Advertisment

ଭଙ୍ଗାରୁଜା... ପୋଡ଼ାଜଳା... ଲୁଟପାଟ୍, ୭ ଦିନ ହେଲା ଦାଉଦାଉ ଜଳୁଛି ଫ୍ରାନ୍ସ

ହଜାର ହଜାର ଲୋକ କେବଳ ରାସ୍ତାକୁ ଓହ୍ଲାଉନାହାନ୍ତି, ବରଂ ଆଇନକୁ ନିଜ ହାତକୁ ନେବାକୁ ପଛାଉନାହାନ୍ତି ସେମାନେ ।

ଅଦ୍ୟତନ ହୋଇଛି
France Riots News Today

Riots in France

Advertisment

ସପ୍ତାହେ ପୂରିଛି, ଫ୍ରାନ୍ସରେ ଫେରୁନି ଶାନ୍ତି । ଭଙ୍ଗାରୁଜା, ପୋଡ଼ାଜଳା ସହ ଚାଲିଛି ଲୁଟପାଟ୍ । ପୋଲିସ ଗୁଳିରେ ଜଣେ ୧୭ ବର୍ଷୀୟ ଯୁବକର ମୃତ୍ୟୁ ପରେ ପ୍ୟାରିସରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଏବେ ଫ୍ରାନ୍ସର ଅନ୍ୟ ସହର ଏବଂ ଅନ୍ୟ ଦେଶକୁ ବି ବ୍ୟାପିଲାଣି। ୨ ହଜାରରୁ ଅଧିକ ଆନ୍ଦୋଳନକାରୀଙ୍କୁ ପୋଲିସ ଗିରଫ କରିଥିଲେ ବି ଆନ୍ଦୋଳନ ଓ ହିଂସାକାଣ୍ଡ ଥମିବାର ନାଁ ନେଉନି। ହିଂସାକାଣ୍ଡରୁ ଦୂରେଇ ରହିବା ଲାଗି ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରନ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି । ଯୁବକଙ୍କୁ ଗୁଳି ମାରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଫ୍ରାନ୍ସ ଗୃହମନ୍ତ୍ରୀ କହିଛନ୍ତି। ...

Advertisment

ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ପୋଲିସ ଗୁଳିରେ ୧୭ ବର୍ଷୀୟ ଯୁବକର ମୃତ୍ୟୁ ଅଭିଯୋଗକୁ ନେଇ ଜାରି ରହିଛି ତୁମୁଳ କାଣ୍ଡ। ହଜାର ହଜାର ଲୋକ କେବଳ ରାସ୍ତାକୁ ଓହ୍ଲାଉନାହାନ୍ତି, ବରଂ ଆଇନକୁ ନିଜ ହାତକୁ ନେବାକୁ ପଛାଉନାହାନ୍ତି ସେମାନେ । ଉଗ୍ର ପ୍ରଦର୍ଶନ କାରୀମାନେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଭିଆଇଥିବା ଦେଖିବାକୁ ମିଳିଛି। ଏଥିରେ ଅନେକ କାର୍ ଏବଂ ସରକାରୀ ବିଲଡିଂକୁ ଟାର୍ଗେଟ୍ କରାଯାଇଛି । ପ୍ୟାରିସ ସମେତ ଦେଶର ଅନ୍ୟ ପ୍ରାନ୍ତକୁ ବି ବ୍ୟାପିବାରେ ଲାଗିଛି ହିଂସା।

ପ୍ରଦର୍ଶନକାରୀମାନେ କେଉଁଠି ଦୋକାନ ବଜାର ଭଙ୍ଗାରୁଜା ସହ ଲୁଟପାଟ୍ କରୁଛନ୍ତି ତ, କେଉଁଠି ପୋଲିସ ଗାଡ଼ି ସମେତ ଅନେକ କାର ପୋଡ଼ି ଦେଇଥିବା ଦେଖିବାକୁ ମିଳିଛି। ଫ୍ରାନ୍ସରେ ସାଧାରଣ ଲୋକଙ୍କ ଘର ଦ୍ୱାର ସହ ଅଢ଼େଇ ହଜାରରୁ ଅଧିକ ଦୋକାନ ପୋଡି ସାରିଲେଣି ଆନ୍ଦୋଳନକାରୀ । ସରକାରୀ ବିଲଡିଂ ଏବଂ ସ୍କୁଲ୍ କଲେଜ ବି ଏଥିରୁ ବାଦ୍ ପଡିନି। ଖାଲି ସେତିକି ନୁହେଁ, ଅନେକ ବ୍ୟାଙ୍କ ଲୁଟପାଟ୍ କରିବାରେ ଲାଗିଛନ୍ତି ପ୍ରଦର୍ଶନକାରୀ।

Advertisment

ମାର୍ସିଲ ସହରର ସବୁଠୁ ବଡ଼ ଲାଇବ୍ରେରୀକୁ ମଧ୍ୟ ଜାଳି ଦେଇଛନ୍ତି ଆନ୍ଦୋଳନକାରୀ। ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି, ଲାଇବ୍ରେରୀରେ ଆନ୍ଦୋଳନକାରୀ ନିଆଁ ଲଗାଇବା ପରେ ସବୁକିଛି ପୋଡ଼ି ପାଉଁଶ ହୋଇଯାଇଛି। ଅନେକ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଚିନ୍ତାପ୍ରକଟ କରିଛନ୍ତି।...

Violence Riots
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ