପୋପ୍‌ କହିଛନ୍ତି।

Advertisment

ସେପଟେ ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କୁ କଂସେଇ କହି କଡ଼ା ସମାଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ସେ କହିଛନ୍ତି ଯେ ପୁଟିନ୍ ଏମିତି ଜଣେ କଂସେଇ ଯିଏ କ୍ଷମତାରେ ଆଉ ଅଧିକ ଦିନ ରହିପାରିବେନି। ଏହାକୁ କେନ୍ଦ୍ରକରି ଋଷ୍‌ର ମୁଖପାତ୍ର ଦିମିତ୍ରି ପେସ୍କୋଭ କହିଛନ୍ତି ଯେ ଋଷ୍‌ର ରାଷ୍ଟ୍ରପତି କିଏ ହେବେ ତାହା ଆମେରିକା ସ୍ଥିର କରିପାରିବ ନାହିଁ। ବାଇଡେନଙ୍କ ବିବୃତ୍ତି ପରେ ଋଷ୍‌ ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ଜୋରଦାର କରିଛି।

ସେପଟେ ୟୁକ୍ରେନ୍‌ର ଲୁହାନସ୍କ ସହରକୁ ଋଷ୍‌ ଦଖଲ କରିବା ପରେ ଏଠାରେ ବିଚ୍ଛିନ୍ନତାବାଦୀ ସଂଗଠନ ଲୁହାନସ୍କ ପିପୁଲ୍ସ ରିପବ୍ଲିକ୍ ପଶ୍ଚିମ ୟୁକ୍ରେନ୍‌ରେ ଉପନିର୍ବାଚନ ଘୋଷଣା କରିଛି। ଋଷ୍‌ରେ ଲୁହାନସ୍କକୁ ଅନ୍ତର୍ଭୁକ୍ତ କରାଯିବ କି ନାହିଁ ସେନେଇ ଏକ ଉପନିର୍ବାଚନ ଅନୁଷ୍ଠିତ ହେବ। ବିଚ୍ଛିନ୍ନତାବାଦୀ ନେତା ଲିଓନିଡ୍‌ ପାଶେଚିନିକ୍ ସ୍ଥାନୀୟ ଖବରକାଗଜରେ ଏହି ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଖୁବ୍ ଶୀଘ୍ର ଏକ ଉପନିର୍ବାଚନ ଅନୁଷ୍ଠିତ ହେବ ଯେଉଁଥିରେ ଲୋକମାନେ ଋଷ୍‌ ଫେଡେରେଶନ୍‌ରେ ଯୋଗଦେବା ପାଇଁ ନିଜର ମତ ରଖିବେ।

Advertisment
Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ