Advertisment

ଦାବି ମାନିଲେ ୟୁକ୍ରେନ ସହ ଆଲୋଚନା ପାଇଁ ପ୍ରସ୍ତୁତ, ପୁଟିନ ରଖିଲେ ଏମିତି ସର୍ତ୍ତ...

ୟୁକ୍ରେନର ସହର ଗୁଡ଼ିକରେ ବୋମା ବର୍ଷଣ ଅଭିଯୋଗକୁ ପୁଟିନ ଖଣ୍ଡନ କରିଛନ୍ତି। ୟୁକ୍ରେନର ସହର ଗୁଡ଼ିକରେ ବୋମା ବର୍ଷଣ ଖବର ମିଥ୍ୟା। ଏନେଇ ଋଷିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Ukraine Russia War

Ukraine Russia War

Advertisment

ଦଶମ ଦିନରେ ଋଷିଆ-ୟୁକ୍ରେନ ଯୁଦ୍ଧ। ଯୁଦ୍ଧର ୯ ଦିନ ପର୍ଯ୍ୟନ୍ତ ଋଷିଆକୁ କୌଣସି ବଡ଼ ସଫଳତା ନମିଳିବାରୁ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ(Russian President Vladimir Putin)ଶୁକ୍ରବାର ବଡ଼ ବୟାନ ଜାରି କରିଛନ୍ତି। ୟୁକ୍ରେନର ସହର ଗୁଡ଼ିକରେ ବୋମା ବର୍ଷଣ ଅଭିଯୋଗକୁ ପୁଟିନ ଖଣ୍ଡନ କରିଛନ୍ତି। ୟୁକ୍ରେନର ସହର ଗୁଡ଼ିକରେ ବୋମା ବର୍ଷଣ ଖବର ମିଥ୍ୟା। ଏନେଇ ଋଷିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ଯଦି ତାଙ୍କର ଦାବିକୁ ଗ୍ରହଣ କରାଯାଏ, ତା’ହେଲେ ଆଲୋଚନା ପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି ପୁଟିନ କହିଛନ୍ତି। ୟୁକ୍ରେନ ରାଜଧାନୀ କିଭ୍‌ ଓ ଅନ୍ୟ ବଡ଼ ସହର ଗୁଡ଼ିକରେ ଆକାଶ ମାର୍ଗରୁ ଏୟାର ଷ୍ଟ୍ରାଇକ ଘଟଣାକୁ ଅପପ୍ରଚାର କରାଯାଉଛି ବୋଲି ପୁଟିନ କହିଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି, ୟୁକ୍ରେନ ସହ ଆଲୋଚନା ସେତେବେଳେ ସମ୍ଭବ ହେବ, ଯେତେବେଳେ ତାଙ୍କର ଦାବି ଗ୍ରହଣ କରାଯିବ। ୟୁକ୍ରେନ ପକ୍ଷ ଓ ଅନ୍ୟ ସମସ୍ତଙ୍କ ସହ ଏସମ୍ପର୍କିତ ଆଲୋଚନା କରିବା ଲାଗି ସମସ୍ତ ବିକଳ୍ପ ଖୋଲା ରହିଛି। ଭ୍ଲାଦିମିର ପୁଟିନ ନିଜେ ଏନେଇ ସ୍ପଷ୍ଟ କରିଛନ୍ତି ବୋଲି ଋଷିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ହେଲେ ସର୍ତ୍ତ ହେଉଛି ଋଷିଆର ସମସ୍ତ ଦାବି ଗ୍ରହଣ କରାଯିବ। 

ଋଷିଆ ରଖିଥିବା ସର୍ତ୍ତ ଉପରେ ତୃତୀୟ ଥର ପାଇଁ ୟୁକ୍ରେନ-ଋଷିଆ ମଧ୍ୟରେ ଆଲୋଚନା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏନେଇ ୟୁକ୍ରେନ ସରକାର ସକରାତ୍ମକ ମନୋଭାବ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ସୂଚନା ଅନୁସାରେ, ଆସନ୍ତା ସପ୍ତାହ ଶେଷ ଆଡ଼କୁ ଏସମ୍ପର୍କିତ ଆଲୋଚନା ହେବାର ସମ୍ଭାବନା ରହିଛି। ଏହାପୂର୍ବରୁ ଋଷିଆ-ୟୁକ୍ରେନ ମଧ୍ୟ ୨ଥର ଆଲୋଚନା ହୋଇସାରିଲାଣି। ହେଲେ ଏହି ଆଲୋଚନାରେ କୌଣସି ନିଷ୍କର୍ସ ବାହାରିପାରି ନାହିଁ। 

Advertisment

ଅନ୍ୟପକ୍ଷେ, ଯୁଦ୍ଧ ବିଭୀଷିକା ବେଳେ ଦେଶ ଛାଡ଼ି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କି ପୋଲାଣ୍ଡ ପଳାଇଛନ୍ତି। ରୁଷିଆର ବାଚସ୍ପତି ଏହି ସୂଚନା ଦେଇଛନ୍ତି। ରୁଷର ସରକାରୀ ଗଣମାଧ୍ୟମ ସ୍ପୁଟନିକରେ ଏହା ପ୍ରକାଶ ପାଇଥିବା ସେ କହିଛନ୍ତି। ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନ ଛାଡି ପୋଲାଣ୍ଡ ପଳାଇଥିବା ନେଇ ରୁଷ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି।

Russian President Vladimir Putin Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ