Rest of world Russia Ukraine war Russian public in trouble due to sanctions everything from milk to
ରୁଷ୍ ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ୟୁକ୍ରେନ ଉପରେ ରୁଷ୍ ମରାଣାତ୍ମକ ଆକ୍ରମଣ କରୁଥିବାରୁ ସୈନ୍ୟଙ୍କ ସମେତ ଅନେକ ସାଧାରଣ ଜନତାଙ୍କର ଜୀବନ ଗଲାଣି । ଏହି କାରଣରୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡିକ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି । ଫଳରେ ରୁଷରେ ଆର୍ଥିକ ସଙ୍କଟ ଦେଖାଯାଇଛି । ଯାହା ଦ୍ୱାରା କ୍ଷୀର ଠାରୁ ଆରମ୍ଭ କରି ଆଇଫୋନ୍ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହୋଇଛି ।
ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଆମେରିକା, ବ୍ରିଟେନ ଏବଂ ୟୁରୋପୀୟ ୟୁନିଅନ ରୁଷ ଉପରେ ଅଦୃଶ୍ୟ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଛନ୍ତି। ଏହାସହ ଶହ ଶହ ଅନ୍ତର୍ଜାତୀୟ କମ୍ପାନୀ ରୁଷରେ ନିଜର ବ୍ୟବସାୟ ମଧ୍ୟ ବନ୍ଦ କରିଦେଇଛନ୍ତି। ଏହି ଅର୍ଥନୈତିକ ପ୍ରତିବନ୍ଧକଗୁଡିକ କାରଣରୁ ରୁଷର ସାଧାରଣ ଜନତା ପ୍ରଭାବିତ ହେଉଛନ୍ତି । ରୁଷ୍ରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଏହା ସହିତ ଲୋକଙ୍କ ମଧ୍ୟରେ ଚାକିରି ହରାଇବାର ଆଶଙ୍କା ମଧ୍ୟ ବଢ଼ିବାରେ ଲାଗିଛି ।
ୟୁକ୍ରେନ ଉପରେ ଆକ୍ରମଣର ପ୍ରଥମ ସପ୍ତାହରେ ହିଁ ରୁଷରେ ରନ୍ଧନ ତେଲ, ଚିନି ଏବଂ ରକ୍ତଚାପର ଔଷଧର ମୂଲ୍ୟ ତୀବ୍ର ଭାବରେ ବୃଦ୍ଧି ପାଇବାରେ ଲାଗିଥିଲା । ପ୍ରତିବନ୍ଧକ ଅନୁସାରେ ଅନେକ ସାମଗ୍ରୀର ଦରଦାମ୍ ବୃଦ୍ଧି ପାଇଛି ।
ଏନେଇ ମସ୍କୋ ବାସିନ୍ଦା କହିଛନ୍ତି ଯେ, ଦୋକାନଗୁଡ଼ିକରେ ସାମଗ୍ରୀ ଉପଲବ୍ଧ ଅଛି ହେଲେ ସେଗୁଡିକୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି । ଗତ ଦୁଇ ସପ୍ତାହ ମଧ୍ୟରେ କ୍ଷୀରର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୋଇଛି । କେତେକ ଦୋକାନ ଗ୍ରାହକଙ୍କ ପାଇଁ ମଇଦା, ଚିନି ଏବଂ ତେଲ ପରି ମୌଳିକ ଜିନିଷ ବିକ୍ରିର ପରିମାଣ ଉପରେ ନିୟନ୍ତ୍ରଣ ରଖିଛନ୍ତି ।
ଏହାସହ, ଆଇଫୋନ୍ ପରି ଦ୍ରବ୍ୟର ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି । ସ୍ମାର୍ଟଫୋନ୍ ଏବଂ ଟିଭି ମୂଲ୍ୟ ୧୦% ରୁ ଅଧିକ ବୃଦ୍ଧି ପାଇଛି । ସେହିପରି ମାର୍ଚ୍ଚ ୨ରେ କମ୍ପାନୀ ପକ୍ଷରୁ ଆପେଲ୍ର ସମସ୍ତ ଜିନିଷର ବିକ୍ରିକୁ ବନ୍ଦ କରିଦିଆଯାଇଛି । ଏହା ବ୍ୟତୀତ କାରର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି ।
ସୂଚନା ଅନୁସାରେ, ବ୍ୟାଙ୍କଗୁଡିକର ଭିସା, ମାଷ୍ଟରକାର୍ଡ, ଆମେରିକୀୟ ଏକ୍ସପ୍ରେସ, ଆପଲ ଏବଂ ଗୁଗୁଲ ପେ ଭଳି କମ୍ପାନୀମାନେ ରୁଷ୍ରେ ସେବା ବନ୍ଦ କରୁଥିବାବେଳେ । ରୁଷର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଏହିକାରଣରୁ ଅର୍ଥନୀତି ୮ ପ୍ରତିଶତରୁ ଅଧିକ ହ୍ରାସ ପାଇପାରେ । କେବଳ ପାଶ୍ଚାତ୍ୟ ଦେଶଗୁଡିକ ଦ୍ୱାରା ଲାଗୁ ହୋଇଥିବା ଅର୍ଥନୈତିକ ପ୍ରତିବନ୍ଧକ ହେତୁ ରୁଷ୍ର ନାଗରିକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅନ୍ୟପକ୍ଷେ, ରୁଷ୍ ସରକାର ଏକ ନୂଆ ନିୟମ ଲାଗୁ କରିଛନ୍ତି । ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ଜେଲରେ ରଖାଯିବ ବୋଲି ଏହି ଆଇନରେ ଦର୍ଶାଯାଇଛି। ଏହାସହ ରୁଷରେ ମୁକ୍ତ ଏବଂ ଆନ୍ତର୍ଜାତୀୟ ଗଣମାଧ୍ୟମକୁ କଡା ନିଷେଧ କରାଯାଇଛି। ଏସବୁ ସତ୍ତ୍ୱେ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ଲୋକମାନେ ସ୍ୱର ଉତ୍ତୋଳନ କରୁଛନ୍ତି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ରୁଷରେ ଯୁଦ୍ଧ ବିରୋଧୀ ବିରୋଧରେ ପ୍ରାୟ ୧୩ ହଜାରରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647153851.jpg)