Advertisment

ଯୁଦ୍ଧ ବେଳେ ଭାବବିହ୍ୱଳ ହେଲେ ୟୁକ୍ରେନ ରାଷ୍ଟ୍ରପତି: କହିଲେ, ଆମକୁ ସମସ୍ତେ ଏକା କରିଦେଲେ

ଋଷିଆର ପ୍ରଚଣ୍ଡ ଆକ୍ରମଣକୁ ସାମ୍ନା କରିପାରୁନି ୟୁକ୍ରେନ। କିନ୍ତୁ ମୁଣ୍ଡ ନୁଆଁଇବାର ପ୍ରଶ୍ନ ଉଠୁନାହିଁ ବୋଲି ୟୁକ୍ରେନ ସ୍ପଷଟ କରିଛି। ଗୋଟିଏ ପଟେ ଆକ୍ରମଣର ସାମ୍ନା କରିପାରୁନି ସତ କିନ୍ତୁ ଋଷିଆକୁ କଡ଼ା ଜବାବ ଦେବାକୁ ଚେଷ୍ଟା କରୁଛି ୟୁକ୍ରେନ

President Zelensky

President Zelensky

Advertisment

ୟୁକ୍ରେନ-ଋଷିଆ ଯୁଦ୍ଧକୁ ନେଇ ଟେନ୍‌ସନ୍‌ରେ ପୂରା ବିଶ୍ୱ। ଲଗାତାର ୟୁକ୍ରେନ ଉପରେ ମିଜାଇଲ ମାଡ଼ କରିଚାଲିଛି ଋଷିଆ। ୟୁକ୍ରେନ ଆକାଶରେ ବୁଲୁଛି ଋଷିଆର ମୃତ ଦୂତ। ଆକ୍ରମଣ ଏତେ ଭୟଙ୍କର ରହିଛି ଯେ, କେତେବେବେଳେ କାହାର ପ୍ରାଣ ଚାଲିଯିବ ତାହା କହିବା ମୁସ୍କିଲ। ଏବେ ୟୁକ୍ରେନର ଅଧିକାଂଶ ଅଂଚଳ ଜଳୁଛି, ଆକାଶ ଧୂଆଁ ଧୂଆଁ ହୋଇ ରହିଛି। ଆଉ ଆକ୍ରମଣରେ ଫୁରସତ୍‌ ଦେଉନି ଋଷିଆ। କିବ୍‌ ପାଖରେ ଥିବା ବିମାନ ବନ୍ଦର ଉପରେ ଅନ୍ଧାଧୁନ ମିଜାଇଲା ମାଡ଼ କରୁଛି ଋଷିଆ। ଆକ୍ରମଣରେ ଆକ୍ତାମାକ୍ତ ୟୁକ୍ରେନବାସୀ। ନିଜ ଦେଶ ଉପରେ ଏମିତି ଆକ୍ରମଣକୁ ସହଜରେ ଗ୍ରହଣ କରିପାରିନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ଭାବବିହ୍ୱଳ ହୋଇ କହିଛନ୍ତି, ଯୁଦ୍ଧ ବେଳେ ପୂରା ବିଶ୍ୱ ଆମକୁ ଏକା କରିଦେଲା।

Advertisment

ୟୁକ୍ରେନକୁ ସାହାଯ୍ୟ କରିବା ଲାଗି ଆଗେଇ ଆସିଲେନି କୌଣସି ଦେଶ। କାରଣ ପୂରା ବିଶ୍ୱ ଋଷିଆକୁ ଭୟ କରୁଛି। ଏକଥା ଆମେ ନୁହେଁ ବରଂ ୟୁକ୍ରେନ ରାଷ୍ଟ୍ରପତି ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି। ଏହାସହ ସେ କହିଛନ୍ତି, ଏବେ ନୁହେଁ ପୂର୍ବରୁ ଆମ ଉପରେ ଆକ୍ରମଣ କରିବା ନେଇ ଋଷିଆ ପ୍ଲାନ କରିଥିଲା ଆଉ ଏକଥା ପୂରା ବିଶ୍ୱକୁ ଜଣାଥିଲା। କିନ୍ତୁ କେହି ବି ସାହାଯ୍ୟର ହାତ ବଢାଉନାହାନ୍ତି। ଋଷିଆ ସାମରିକ ଘାଟିକୁ ଆକ୍ରମଣ କରିବା ପରିବର୍ତ୍ତେ ଜନଗହଳିପୂର୍ଣ୍ଣ ଏରିଆକୁ ଆକ୍ରମଣ କରୁଥିବା ଜେଲେନସ୍କି କହିଛନ୍ତି।

ଋଷିଆର ପ୍ରଚଣ୍ଡ ଆକ୍ରମଣକୁ ସାମ୍ନା କରିପାରୁନି ୟୁକ୍ରେନ। କିନ୍ତୁ ମୁଣ୍ଡ ନୁଆଁଇବାର ପ୍ରଶ୍ନ ଉଠୁନାହିଁ ବୋଲି ୟୁକ୍ରେନ ସ୍ପଷଟ କରିଛି। ଗୋଟିଏ ପଟେ ଆକ୍ରମଣର ସାମ୍ନା କରିପାରୁନି ସତ କିନ୍ତୁ ଋଷିଆକୁ କଡ଼ା ଜବାବ ଦେବାକୁ ଚେଷ୍ଟା କରୁଛି ୟୁକ୍ରେନ। ସେପଟେ ଆମେରିକା ମଧ୍ୟ ସାହାଯ୍ୟ କରୁନି ୟୁକ୍ରେନକୁ। ବାଇଡେନ୍‌ ସ୍ପଷଟ କରିଛନ୍ତି ଯେ, ୟୁକ୍ରେନକୁ ଯିବନି ଆମେରିକା ସୈନ୍ୟ। କିନ୍ତୁ ନାଟୋ ପାଇଁ ଲଢେଇ ଜାରି ରହିବ ବୋଲି ହ୍ୱାଇଟହାଉସ୍‌ କହିଛି।

Advertisment

ତେବେ ଋଷର ଆକ୍ରମଣକୁ ଏଡାଇବା ପାଇଁ ୟୁକ୍ରେନରେ ବର୍ଷ ବର୍ଷ ଧରି ବୋମାରୁ ସୁରକ୍ଷା ଦେବାପରି ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି । ନିଶ୍ଚିତ ମୃତ୍ୟୁ ତଥା ଯୁଦ୍ଧ ଭୟ ଭିତରେ ସାଧାରଣ ନାଗରିକଙ୍କ ସାମ୍ନାରେ ଏହା ଠାଲ ପରି ଛିଡ଼ାହୋଇଛି । ବର୍ତ୍ତମାନ ୟୁକ୍ରେନ୍‌ର ଦୋକାନ, ବାର୍, ମେଟ୍ରୋ ଷ୍ଟେସନ୍, ଅଣ୍ଡରପାସ୍, cold war nuclear shelters ଏବଂ ଷ୍ଟ୍ରିପ୍ କ୍ଲବକୁ ଆଶ୍ରୟ ଗୃହରେ ପରିଣତ କରାଯାଇଛି । ତେବେ ନାଗରିକ ମାନଙ୍କୁ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେବାକୁ କହିଛନ୍ତି ସେନା ଅଧିକାରୀ । ଦେଖିବାକୁ ବାକି ରହିଲା କେବେ ସରୁଛି ଯୁଦ୍ଧ।

Ukraine Russia War RussiaUkraineWar RussiaUkraineCrisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ