Advertisment

ପୁଟିନଙ୍କ ବଡ଼ ଆକ୍ସନ୍‌ : ବାଇଡେନ୍‌ଙ୍କ ସମେତ ୯୦୦ରୁ ଅଧିକ ଆମେରିକୀୟଙ୍କ ପ୍ରବେଶ ଉପରେ କଟକଣା

ଋଷିଆକୁ ଯାଇପାରିବେନି ଜୋ ବାଇଡେନ୍‌ । ଲାଗିଲା କଟକଣା ।

ଅଦ୍ୟତନ ହୋଇଛି
US President Joe Biden (Right) called Russian President Vladimir Putin (Left)

US President Joe Biden (Right) called Russian President Vladimir Putin (Left)

Advertisment

ଆମେରିକା ବିରୋଧରେ ଋଷିଆ ରାଷ୍ଟ୍ରପତିଙ୍କ ବଡ଼ ଆକ୍ସନ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ସମେତ ରୁଷ ୯୦୦ରୁ ଅଧିକ ଆମେରିକୀୟଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ପୁଟିନ୍‌ ସରକାର । ଶନିବାର ଦିନ ଋଷିଆ ସରକାରଙ୍କ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି, ଯେଉଁଥିରେ ୯୬୩ ଆମେରିକୀୟଙ୍କ ନାମ ରହିଛି।

Advertisment

ଏହି ତାଲିକାରେ ଆମେରିକୀୟ ସିନେଟର ଏବଂ ପ୍ରତିନିଧି ସଭାର ସଦସ୍ୟ, ପୂର୍ବତନ ତଥା ବର୍ତ୍ତମାନର ସରକାରୀ କର୍ମଚାରୀ, ସାମ୍ବାଦିକ, ସାମରିକ କର୍ମଚାରୀ, ଆଇନଜୀବୀ, ସାଧାରଣ ନାଗରିକ ଏବଂ ସିଇଓ ଆଦି ସାମିଲ ଅଛନ୍ତି । ଏହାସହ ଆମେରିକାର ଜଏଣ୍ଟ୍ ଚିଫ୍‌ ଅଫ୍ ଷ୍ଟାଫର ଚେୟାରମ୍ୟାନ୍ ମାର୍କ ମିଲି, ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ୍, ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଏଜେନ୍ସି ନିର୍ଦ୍ଦେଶକ ୱିଲିୟମ୍ ବର୍ନସ୍, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ହ୍ୱାଇଟ୍ ହାଉସର ପ୍ରେସ ସଚିବ ଜେନ ସାକିଙ୍କ ନାମ ମଧ୍ୟ ତାଲିକାରେ ଅନ୍ତର୍ଭୁକ୍ତ ।

ତେବେ ଆଶ୍ଚର୍ଯ୍ୟର କଥା ଏହି ତାଲିକାରେ କିଛି ଏପରି ଲୋକଙ୍କ ନାଁ ମଧ୍ୟ ରହିଛି, ଯେଉଁମାନେ ପ୍ରାଣ ହରାଇ ସାରଛନ୍ତି । ଆମେରିକା ବ୍ୟତୀତ ଋଷିଆ ସରକାର କାନାଡାର ୨୬ ଜଣଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ତାଲିକାରେ ପ୍ରତିରକ୍ଷା ମୁଖ୍ୟ, ପ୍ରତିରକ୍ଷା ଶିଳ୍ପ ଅଧିକାରୀ ଏବଂ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ ସୋଫି ଗ୍ରେଗୋଇରେ ଟ୍ରୁଡୋ ଅଛନ୍ତି।

Advertisment

ସେପଟେ ଶନିବାର ଦିନ ଋଷିଆ ପଡୋଶୀ ଫିନଲ୍ୟାଣ୍ଡକୁ ଗ୍ୟାସ ରପ୍ତାନୀ ବନ୍ଦ କରିଦେଇଛି । ୨୪ ଫେବୃଆରୀରେ ୟୁକ୍ରେନ ଆକ୍ରମଣ ପରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁରୋପୀୟ ଦେଶମାନଙ୍କୁ ରୁବଲରେ ଗ୍ୟାସ ଦେବାକୁ କହିଥିଲେ ।

Joe Biden Vladimir Putin
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ