Advertisment

ଅଷ୍ଟମ ରାଷ୍ଟ୍ରପତି ହେଲେ ରାନିଲ: ଲଙ୍କା ସଂକଟ ଦୂର କରିବାକୁ ମାନସମନ୍ଥନ

ଆର୍ଥିକ ସଂକଟରୁ ରାଜନୈତିକ ଅସ୍ଥିରତା ଆଉ ଏହାକୁ ନେଇ ସୃଷ୍ଟି ହୋଇଥିବା ଜନ ଆନ୍ଦୋଳନ, ହିଂସା ଓ ଅଶାନ୍ତିର ବାତାବରଣ। ଏଭଳି ଘଡ଼ସନ୍ଧି ମୁହୁର୍ତ୍ତରେ ଶ୍ରୀଲଙ୍କାର କ୍ରାଇସିସ ମ୍ୟାନେଜର ଭୂମିକାରେ କାମଚଳା ରାଷ୍ଟ୍ରପତିରୁ ନବନିର୍ବାଚିତ ରାଷ୍ଟ୍ରପତି ରାନୀଲ ୱିକ୍ରମାସିଙ୍ଘେ । ଆଶା କରାଯାଉଛି ଯେ, ଚରମ ବିଶୃଙ୍ଖଳାରୁ ଦେଶକୁ ମୁକୁଳାଇବା ସହ ଦିଗ୍ଦର୍ଶନ ଦେବାରେ ସମର୍ଥ ହେବେ ରାନୀଲ । ଆଉ ସେଥିପାଇଁ ରାଷ୍ଟ୍ରପତି ନିର୍ବାଚନ ଜିଣି ନିଜର ପ୍ରଥମ ଅଭିଭାଷଣରେ ସେ ବିରୋଧୀଙ୍କୁ ସାଙ୍ଗରେ ନେଇ କାମ କରିବାକୁ ଆହ୍ବାନ ଦେଇଛନ୍ତି । କିନ୍ତୁ ଏ ବାଟ ଏତେ ସହଜ ନୁହେଁ ଏକଥା ରାନୀଲ ବି ଜାଣିଛନ୍ତି । ପଢ଼ନ୍ତୁ ରିପୋର୍ଟ.....

ଅଦ୍ୟତନ ହୋଇଛି
Ranil Wickremesinghe

Ranil Wickremesinghe

Advertisment

ଶ୍ରୀଲଙ୍କାର ଅର୍ଥନୈତିକ ସଂକଟ ମଧ୍ୟରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରିଛନ୍ତି କାମଚଳା ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମାସିଙ୍ଘେ । ନିର୍ବାଚନରେ ବାଜିମାତ କରୁ କରୁ ପ୍ରତିଦ୍ୱନ୍ଦ୍ୱୀ ଦୁଲାସ ଆଲାପେରୁମା ଏବଂ ଅନୁରା କୁମାର ଦାସନାୟକେଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। କେବଳ ସେତିକି ନୁହେଁ ସଂକଟ ଦୁର ପାଇଁ ରାଜନୀତିଠାରୁ ଊର୍ଦ୍ଧ୍ୱର ଉଠି ସମସ୍ତ ସାଂସଦଙ୍କ ସହ ମତ ବିନିମୟ କରି ଆଗାମୀ ରଣନୀତି ପ୍ରସ୍ତୁତ କରିବାକୁ ଆହ୍ୱାନ ଦେଇଛନ୍ତି । ସୁରଖୁରୁରେ ଶାସନ ପାଇଁ ସମସ୍ତଙ୍କ ସହଯୋଗ ଓ ମାର୍ଗଦର୍ଶନ ଲୋଡ଼ିଛନ୍ତି।

Advertisment

ଲଙ୍କାବାସୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନବନିର୍ବାଚିତ ରାଷ୍ଟ୍ରପତି ରାନୀଲ ୱିକ୍ରେମାସିଙ୍ଘେ ପ୍ରମୁଖ ବିରୋଧୀ ଦଳ ନେତା ସାଜିଥ୍ ପ୍ରେମଦାସା ଏବଂ ଅନ୍ୟ ବିରୋଧୀ ଦଳ ନେତାଙ୍କ ସହ ମଧ୍ୟ ଔପଚାରିକତା ଆଲୋଚନା କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ସା ଏବଂ ମୈତ୍ରୀପାଲ ସିରିସେନା ଏକାଠି ହୋଇ କାମ କରିବାକୁ ଆହ୍ବାନ ଦେଇଛନ୍ତି । ସଂସଦ ଭବନରେ ନିଜ ଅଭିଭାଷଣ ରଖି ଏଭଳି ଆହ୍ୱାନ ଦେଇଛନ୍ତି । 

ଗତ ୪୮ ଘଣ୍ଟା ପୂର୍ବରୁ ଆମେ ସମସ୍ତ ଅଲଗା ଓ ଭିନ୍ନ ଥିଲେ । ଭାଗ ଭାଗ ହୋଇ ରହିଥିଲେ , ବର୍ତ୍ତମାନ କିନ୍ତୁ ସମୟ ଆସିଛି ଆମ ସମସ୍ତଙ୍କୁ ଏକ ଓ ଏକାଠି ହୋଇ ଦେଶ ପାଇଁ କିଛି କାମ କରି ଦେଖାଇବାର ଅଛି ।  

Advertisment

ସୂଚନାଥାଉ କି ୪ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଦେଶରେ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନ ହୋଇଛି । ୧୯୮୮, ୧୯୯୪, ୧୯୯୯, ୨୦୦୫, ୨୦୧୦, ୨୦୧୫ ଏବଂ ୨୦୧୯ରେ ରାଷ୍ଟ୍ରପତିଙ୍କୁ ମନୋନିତ କରାଯାଉଥିବା ବେଳେ ଏବେ ଦେଶରେ ସଂକଟ ଉପୁଜିବା ଏବଂ ରାଷ୍ଟ୍ରପତି ଗୋଟାବାୟା ଦେଶ ଛାଡ଼ି ଚାଲିଯାଇଥିବାରୁ ଆଜି ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।  ୨୨୫ ସଦସ୍ୟ ବିଶିଷ୍ଟ ଶ୍ରୀଲଙ୍କା ସଂସଦରେ  ମ୍ୟାଜିକ୍ ନମ୍ବର ପାଇଁ ୧୧୩ ଭୋଟ୍ ଆବଶ୍ୟକ ଥିଲା, ରାନିଲ୍‌ ବିକ୍ରମାସିଂଘେଙ୍କୁ ୧୩୪ ଜଣ ସଦସ୍ୟଙ୍କ ସମର୍ଥନ ପାଇବାକୁ ସମର୍ଥ ହୋଇଛନ୍ତି । 

ଦେଶର ଅର୍ଥନୈତିକ ସଂକଟ ପାଇଁ ରାନୀଲ ୱିକ୍ରମାସିଙ୍ଘେଙ୍କୁ ମଧ୍ୟ ଆନ୍ଦୋଳନକାରୀ ଦାୟୀ କରୁଛନ୍ତି । ଏପରିକି ରାନୀଲ୍ ଯେମିତି ରାଷ୍ଟ୍ରପତି ନ ହୋଇପାରନ୍ତି ସେ ନେଇ ସେମାନେ ଆହ୍ୱାନ ମଧ୍ୟ ଦେଇଥିଲେ । ଆଜି କିନ୍ତୁ ରେସରେ ଆଗରେ ଥିବା ରାନୀଲ୍ ବାଜି ନିର୍ବାଚନରେ ବାଜି ମାରି ଶ୍ରୀଲଙ୍କାର ଅଷ୍ଟମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।  

Advertisment

ଏବେ କିନ୍ତୁ ରାନୀଲଙ୍କ ପାଇଁ ଚ୍ୟାଲେଞ୍ଜ ଅନେକ, ଦେଶର ଅର୍ଥନୀତି ଏଭଳି ଦେବାଳିଆ ହୋଇଛି ଯେ, ଏହାକୁ ଟ୍ରାକ୍‌କୁ ଫେରାଇବା ଆଦୌ ସହଜ ନୁହେଁ । ଗୋଟିଏ ପଟେ ଋଣଭାର ଅନ୍ୟପଟେ ରପ୍ତାନୀ ଓ ପର୍ଯ୍ୟଟନ କ୍ଷେତ୍ରରେ ମାନ୍ଦାବସ୍ଥା ଯୋଗୁଁ ଶୂନ୍ୟପ୍ରାୟ ବିଦେଶୀ ମୁଦ୍ରା ଭଣ୍ଡାର । ବିଦେଶୀ ମୁଦ୍ରା ନଥିବାରୁ ଆମଦାନୀ ହୋଇପାରୁନି ଅତ୍ୟାବଶ୍ୟକୀୟ ସାମଗ୍ରୀ।  ପେଟ୍ରୋଲ ଓ ଡିଜେଲ ସମେତ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରକୁ ନେଇ ଲଙ୍କାବାସୀ  ତ୍ରାହି ତ୍ରାହି ଡାକୁଥିବା ବେଳେ ଚରମସୀମାରେ ପହଞ୍ଚିଛି ସରକାର ବିରୋଧୀ ଆକ୍ରୋଶ ।

ଆଜି ବି ନିର୍ବାଚନ ଫଳାଫଳକୁ ନେଇ ଖପ୍ପା ଥିବା ବିରୋଧୀ ସତ୍ୟାଗ୍ରହ କରିଛନ୍ତି। ଲଙ୍କା ସଂକଟର ଶହେଦିନ ପରେ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଠାରୁ ଏହି ସବୁ ସମସ୍ୟାରୁ ମୁକ୍ତି ଅପେକ୍ଷାରେ ଦେଶବାସୀ। 

Sri Lanka Economic Crisis Sri Lanka Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ