Advertisment

Russia Accused: ପିଲାଙ୍କୁ ଅପହରଣ କରୁଛି ଋଷ୍ ! ହଜାର ହଜାର ପିଲାଙ୍କୁ ଚୋରେଇ ନେଉଛି ୟୁକ୍ରେନରୁ..

ୟୁକ୍ରେନ ପିଲାଙ୍କୁ ଅପହରଣ କରୁଛି ଋଷ୍ ! ହଜାର ହଜାର ପିଲାଙ୍କୁ ଚୋରେଇ ନେଉଛି ୟୁକ୍ରେନରୁ... ଯୁଦ୍ଧ ଆରମ୍ଭ ପରଠୁ ୨୧ ହଜାର ପିଲାଙ୍କୁ ଋଷ୍ କରିଛି ଅପହରଣ । ସାଢେ ୩ ବର୍ଷ ପରେ ଏବେ ବନ୍ଦ ହେବାକୁ ଯାଉଛି ୟୁକ୍ରେନ-ଋଷ ଯୁଦ୍ଧ ! ଆଲାସ୍କାରେ ଋଷ୍ ରାଷ୍ଟ୍ରପତି ପୁଟିନଙ୍କ ସହ ୩ ଘଣ୍ଟା ଆଲୋଚନା ପରେ ଏବେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଯାହା ଯୁଦ୍ଧବିରତି ଆଶା ବଢାଇଥିବା ବେଳେ ଏହାରି ଭିତରେ ଋଷ୍ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ ।

PUTIN

PUTIN

Advertisment

ସାଢେ ୩ ବର୍ଷ ପରେ ଏବେ ବନ୍ଦ ହେବାକୁ ଯାଉଛି ୟୁକ୍ରେନ-ଋଷ ଯୁଦ୍ଧ ! ଆଲାସ୍କାରେ ଋଷ୍ ରାଷ୍ଟ୍ରପତି ପୁଟିନଙ୍କ ସହ ୩ ଘଣ୍ଟା ଆଲୋଚନା ପରେ ଏବେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଯାହା ଯୁଦ୍ଧବିରତି ଆଶା ବଢାଇଥିବା ବେଳେ ଏହାରି ଭିତରେ ଋଷ୍ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ଋଷ୍ ପ୍ରାୟ ୨୧ ହଜାର ୟୁକ୍ରେନ ପିଲାଙ୍କୁ ଅପହରଣ କରିଥିବା ଦାବି କରିଛି ୟୁକ୍ରେନ ସିକ୍ୟୁରିଟି ସର୍ଭିସ ।

Advertisment

ୟୁକ୍ରେନର ଦାବି ଯେ, ଋଷିଆ ୟୁକ୍ରେନରୁ ହଜାର ହଜାର ପିଲାଙ୍କୁ ଅପହରଣ କରୁଛି । ସେମାନଙ୍କ ବ୍ରେନୱାଶ କରୁଛି । ଏହାପରେ ପିଲାମାନଙ୍କୁ ଉସକାଇ ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢାଉଛି ।

କାରଣ ଋଷିଆ ଯୁଦ୍ଧରେ ଅନେକ ଯବାନ ହରାଣିଲାଣି । ତେଣୁ ଋଷିଆ ପାଖରେ ଏବେ ଯବାନଙ୍କ ଅଭାବ ରହିଛି । ଏହି ଅଭାବ ପୂରଣ କରିବାକୁ ଋଷିଆ ୟୁକ୍ରେନ ଶିଶୁଙ୍କୁ ଅପହରଣ କରୁଛି ।

Advertisment

ଏହି ପିଲାମାନଙ୍କୁ ନେଇ ଅଲଗା ଅଲଗା ଠିକଣାରେ ରଖିଛି । ସେମାନଙ୍କ ବ୍ରେନୱାଶ କରୁଛି ଆଉ ମିଲିଟାରୀ ଟ୍ରେନିଂ ଦଉଛି । ଏହାପରେ ଆଉ ୟୁକ୍ରେନ ବିରୋଧରେ ଯୁଦ୍ଧ କରିବା ପାଇଁ ପଠାଉଛି ବୋଲି କହିଛି ୟୁକ୍ରେନ ସିକ୍ୟୁରିଟି ସର୍ଭିସ । ୟେଲ ୟୁନିଭରସିଟିର ରିସର୍ଚ୍ଚ ଗ୍ରୁପ ଏଭଳି ୮୪୦୦ ପିଲାଙ୍କୁ ଚିହ୍ନଟ କଲାଣି । ଯାହାଙ୍କୁ ଅପହରଣ କରି ଋଷ୍ ପଠାଯାଇଛି ।

କିଛି ମାସ ତଳେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବି ଏମିତି ଦାବି କରିଥିଲେ । ୟୁକ୍ରେନରୁ ଯୋଜନା କରି ପିଲାମାନଙ୍କୁ ଋଷ୍ ପଠାଯାଉଛି । ସେଠି ସେମାନଙ୍କୁ ସାମରିକ ସ୍କୁଲରେ ଭର୍ତ୍ତି କରାଯାଇ ଟ୍ରେନିଂ ଦିଆଯାଉଛି । ସେଇ ପିଲାଙ୍କୁ ଭିତରୁ ୧୧ ହଜାରଙ୍କ ନାଁ ଜାଣିଛୁ ଓ ପିଲାମାନଙ୍କୁ ରଖାଯାଇଥିବା ୧୫୦ଟି ସ୍ଥାନକୁ ଚିହ୍ନଟ କରିଛୁ ବୋଲି ଦାବି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।

Advertisment
Russia Ukraine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ