Advertisment

Narendra Modi: ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ମୋଦି, GenZଙ୍କ ମଧ୍ୟରେ ଅନପପୁଲାର ଡୋନାଲ୍ଡ ଟ୍ରମ୍ପ

ଏହି ତାଲିକାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଷ୍ଟମ ସ୍ଥାନରେ ରହିଛନ୍ତି । ଟ୍ରମ୍ପଙ୍କ ଅନୁମୋଦନ ହାର ରହିଛି ମାତ୍ର ୪୪ ପ୍ରତିଶତ । ଗତ ଜାନୁଆରୀ ମାସରେ କରାଯାଇଥିବା ଏହି ସର୍ଭେରେ ଟ୍ରମ୍ପ ପଞ୍ଚମ ସ୍ଥାନରେ ଥିଲେ । ତାଙ୍କ ଅନୁମୋଦନ ହାର ୫୨ ପ୍ରତିଶତ ଥିଲା । କିନ୍ତୁ ଟ୍ରମ୍ପ ଏବେ ତାଙ୍କର ଲୋକପ୍ରିୟତା ହରାଇଛନ୍ତି । ଏହାର ଅନେକ କାରଣ ରହିଛି ବୋଲି କୁହାଯାଇଛି । ଅଧିକାଂଶ GenZ ଟ୍ରମ୍ପଙ୍କ ସପକ୍ଷରେ ନାହାନ୍ତି ।

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ସାରା ବିଶ୍ୱରେ ସବୁଠୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମର୍ଣ୍ଣିଂ କନସଲ୍ଟ ଦ୍ୱାରା କରାଯାଇଥିବା ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂ ସର୍ଭେରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ସର୍ଭେରେ ବିଶ୍ୱର ବିଭିନ୍ନ ଦେଶର ନେତାଙ୍କ ଲୋକପ୍ରିୟତା ଏବଂ ଜନସାଧାରଣଙ୍କ ମଧ୍ୟରେ ସେମାନଙ୍କ ଅନୁମୋଦନ ବା ଗ୍ରହଣୀୟତାର ମୂଲ୍ୟାଙ୍କନ କରାଯାଇଛି ।

Advertisment

ମର୍ଣ୍ଣିଂ କନସଲ୍ଟ ପକ୍ଷରୁ ଚଳିତ ମାସ ୪ ତାରିଖରୁ ୧୦ ତାରିଖ ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ଏହି ସର୍ଭେରେ ନରେନ୍ଦ୍ର ମୋଦିଙ୍କ ଅନୁମୋଦନ ହାର ୭୫ ପ୍ରତିଶତ ରହିଛି । ସମଗ୍ର ବିଶ୍ୱରେ ନେତାମାନଙ୍କ ମଧ୍ୟରେ ଲୋକପ୍ରିୟତାରେ ଶୀର୍ଷ ସ୍ଥାନରେ ରହିଛନ୍ତି ନରେନ୍ଦ୍ର ମୋଦି ।

ଏହି ସର୍ଭେ ଅନୁଯାୟୀ, ମୋଦିଙ୍କ ଲୋକପ୍ରିୟତା ତାଙ୍କ ଦୃଢ଼ ନେତୃତ୍ୱ, ଅର୍ଥନୈତିକ ସଂସ୍କାର ଏବଂ ବିଶ୍ୱ ଦରବାରରେ ଭାରତର ପ୍ରଭାବ ବୃଦ୍ଧି ଯୋଗୁଁ ସ୍ଥିର ରହିଛି।

Advertisment

ଏହି ତାଲିକାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଷ୍ଟମ ସ୍ଥାନରେ ରହିଛନ୍ତି । ଟ୍ରମ୍ପଙ୍କ ଅନୁମୋଦନ ହାର ରହିଛି ମାତ୍ର ୪୪ ପ୍ରତିଶତ । ଗତ ଜାନୁଆରୀ ମାସରେ କରାଯାଇଥିବା ଏହି ସର୍ଭେରେ ଟ୍ରମ୍ପ ପଞ୍ଚମ ସ୍ଥାନରେ ଥିଲେ । ତାଙ୍କ ଅନୁମୋଦନ ହାର ୫୨ ପ୍ରତିଶତ ଥିଲା । କିନ୍ତୁ ଟ୍ରମ୍ପ ଏବେ ତାଙ୍କର ଲୋକପ୍ରିୟତା ହରାଇଛନ୍ତି । ଏହାର ଅନେକ କାରଣ ରହିଛି ବୋଲି କୁହାଯାଇଛି । ଅଧିକାଂଶ GenZ ଟ୍ରମ୍ପଙ୍କ ସପକ୍ଷରେ ନାହାନ୍ତି ।

ଇରାନରେ ସାମରିକ ଆକ୍ରମଣ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ଟ୍ରମ୍ପଙ୍କ ଅନୁମୋଦନ ହାର ହ୍ରାସ ପାଇଛି। ଏପଷ୍ଟାଇନ ମାମଲା ସମ୍ପର୍କିତ ସ୍ୱଚ୍ଛତାର ଅଭାବ ଯୋଗୁଁ ଅନେକ ଯୁବ ଏବଂ ଅନଲାଇନ ୟୁଜରଙ୍କ ମଧ୍ୟରେ ତାଙ୍କ ପ୍ରତି ଅସନ୍ତୋଷ ରହିଛି।

Advertisment

ଟ୍ରମ୍ପଙ୍କ ଆଗ୍ରେସିଭ ଇମିଗ୍ରେସନ ବା ଦେଶାନ୍ତର ନୀତି ଜନସାଧାରଣଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିଛି। ଏହି ନୀତିକୁ ଅନେକ ନାପସନ୍ଦ କରିଛନ୍ତି । ଟ୍ରମ୍ପଙ୍କ ଟାରିଫ ନୀତି ଏବଂ ଅର୍ଥନୈତିକ ନିଷ୍ପତ୍ତି ଯୋଗୁଁ ଅନୁମୋଦନ ହାରରେ ହ୍ରାସ ଦେଖାଯାଇଛି। ମୋଟାମୋଟି ଭାବେ ସେ ଲୋକପ୍ରିୟତା ହରାଇଥିବା ସର୍ଭେରୁ ଜଣାପଡିଛି ।

ଏହି ତାଲିକାରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲୀ ଜେ ମ୍ୟୁଙ୍ଗ ୫୯ ପ୍ରତିଶତ ଅନୁମୋଦନ ହାରରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଅର୍ ମିଲେଇ ୫୭ ପ୍ରତିଶତ ଅନୁମୋଦନ ହାର ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ସର୍ଭେରେ ବିଶ୍ୱର ୨୨ଟି ପ୍ରମୁଖ ଦେଶର ନେତାଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା।

ଭାରତରେ ମୋଦିଙ୍କ ଲୋକପ୍ରିୟତା ମୁଖ୍ୟତଃ ତାଙ୍କ ଅର୍ଥନୈତିକ ସଂସ୍କାର, ଡିଜିଟାଲ ଇଣ୍ଡିଆ, ମେକ୍ ଇନ ଇଣ୍ଡିଆ, ଏବଂ ବିଦେଶ ନୀତିରେ ସଫଳତା ପାଇଁ ସମ୍ଭବ ହୋଇପାରିଛି ।

ଅଧିକ ପଢ଼ନ୍ତୁ: ଜରୁରୀକାଳୀନ ପରିସ୍ଥିତି ଜାରି କଲା ଥାଇଲାଣ୍ଡ, ଦୁଇ ଦେଶ ମଧ୍ୟରେ ଘନଉଛି ଉତ୍ତେଜନା

Prime Minister Of India Global Leaders USA Donald Trump Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ