Indian Navy
ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳୁଥିବା ଜାହାଜ ପାଇଁ ଦେବଦୂତ ସାଜିଲେ ଭାରତୀୟ ନୌବୀର । ୟେମେନ ହୁତି ଗ୍ରୁପର ମିଜାଇଲ୍ ଆକ୍ରମଣରେ ବ୍ରିଟେନର ଏକ ତୈଳ ବୋଝେଇ ଜାହାଜରେ ନିଆଁ ଲାଗିଯାଇଥିଲା । ଅଏଲ ଟାଙ୍କରରେ ନିଆଁ ଲାଗିବା ହେତୁ ଏହାକୁ କାବୁ କରିବା ଜାହାଜର କ୍ରୁ ପାଇଁ ଅସମ୍ଭବ ହୋଇପଡ଼ିଥିଲା ।
ଲୋହିତ ସାଗର ନିକଟସ୍ଥ ଗଲ୍ଫ ଅଫ୍ ଆଦେନରେ ଅଏଲ ଟାଙ୍କର୍ ମାର୍ଲିନ୍ ଲୁଆଣ୍ଡା ଏହି ଆକ୍ରମଣର ଶିକାର ହୋଇଥିଲା । ସେଥିରେ ୨୨ ଭାରତୀୟ ଓ ଜଣେ ବାଂଲାଦେଶୀ କ୍ରୁ ମେମ୍ବର ଥିଲେ । ତେବେ ଏହି ଖବର ପାଇବା ପରେ, ତୁରନ୍ତ ନିକଟରେ ମୁତୟନ ଥିବା ମିଜାଇଲ୍ ଡେଷ୍ଟ୍ରୟର୍ ବା କ୍ଷେପଣାସ୍ତ୍ର ବିଧ୍ୱଂସକାରୀ ଯୁଦ୍ଧପୋତ ଆଇଏନ୍ଏସ୍ ବିଶାଖାପଟ୍ଟନମକୁ ଉଦ୍ଧାର ପାଇଁ ପଠାଇଥିଲା ଭାରତୀୟ ନୌସେନା ।
ଶୁକ୍ରବାର ରାତିରେ ଏହି ଆକ୍ରମଣ ହୋଇଥିବା ବେଳେ, ତତକ୍ଷଣାତ୍ ମିଡ୍ ନାଇଟ୍ ଅପରେସନ ଆରମ୍ଭ କରିଥିଲା ନୌସେନା । ଜାହାଜ ନିକଟରେ ପହଞ୍ଚି ଅଗ୍ନିକାଣ୍ଡ ପ୍ରଶମନରେ ମାହିର ନୌବୀର ମାନେ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ । ଦୀର୍ଘ ୬ ଘଣ୍ଟାର ପରିଶ୍ରମ ପରେ ନୌବୀରମାନେ ଗତକାଲି ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳୁଥିବା ଜାହାଜରେ ନିଆଁକୁ କାବୁ କରିବାରେ ସଫଳ ହୋଇଥିଲେ ।
ଏଥିପାଇଁ ଜାହାଜର କ୍ୟାପଟେନ ଭାରତୀୟ ନୌସେନାକୁ ଧନ୍ୟବାଦ ଦେବା ସହିତ କହିଛନ୍ତି ଯେ, ଆମେ ନିଆଁ ଲିଭିବ ବୋଲି ଆଶା ଛାଡ଼ି ଦେଇଥିଲୁ । କିନ୍ତୁ ଭାରତୀୟ ନୌସେନା ଯବାନ ମାନେ ବାସ୍ତବିକ୍ ବାହାଦୁର୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706411436.jpg)