Advertisment

ୟୁକ୍ରେନର ୫ ସହରରେ ଆଜି ସାମୟିକ ଯୁଦ୍ଧବିରତି

ଏହାରି ଭିତରେ ଆକ୍ରମଣରେ ଧ୍ୱସ୍ତ ବିଧ୍ୱସ୍ତ କିଭ୍, ଖାରକିଭ୍, ସୁମି ଓ ଇର୍ପିନ ଭଳି ସହରରୁ ସାଧାରଣ ଲୋକଙ୍କୁ ଉଦ୍ଧାର କରାଯାଉଛି ।

Russia-Ukraine War

Russia-Ukraine War

Advertisment

ଯୁଦ୍ଧ ଘନଘଟା ଭିତରେ ମାନବିକତାକୁ ବଞ୍ଚାଇବାର ପ୍ରୟାସ । ଆଜି ମଧ୍ୟ ଅସ୍ତ୍ରବିରତି ନେଇ ରୁଷ ଘୋଷଣା କରିଛି । ହ୍ୟୁମାନଟାରିଆନ କରିଡର ଜରିଆରେ ଲୋକଙ୍କୁ ଉଦ୍ଧାର ପାଇଁ କିଭ୍ ସମେତ ୫ ସହରରେ ଋଷ୍ ଅସ୍ତ୍ରବିରତି ଘୋଷଣା କରିଛି । ଉଭୟ ପକ୍ଷ ଅସ୍ତ୍ରବିରତି ଉଲ୍ଲଙ୍ଘନ ନେଇ ଅଭିଯୋଗ ମଧ୍ୟରେ ରୁଷ୍ ଏହି ଘୋଷଣା କରିଛି । ଏହି ଯୁଦ୍ଧ ବିରତିକୁ ରୁଷ ପକ୍ଷରୁ ସାଇଲେନ୍ସ ମୋଡ ଭାବେ ନାମିତ କରାଯାଇଛି। ଏହାର ଅର୍ଥ ଏହି ସମୟରେ କୌଣସି ପ୍ରକାରର ଗୁଳି ଚାଲିବ ନାହିଁ। ଚେର୍ଣ୍ଣିଭ୍, ସୁମି, ଖାର୍କିଭ୍, ମାରିଓପଲ୍ ଏବଂ ଜାପୋରୀଝାଝିଆ ପର୍ଯ୍ୟନ୍ତ ହ୍ୟୁମାନଟାରିଆନ୍ କରିଡର ଯୋଗାଇ ଦେବା ପାଇଁ ରୁଷ୍ ପ୍ରସ୍ତୁତ ଥିବା କହିଛି ।

Advertisment

ଏହାରି ଭିତରେ ଆକ୍ରମଣରେ ଧ୍ୱସ୍ତ ବିଧ୍ୱସ୍ତ କିଭ୍, ଖାରକିଭ୍, ସୁମି ଓ ଇର୍ପିନ ଭଳି ସହରରୁ ସାଧାରଣ ଲୋକଙ୍କୁ ଉଦ୍ଧାର କରାଯାଉଛି । ହ୍ୟୁମାନଟେରିଆନ କରିଡର ଜରିଆରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ୫ ସହରରେ ଅସ୍ତ୍ରବିରତି କରିଛି ରୁଷ୍ । ଏହି ସମୟରେ ଲୋକେ ଜୀବନ ବଞ୍ଚାଇ ଯିଏ ଯୁଆଡ଼େ ପାରିଲେ ପଳାୟନ କରୁଥିବା ଦେଖିବାକୁ ମିଳିଛି । ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ, ରୋଗୀ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ରୁଷର ମିଜାଇଲ୍ ମାଡ଼ରେ ରାସ୍ତାଘାଟ ଧ୍ୱସ୍ତ ବିଧ୍ୱସ୍ତ ହୋଇପଡ଼ିଥିବା ବେଳେ ବହୁ କଷ୍ଟରେ ଲୋକେ ଚାଲିଚାଲି ଯାଉଥିବା ଦେଖାବାକୁ ମିଳିଛି ।

ପୂର୍ବରୁ ମଧ୍ୟ ବିଭିନ୍ନ ଯୁଦ୍ଧତ୍ରସ୍ତ ସହରରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ରୁଷ ଯୁଦ୍ଧ ବିରତି ଘୋଷଣା କରିଥିଲା । ଆଜି ଚତୁର୍ଥ ଥର ପାଇଁ ଯୁଦ୍ଧ ବିରତି ଘୋଷଣା କରିଛି ରୁଷ । ୟୁକ୍ରେନ ମଧ୍ୟ ଉକ୍ତ ମାନବୀୟ କରିଡର ଦ୍ୱାରା ଗତକାଲି ଅନେକ ଲୋକଙ୍କୁ ସ୍ଥାନାନ୍ତର କରିଛି। ଆଜି ପୁଣି ସାଧାରଣ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ। ରୁଷ ଏନେଇ ସହଯୋଗ କରିବ। ଏଥିସହ ସୁରକ୍ଷା ଗ୍ୟାରେଣ୍ଟି ପାଇଁ ଲଖିତ ପତ୍ର ମଧ୍ୟ ରୁଷ ଦାଖଲ କରିଛି।”

Advertisment

ସେପଟେ ୟୁକ୍ରେନକୁ ସହଯୋଗର ହାତ ବଢ଼ାଇଲା ଆମେରିକା । ଯୁଦ୍ଧ ସ୍ଥିତି ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ .ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଙ୍କ ସହ କଥା ହୋଇଛନ୍ତି । ଯୁଦ୍ଧର ଗ୍ରାଉଣ୍ଡ ସ୍ଥିତି ନେଇ ଆଲୋଚନା କରିବା ସହ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ରୁଷରୁ ଆମେରିକା କୌଣସି ତେଲ ଆମଦାନୀ କରିବନି ବୋଲି ଘୋଷଣା କରିଛନ୍ତି । କେବଳ ତେଲ ନୁହେଁ, ରୁଷରୁଗ୍ୟାସ ଓ ଏନର୍ଜି ମଧ୍ୟ ଆମଦାନୀ କରାଯିବ ନାହିଁ ବୋଲି ବାଇଡେନ୍ ଘୋଷଣା କରିଛନ୍ତି ।

Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ