Advertisment

ୟୁକ୍ରେନ୍ ଉପରେ ଆକ୍ରମଣ ପୂର୍ବରୁ କାହାକୁ କଲ୍‌ କରିଥିଲେ ପୁଟିନ ?

ପାହାନ୍ତାରେ ଫୋନ୍‌ କଲେ, ପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଲେ । ୟୁକ୍ରେନ ଉପରେ ଆକ୍ରମଣ କରିବା ପୂର୍ବରୁ ପୁଟିନ୍‌ ପ୍ରଥମେ ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜେଣ୍ଡର୍‌ ଲୁକାସେ‌ଙ୍କୋଙ୍କୁ ଫୋନ୍‌ କରି ସୂଚନା ଦେଇଥିଲେ

Ukraine Crisis

Ukraine Crisis

Advertisment

ୟୁକ୍ରେନ ଋଷିଆ ମଧ୍ୟରେ ଚାଲିଛି ଘମାଘୋଟ ଆକ୍ରମଣ । ଜୋରସୋର ଆଟାକ୍‌ କରୁଛି ଋଷିଆ । ତେବେ ଆଜି ସକାଳୁ ମସ୍କୋ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପୂର୍ବରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଥମେ ଏକ ଫୋନ କଲ୍‌ କରିଥିଲେ । ଆଉ ଫୋନ୍‌ ପରେ ହିଁ ଆକ୍ରମଣ କରିବାକୁ ସେନାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ଫୋନ୍‌ କଲେ କାହାକୁ କରିଥିଲେ? କେତେବେଳେ କରିଥିଲେ, ତାହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା।

Advertisment

ପାହାନ୍ତାରେ ଫୋନ୍‌ କଲେ, ପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଲେ । ୟୁକ୍ରେନ ଉପରେ ଆକ୍ରମଣ କରିବା ପୂର୍ବରୁ ପୁଟିନ୍‌ ପ୍ରଥମେ ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜେଣ୍ଡର୍‌ ଲୁକାସେ‌ଙ୍କୋଙ୍କୁ ଫୋନ୍‌ କରି ସୂଚନା ଦେଇଥିଲେ । ବେଲାରୁଷ୍‌ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଏ କଥା ଜଣାପଡ଼ିଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଭୋର ପ୍ରାୟ ୫ଟା ବେଳେ ବେଲାରୁଷ୍‌ ଏବଂ ରୁଷିଆ ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ହୋଇଥିଲା।

ଆଉ ହଠାତ୍‌ ଆଜି ସକାଳ ୬ଟା ପୂର୍ବରୁ ଅଚାନକ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କଲେ ପୁଟିନ୍‌। ଆଉ ଚାହୁଁ ଚାହୁଁ ୟୁକ୍ରେନ ଉପରେ ଅନ୍ଧାଧୁନ ଆକ୍ରମଣ କରିଥିଲା ଋଷିଆ । ବୋମା ବର୍ଷଣ ହୋଇଥିଲା । ବର୍ତ୍ତମାନ ସମୟରେ ବେଲାରୁଷ୍‌ରେ ରୁଷର ହଜାର ହଜାର ସୈନ୍ୟ ଠୁଳ ହୋଇଛନ୍ତି । ଏମିତିକି ୟୁକ୍ରେନର ‘ଏୟାର୍‌ ଡିଫେନ୍‌ସ୍‌ ସିଷ୍ଟମ୍‌’କୁ ଋଷିଆ ନିଷ୍କ୍ରିୟ କରିଥିବା ନେଇ ଦାବି କରିଛି, କିନ୍ତୁ ଏହା ମିଛ ବୋଲି ୟୁକ୍ରେନ କହିଛି । ସେପଟେ ଯୁଦ୍ଧ ପରିସ୍ଥିତିକୁ ନଜରରେ ରଖି ୟୁକ୍ରେନ ଟଙ୍କା ଉଠାଣ ଉପରେ କଟକଣା ଲଗାଇଛି।

Advertisment

ସେପଟେ, ଋଷ ପାଖରେ ରହିଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବୋମା । ଯାହାର ନାଁ ‘ଫାଦର ଅଫ୍‌ ଅଲ୍‌ ବମ୍‌’ । ଏହି ବୋମା ନିମିଷେକେ ପୁରା ଅଞ୍ଚଳକୁ କରିଦେବ ଛାରଖାର । ଏହାର ଶକ୍ତି ଓ ସାମର୍ଥ୍ୟ ବିଷୟରେ ଜାଣିଲେ ଯିଏ କେହି ବି ଆଶ୍ଚର୍ଯ୍ୟ ହେବ । ତେବେ ୟୁକ୍ରେନ୍‌ ସହ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦ୍‌ମିର୍‌ ପୁଟିନ୍‌ ଏହି ବୋମାକୁ ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦେଇଛନ୍ତି ।

Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ