ଆର୍ଥିକ ସଂକଟରେ ଯୁଝି ହେଉଥିବା ଶ୍ରୀଲଙ୍କାରେ ଜୋରଦାର ବିକ୍ଷୋଭ

ଆର୍ଥିକ ସଂକଟରେ ଯୁଝି ହେଉଥିବା ଶ୍ରୀଲଙ୍କାରେ ଜୋରଦାର ବିକ୍ଷୋଭ । ଗତ ରାତିରେ ହଜାର ହାଜର ଲୋକ କଲମ୍ବୋର ରାଜରାସ୍ତାରେ ବିକ୍ଷୋଭ କରିବା ସହ ରାଷ୍ଟ୍ରପତି ଗୋଟବାୟା ରାଜପକ୍ସଙ୍କ ଇସ୍ତଫା ଦାବି କରିଛନ୍ତି । ଏହାଛଡ଼ା କ୍ଷମତା ଛାଡ଼ିବା ଲାଗି ରାଷ୍ଟ୍ରପତିଙ୍କ ପରିବାର ଲୋକଙ୍କୁ ଚେତାବନୀ ଦେଇଛନ୍ତି ।

Sri Lanka financial crisis sparks protests

News Summary

ରାଷ୍ଟ୍ରପତି ଭବନ ଆଗରେ ଏକାଠି ହୋଇ ରାଷ୍ଟ୍ରପତିଙ୍କ ବିରୋଧରେ ନାରାବାଜି

ରାଷ୍ଟ୍ରପତି ଭବନ ଆଗରେ ଏକାଠି ହୋଇ ରାଷ୍ଟ୍ରପତିଙ୍କ ବିରୋଧରେ ନାରାବାଜି କରିଥିଲେ । ଏହାକୁ ରୋକିବାକୁ ଚେଷ୍ଟା କରିବାରୁ ବିକ୍ଷୋଭକାରୀଙ୍କ ସହ ପୋଲିସ ମୁହାଁମୁହିଁ ହୋଇଥିଲେ। ସ୍ଥିତି ନିୟନ୍ତ୍ରଣ ଲାଗି ପାରାମିଲିଟାରୀ ପୋଲିସ ଫୋର୍ସ, ସ୍ପେଶାଲ ଟାସ୍କ ଫୋର୍ସଙ୍କୁ ମୁତୟନ କରାଯାଇଛି । ବିକ୍ଷୋଭ ଓ ଆର୍ଥିକ ସଂକଟ ଯୋଗୁଁ ଦେଶରେ ଖାଦ୍ୟ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି ।

ବିଶେଷ କରି ସପ୍ତାହେ ଧରି ତୈଳ, ଗ୍ୟାସ ସଂକଟ ଦେଖାଦେଇଛି ଗତକାଲି ଦେଶର କୌଣସି ସ୍ଥାନରେ ଡିଜେଲି ମିଳିନଥିବାରୁ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଛି । ସେହିପରି ଡିଜେଲ ନ ମିଳିବାରୁ ବିଜୁଳି ସଂକଟ ଦେଖାଦେଇଛି । ଗତକାଲି ୨୨ ମିଲିୟନ ଲୋକ ୧୩ ଘଣ୍ଟା ଧରି ଅନ୍ଧାରରେ ରହିଥିଲେ । ସରକାରୀ ହସ୍ପିଟାଲଗୁଡ଼ିକରେ ବିଜୁଳି ନଥିବାରୁ ଅସ୍ତ୍ରୋପଚାର ହୋଇପାରିନାହିଁ । ସେହିପରି ମୋବାଇଲ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ବିଜୁଳି ସଂକଟର ମୁକାବିଲା କରିବାକୁ ଦେଶରେ ଷ୍ଟ୍ରୀଟ୍ ଲାଇଟ୍ ବନ୍ଦ ରଖାଯାଇଛି । ଗୋଟବାୟା ରାଜପକ୍ସେ ରାଷ୍ଟ୍ରପତି ଥିବାବେଳେ ବଡ଼ଭାଇ ମହିନ୍ଦା ରାଜପକ୍ସେ ପ୍ରଧାନମନ୍ତ୍ରୀ, ବାସିଲ ରାଜପକ୍ସେ ଅର୍ଥମନ୍ତ୍ରୀ, ସମସ୍ତଙ୍କଠାରୁ ବଡ଼ ଭାଇ ଚମଲ ରାଜପକ୍ସେ କୃଷିମନ୍ତ୍ରୀ ଅଛନ୍ତି ସେହିପରି ପୁତୁରା ନମଲ ରାଜପକ୍ସେ କ୍ରୀଡ଼ାମନ୍ତ୍ରୀ ଅଛନ୍ତି ।