Advertisment

ବେଲଗୋରୋଡ ତୈଳ ଡିପୋ ଉପରେ ୟୁକ୍ରେନ୍‌ର ଏୟାର ଷ୍ଟ୍ରାଇକ୍

ରୁଷର ବେଲଗୋରୋଡ ସହରରେ ଥିବା ଏକ ତୈଳ ଡିପୋ ଉପରେ ୟୁକ୍ରେନ୍ ଏୟାର ଷ୍ଟ୍ରାଇକ୍ କରିଛି । ୟୁକ୍ରେନର ଦୁଇଟି ଲଢୁଆ ହେଲିକପ୍ଟର ରୁଷ ବାୟୁସୀମାରେ ପଶି ରକେଟ ସାହାଯ୍ୟରେ ଆକ୍ରମଣ କରିଥିବା ସୂଚନା ମିଳିଛି ।

Ukraine Russia War

Ukraine Russia War

Advertisment

ଥମିବାରେ ନା ନେଉନି ୟୁକ୍ରେନ୍ ରୁଷ ମଧ୍ୟରେ ଯୁଦ୍ଧ । ବରଂ ଦିନକୁ ଦିନ ଉଗ୍ର ହେଉଛି ଉଭୟ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ । ଯୁଦ୍ଧର ୩୭ ଦିନ ପରେ ପ୍ରଥମ ଥର ପାଇଁ ୟୁକ୍ରେନ୍ ରୁଷ ସୀମାରେ ଆକ୍ରମଣ କରିଛି । ରୁଷର ବେଲଗୋରୋଡ ସହରରେ ଥିବା ଏକ ତୈଳ ଡିପୋ ଉପରେ ୟୁକ୍ରେନ୍ ଏୟାର ଷ୍ଟ୍ରାଇକ୍ କରିଛି । ୟୁକ୍ରେନର ଦୁଇଟି ଲଢୁଆ ହେଲିକପ୍ଟର ରୁଷ ବାୟୁସୀମାରେ ପଶି ରକେଟ ସାହାଯ୍ୟରେ ଆକ୍ରମଣ କରିଥିବା ସୂଚନା ମିଳିଛି ।

Advertisment

ୟୁକ୍ରେନ୍ ସୀମାଠାରୁ ପ୍ରାୟ ୪୦କିଲୋମିଟର ହେଉଛି ଏହି ସ୍ଥାନ । ତୈଳ ଡିପୋରେ ଏୟାର ଷ୍ଟ୍ରାଇକ ପରେ ଡିପୋରେ ନିଆଁ ଲାଗିଯାଇଛି । ତେବେ ସମ୍ପୂର୍ଣ୍ଣ କ୍ଷୟକ୍ଷତିର ଆକଳନ କରାଯାଇ ପାରିନି । ଏପଟେ ରୁଷ ତୈଳ ଡିପୋ ଉପରେ ଆକ୍ରମଣ ଘଟଣାକୁ ୟୁକ୍ରେନ୍ ଖଣ୍ଡନ କରିଛି।

ଋଷିଆ-ୟୁକ୍ରେନ୍‌ ଯୁଦ୍ଧ ବେଳେ ଭାରତର ମଧ୍ୟସ୍ଥତା ଚାହିଁଛି ମସ୍କୋ। ନୂଆଦିଲ୍ଲୀ ଗସ୍ତରେ ଥିବା ଋଷ୍‌ ବୈଦେଶିକ ମନ୍ତ୍ରୀ ଲାଭ୍ରୋଭ୍ ଏ ସଂପର୍କରେ ସଂକେତ ଦେବା ସହ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ଦୁଇ ଦେଶ ବନ୍ଧୁତ୍ୱ ଉପରେ ଆମେରିକାର ଚାପ କାମ ଦେବନି। ଗତକାଲି ରୁଷ୍‌ ଉପରେ କଟକଣାକୁ ନିଷ୍ଫଳ କରିବାକୁ ଚେଷ୍ଟା କଲେ ପରିଣତି ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଥିଲା ଆମେରିକା।

Advertisment

ନିକଟରେ ତୁର୍କୀରେ ହୋଇଥିବା ଶାନ୍ତି ଆଲୋଚନାରେ ବହୁ ଗୁରୁତ୍ୱପୂର୍ଣ୍ଣ ସହମତି ହୋଇଥିଲା । ୟୁକ୍ରେନ ଶାନ୍ତି ଚୁକ୍ତିରେ ସ୍ୱାକ୍ଷର କଲେ ଋଷ ସୈନ୍ୟ ପ୍ରତ୍ୟାହାର କରିବ ବୋଲି କୁହାଯାଇଛି । ତେବେ ରାଜିନାମାକୁ ଏଯାଏଁ କାର୍ଯ୍ୟକାରୀ କରାଯାଇପାରିନି । ଅନ୍ୟପକ୍ଷରେ ସେ ଏତେ ନିର୍ବୋଧ ନୁହନ୍ତି ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଗଲା ୮ ବର୍ଷ ହେଲା ଡୋନବାସ୍‌ରେ ଯାହା ଘଟୁଛି, ସେଥିରୁ ୟୁକ୍ରେନ ଋଷିଆର ଆଚରଣ ବିଷୟରେ ଜାଣିସାରିଛି । ଶାନ୍ତିପ୍ରତିଷ୍ଠା ନେଇ ଋଷ ପ୍ରଥମେ ଆଖିଦୃଶିଆ ପଦକ୍ଷେପ ନେବା ଜରୁରୀ ବୋଲି ଜେଲେନସ୍କି ସ୍ପଷ୍ଟ କରିଦେଇଛନ୍ତି ।

Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ