Advertisment

ୟୁକ୍ରେନକୁ ତିନିପଟୁ ଘେରି ଆକ୍ରମଣ କରୁଛି ଋଷିଆ: ଆକ୍ରମଣରେ ୧୩୭ ୟୁକ୍ରେନ ସୈନିକ ଓ ନାଗରିକଙ୍କ ମୃତ୍ୟୁ

ୟୁକ୍ରେନକୁ ତିନିପଟୁ ଘେରିଯାଇ ଋଷିଆ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ କରୁଛି। ଋଷିଆର ଆକ୍ରମଣରେ ୧୩୭ ଜଣ ୟୁକ୍ରେନ ସୈନିକ ଓ ନାଗରିକଙ୍କ ମୃତ୍ୟୁ ଘଟିଛି।

Russia Attacks Ukraine

Russia Attacks Ukraine

Advertisment

ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଜାରି ରହିଛି। ୟୁକ୍ରେନକୁ ତିନିପଟୁ ଘେରିଯାଇ ଋଷିଆ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ କରୁଛି। ଋଷିଆ ଓ ବେଲାଋଷିଆ ସୀମାରେ ହଜାର ହଜାର ସୈନ୍ୟ ଠୁଳ ହେଉଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଏକ ୟୁରୋପୀୟ ଦେଶ ଉପରେ ଏଭଳି ବଡ ଧରଣର ଆକ୍ରମଣ ଚାଲିଛି।

Advertisment

ଆକ୍ରମଣରେ ଅନେକ ମୃତାହତ ହୋଇଛନ୍ତି। ଋଷିଆର ଆକ୍ରମଣରେ ୧୩୭ ଜଣ ୟୁକ୍ରେନ ସୈନିକ ଓ ନାଗରିକଙ୍କ ମୃତ୍ୟୁ ଘଟିଛି। ଆକ୍ରମଣରେ ୟୁକ୍ରେନର ୩୧୬ ଜଣ ନାଗରିକ ଆହତ ହୋଇଛନ୍ତି। ସୈନିକ ଓ ନାଗରିକଙ୍କ ମୃତାହତ ନେଇ ୟୁକ୍ରେନ ରାଷ୍ଟ୍ରପତି ସୂଚନା ଦେଇଛନ୍ତି। 

ପୂର୍ବ ଆଡ଼ୁ ଅର୍ଥାତ୍ ଲୁହାଂସ୍କ, ଡୋନେସ୍କ ଓ ପୂର୍ବ-ଦକ୍ଷିଣରେ କ୍ରିମିଆ ଦେଇ ଋଷିଆ ସେନା ସ୍ଥଳ ଓ ଆକାଶ ପଥରେ ୟୁକ୍ରେନରେ ପଶିବା ସହ ଲୁହାଂସ୍କ ଅଞ୍ଚଳର ୨ଟି ସହରକୁ କବ୍‌ଜା କରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନରେ ଅନ୍ୟ କୌଣସି ଦେଶ ହସ୍ତକ୍ଷେପ କଲେ ପରିଣାମ ଭୟାବହ ହେବ ବୋଲି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚେତାବନୀ ଦେଇଛନ୍ତି। ଏଥିସହ ଅନ୍ୟ କୌଣସି ବିକଳ୍ପ ନଥିବାରୁ ସାମରିକ କାର୍ଯ୍ୟାନୁଷ୍ଠାନକୁ ସେ ଯଥାର୍ଥ ଦର୍ଶାଇଛନ୍ତି। ଯୁଦ୍ଧର ପ୍ରଥମ ଦିନରେ ଋଷିଆ ତାର ଟାର୍ଗେଟରେ ପହଞ୍ଚିଥିବା ଋଷିଆ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।

Advertisment

ସ୍ଥଳଭାଗରେ ଥିବା ୟୁକ୍ରେନର ୮୩ଟି ଟାର୍ଗେଟକୁ ଧ୍ୱଂସ କରାଯାଇଛି।  ମିସାଇଲ ଆକ୍ରମଣରେ ୟୁକ୍ରେନର ଅନେକ ଧନ ଜୀବନ କ୍ଷତି ହୋଇଥିବା ସୂଚନା ମିଳିଛି।ସେପଟେ ୟୁକ୍ରେନ୍ ପକ୍ଷରୁ ମଧ୍ୟ ରୁଷିଆ ଉପରେ ପ୍ରତିଆକ୍ରମଣ ହେଉଥିବା ଦାବି ହୋଇଛି। ଖାର୍କିଭ୍ ନିକଟରେ ଋଷିଆର ୫ଟି ଟ୍ୟାଙ୍କ ସହ ୫୦ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

Russia Ukraine Crisis Ukraine Crisis Ukraine Russia War Russia Attacks Ukraine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ