Prisoner
ଜେଲ କହିଲେ ଆମ ମନରେ ଅପରାଧ ହିଁ ଆସିଥାଏ । ଜେଲରେ ଥିବା ସମସ୍ତେ କ୍ରୁର, ହିଂସ୍ର ପ୍ରବୃତ୍ତିର ବୋଲି ଆମ ମନରେ ଧାରଣା ରହି ଆସିଛି । ତେବେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଜଣେ କଏଦୀ । ପେପର ୱାର୍କରେ ଭୁଲ ପାଇଁ କାରାଗାରରୁ ବାହାରି ଯାଇଥିଲେ ସେ । କିନ୍ତୁ ପରେ ଏହା ଜଣା ପଡ଼ିବା ପରେ ସେ ପୁଣି କାରାଗାରକୁ ଫେରି ଆସିଛନ୍ତି ।
ଏପରି ଏକ ଘଟଣା ବର୍ତ୍ତମାନ ଅଷ୍ଟ୍ରେଲିଆରେ ଚହଳ ପକାଇଛି । ହଠାତ୍ କୋରି ହେଷ୍ଟିଙ୍ଗ୍ ନାମକ ଜଣେ ଅପରାଧୀଙ୍କୁ ଜେଲ ଦଣ୍ତରୁ ମୁକ୍ତ କରାଯାଇଥିଲା । ପରେ ପୋଲିସ ଅଧିକାରୀମାନେ ଏହା ପେପରୱାର୍କରେ ଭୁଲ ବୋଲି ଜାଣିବାକୁ ପାଇଥିଲେ। ଏବଂ ଏଥିପାଇଁ କ’ଣ କରାଯିବ ସମସ୍ତେ ଚିନ୍ତାରେ ପଡ଼ିଯାଇଥିଲେ। ଏହା କୋରି ଜାଣିବା ପରେ ସେ ପୁଣିଥରେ ଜେଲକୁ ଫେରି ଆସି ସାଧୁତାର ପରିଚୟ ଦେଇଛନ୍ତି ।
ସ୍ୱେଚ୍ଛାକୃତ ଭାବେ ପୋଲିସ ସହିତ ଯୋଗାଯୋଗ କରି କେଉଁଠାରେ ଅଛନ୍ତି ସେ ବିଷୟରେ ସେ ସୂଚନା ଦେଇଥିଲେ । କାଗଜପତ୍ରରେ ଭୁଲ୍ ପାଇଁ ତାଙ୍କର ଜାମିନ ଅନୁମୋଦନ ହୋଇଯାଇଥିଲା । ଏହା ଜାଣିବା ପରେ ସେ ନିଜେ ପୋଲିସକୁ ସୂଚନା ଦେଇଥିଲେ ।
ଗତ ଗୁରୁବାରରେ ପୋଲିସ କୋରିଙ୍କୁ ଖୋଜିବା ଆରମ୍ଭ କରିଥିଲା । ମିଡିଆରେ ଏନେଇ ରିପୋର୍ଟ ପ୍ରକାଶ ପରେ କୋରି ଏହା ଜାଣିବାକୁ ପାଇଥିଲେ । ପରେ ସେ ସିଡନୀର ବୋନି ସ୍ଥିତ ଏକ ହୋଟେଲରୁ ସନ୍ଧ୍ୟା ପ୍ରାୟ ୬ ଟା ବେଳେ ନ୍ୟୁ ସାଉଥ ୱେଲ୍ସ (NSW) ପୋଲିସ ସହିତ ଯୋଗାଯୋଗ କରିଥିଲେ ।
ତେବେ ଏପରି ହେବାରେ ଏହା ପ୍ରଥମ ଘଟଣା ନୁହେଁ । ତେବେ କର୍ତ୍ତୃପକ୍ଷଙ୍କ ଭୁଲ ଥିବାରୁ କୋରି ହେଷ୍ଟିଙ୍ଗ କୌଣସି ଅଭିଯୋଗର ସମ୍ମୁଖୀନ ହେବେ ନାହିଁ ବୋଲି ଜଣା ପଡ଼ିଛି । ଏନେଇ ଅଧିକ ତଦନ୍ତ ପୋଲିସ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Prisoner_1710328640.jpg)