Advertisment

ବାଲି ସାମ୍ରାଜ୍ୟରେ ଅଚାନକ ପାଣିର ରାଜୁତି; ଦୀର୍ଘ ୫୦ ବର୍ଷ ପରେ ବୁଡ଼ିଲା ହ୍ରଦ ଇରିକି

ବାଲି ସାମ୍ରାଜ୍ୟରେ ଅଚାନକ ପାଣିର ରାଜୁତି । ସାହାରା ମରୁଭୂମିରେ ଭୀଷଣ ବନ୍ୟା ।  ୫୦ ବର୍ଷ ପରେ ଉପୁଜିଲା ବନ୍ୟା ସ୍ଥିତି । ଠାଏଁ ଠାଏଁ ବାଲି, ଠାଏଁ ଠାଏଁ ପାଣି। ଜଳପ୍ଳାବିତ ବାଲୁକାସ୍ତୁପ ଓ ଖଜୁରୀ ଗଛ ଥିବା ମରୁଉଦ୍ୟାନ।

Sahara Desert

Sahara Desert

Advertisment

ବିଶ୍ବର ସର୍ବବୃହତ୍ ମରୁଭୂମିରେ ବନ୍ୟା। ଅଚାନକ ବର୍ଷା ପରେ ପାଣିରେ ବୁଡ଼ିଲା ଆଫ୍ରିକା ସାହାରା ମରୁଭୂମିର ଅନେକ ଅଞ୍ଚଳ। ଦୀର୍ଘ ୫୦ ବର୍ଷ ପରେ ପ୍ରଥମ ଥର ପାଇଁ ସାହାରା ମରୁଭୂମିରେ ଥିବା ଇରିକି ହ୍ରଦ ପାଣିରେ ଭରିଯାଇଛି। ବହୁ ବାଲୁକା ସ୍ତୁପ ଓ ଖଜୁରୀ ଗଛ ଥିବା ମରୁ ଉଦ୍ୟାନ ଆଦି ଜଳପ୍ଳାବିତ ହୋଇଥିବା ଦେଖିବାକୁ ମିଳିଛି। ଏଭଳି ବିରଳ ଘଟଣା ପଛରେ ଅଚାନକ ବର୍ଷା ସହ ପାଣିପାଗରେ ଅସ୍ବାଭାବିକତା ଏବଂ ଗ୍ଲୋବାଲ ୱାର୍ମିଂକୁ ମଧ୍ୟ ଦାୟୀ କରାଯାଉଛି।

Advertisment

ବାଲି ସାମ୍ରାଜ୍ୟରେ ଅଚାନକ ପାଣିର ରାଜୁତି । ସାହାରା ମରୁଭୂମିରେ ଭୀଷଣ ବନ୍ୟା ।  ୫୦ ବର୍ଷ ପରେ ଉପୁଜିଲା ବନ୍ୟା ସ୍ଥିତି । ଠାଏଁ ଠାଏଁ ବାଲି, ଠାଏଁ ଠାଏଁ ପାଣି। ଜଳପ୍ଳାବିତ ବାଲୁକାସ୍ତୁପ ଓ ଖଜୁରୀ ଗଛ ଥିବା ମରୁଉଦ୍ୟାନ। ବିଶ୍ବର ସର୍ବବୃହତ ଉତ୍ତପ୍ତ ମରୁଭୂମି ସାହାରା ପାଇଁ ଏହା ଖୁବ୍ ବିରଳ ଓ ଅସ୍ବାଭାବିକ। ଉତ୍ତର ଆଫ୍ରିକାରେ ରହିଛି ଏହି ୯୨ ଲକ୍ଷ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପ୍ତ, ଅର୍ଥାତ୍ ଆକାରରେ ଭାରତଠୁ ପ୍ରାୟ ୩ ଗୁଣ ବଡ଼ ମରୁଭୂମି। ଯେଉଁଠି ବର୍ଷା କେବଳ ସ୍ୱପ୍ନରେ ସମ୍ଭବ, ସେଠି ବନ୍ୟା ସ୍ଥିତି ଉପୁଜିବା ପରେ ବିଶ୍ୱସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। 

ସୂଚନା ଅନୁସାରେ, ଦକ୍ଷିଣପୂର୍ବ ମରକ୍କୋରେ ଗ୍ରୀଷ୍ମ ଶେଷ ଆଡ଼କୁ ସାଧାରଣତଃ ବର୍ଷା ହୋଇନଥାଏ। ତେବେ ସେପ୍ଟେମ୍ବରରେ ଅଚାନକ ୨ ଦିନ ଏତେ ବର୍ଷା ହେଲା ଯେ, ଏହା ବାର୍ଷିକ ହାରାହାରି ବର୍ଷା ପରିମାଣକୁ ଟପିଗଲା। ଅଚାନକ ୨୫୦ ମିଲିମିଟରରୁ ଅଧିକ ବର୍ଷା ହେବା ଫଳରେ, ମରୁ ସହର ମେରଜଉଗାରେ ଦଶନ୍ଧି ଦଶନ୍ଧି ଧରି ଶୁଷ୍କ ପଡ଼ିଥିବା ହ୍ରଦ ଇରିକି, ଗତ ୫୦ ବର୍ଷ ଭିତରେ ପ୍ରଥମ ଥର ପାଇଁ ପାଣିରେ ଭରିଯାଇଛି । ଏହାଫଳରେ ସାହାରା ମରୁଭୂମିର କିଛି ଅଂଶରେ ବନ୍ୟା ହୋଇଛି। ଆଉ ଏକ ଶୁଷ୍କ ଅଞ୍ଚଳ ଟାଟାରେ ମଧ୍ୟ ୨୪ ଘଣ୍ଟାରେ ୧୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । 

Advertisment

ଅଚାନକ ଭୀଷଣ ବର୍ଷା ଓ ବନ୍ୟା ମରକ୍କୋରେ ୨୦ ଜଣଙ୍କ ଜୀବନ ନେଇଥିବା ବେଳେ, କିଛି ଜନବସତି ଅଞ୍ଚଳରେ ଚାଷ ଉଜାଡ଼ିଛି। ମରୁଭୂମିର ଆକାର ତୁଳନାରେ ଜଳପ୍ଳାବିତ ଅଞ୍ଚଳ ଆକାରରେ ଖୁବ୍ କ୍ଷୁଦ୍ର ହେଲେ ମଧ୍ୟ, ମହାକାଶରୁ ଏହା ସ୍ପଷ୍ଟ ଦେଖାଯାଉଛି। ଇଏ ନାସା ସାଟେଲାଇଟ ନେଇଥିବା ଫଟୋ।

Floods
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ