Advertisment

ଗୋଟାବାୟାଙ୍କ ପଳାୟନ ପରେ ବିଗିଡ଼ିଲା ସ୍ଥିତି, ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ୱିକ୍ରମସିଂଘେ

ଶ୍ରୀଲଙ୍କାରେ ଗୃହ ଯୁଦ୍ଧ ଉଗ୍ରରୂପ ଧାରଣ କରିଛି। ସବୁଠି ଅଶାନ୍ତିର ନିଆଁ। ଆର୍ଥିକ ଦେବାଳିଆ ହୋଇପଡ଼ିଥିବା ଶ୍ରୀଲଙ୍କାରେ ବିଦ୍ରୋହ ଥମୁ ନାହିଁ। ଫଳରେ ଦେଶରେ ରାଜନୈତିକ ଅସ୍ଥିରତା ଲାଗିରହିଛି।

ଅଦ୍ୟତନ ହୋଇଛି
Srilanka Crisis

Srilanka Crisis

Advertisment

ଶ୍ରୀଲଙ୍କାରେ ଅର୍ଥନୈତିକ ଓ ରାଜନୈତିକ ଅସ୍ଥିରତା ଦିନକୁ ଦିନ ବିଗିଡିବାରେ ଲାଗିଛି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଂଘେ ଗତକାଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଦେଶରେ ଗଠନ ହେବ ସର୍ବଦଳୀୟ ସରକାର । ଶ୍ରୀଲଙ୍କାରେ ଜନଆନ୍ଦୋଳନ ଉଗ୍ର ରୂପ ଧାରଣ କରିବା ପରେ, ସର୍ବଦଳୀୟ ସରକାର ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିସହ ନିଜ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଂଘେ ।

Advertisment

ଲକ୍ଷାଧିକ ଆନ୍ଦୋଳନକାରୀ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସାଙ୍କ ଇସ୍ତଫା ଦାବିରେ ତାଙ୍କ ସରକାରୀ ବାସଭବନକୁ କବ୍ଜାକୁ ନେଇଥିବା ବେଳେ, ଏହି ସଂକଟର ସମାଧାନ ବାଟ ଖୋଜିବାକୁ ଜରୁରୀକାଳୀନ ସର୍ବଦଳୀୟ ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଂଘେ । ସେଠାରେ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା । ଗତ ମେ ୯ ତାରିଖରେ ଚତୁର୍ଥ ଥର ପାଇଁ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇଥିଲେ ରାନିଲ ।

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଜୋରଦାର ବିରୋଧ ପ୍ରଦର୍ଶନ ପରେ ସେ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। ଦେଶର ନାଗରିକଙ୍କ ସୁରକ୍ଷା ଓ ହିତ ପାଇଁ ଦଳୀୟ ନେତାଙ୍କ ପ୍ରସ୍ତାବରେକୁ ମୁଁ ମାନିବାକୁ ରାଜି ବୋଲି ଶ୍ରଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ କହିଛନ୍ତି। ନୂଆ ତଥ୍ୟ ଅନୁଯାୟୀ  ଶ୍ରୀଲଙ୍କାରେ ସର୍ବଦଳୀୟ ସରକାର ପାଇଁ ପ୍ରସ୍ତାବ ଆସିଛି।

Advertisment
Srilanka Crisis Prime Minister Resign
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ