Advertisment

Political Crisis in Bangladesh: ହାସିନାଙ୍କ ବଡ଼ ଅଭିଯୋଗ...ଆତଙ୍କବାଦୀଙ୍କ ସହାୟତାରେ କ୍ଷମତା ହାତେଇଛନ୍ତି ୟୁନୁସ

ମହମ୍ମଦ ୟୁନୁସଙ୍କ ପାଇଁ ବିପଦ ମାଡ଼ିଆସୁଛି ବୋଲି ବାଂଲାଦେଶ ସେନାମୁଖ୍ୟ କଡ଼ା ଚେତାବନୀ ଦେଇଛନ୍ତି। ବାଂଲାଦେଶରେ ଜାରି ରହିଥିବା ରାଜନୈତିକ ଅଶାନ୍ତି ଥମିବାର ନାଁ ନେଉନାହିଁ। ଫଳରେ ଏହା ୟୁନୁସଙ୍କୁ ଅଡ଼ୁଆ ପରିସ୍ଥିତି ଆଡ଼କୁ ଟାଣି ନେବ। ସେନାମୁଖ୍ୟ ୱକାର-ଉଜ-ଜମାନ ଚଳିତବର୍ଷ ଶେଷ ସୁଦ୍ଧା ଅର୍ଥାତ ଡିସେମ୍ବରରେ ନିର୍ବାଚନ ହେଉ ବୋଲି ଚାହୁଁଛନ୍ତି। ନିର୍ବାଚିତ ସରକାର କାର୍ଯ୍ୟଭାର ସମ୍ଭାଳିଲେ ପରିସ୍ଥିତି ଜଟିଳ ହେବନି।

ଅଦ୍ୟତନ ହୋଇଛି
ବାଂଲାଦେଶରେ ଅଶାନ୍ତି

ବାଂଲାଦେଶରେ ଅଶାନ୍ତି

Advertisment

ବାଂଲାଦେଶରେ ରାଜନୈତିକ ସଙ୍କଟ ଘନିଭୂତ ହେବାରେ ଲାଗିଛି। ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ସରକାର ଯେକୌଣସି ସମୟରେ ପତନ ହୋଇପାରେ ବୋଲି ରାଜନୈତିକ ବିଶେଜ୍ଞ ମତ ଦେଇଛନ୍ତି । ବାଂଲାଦେଶରେ ବିଦ୍ରୋହ ହେବା ପରଠାରୁ ମହମ୍ମଦ ୟୁନୁସ ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି। ସେ ଦେଶରେ ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ହେଉଥିବା ହିଂସାକୁ ମଧ୍ୟ ରୋକିବାରେ ବିଫଳ ହୋଇଥିଲେ। ଏହାକୁ ଭାରତ ବିରୋଧ କରିଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ କ୍ଷମତାରୁ ହଟାଇବାରେ ସେନାର ମଧ୍ୟ ଏକ ବଡ଼ ଭୂମିକା ଥିଲା। ଏବେ ୟୁନୁସ ସରକାରଙ୍କୁ ହଟାଇବାକୁ ମଧ୍ୟ ସେନା ପ୍ରସ୍ତୁତି ଚଳାଇଛି।

Advertisment

ଗତବର୍ଷ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନା ଢାକା ଛାଡିବା ପର ଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ହୋଇଛି। ସେମିତି ସ୍ଥିତି ଏବେ ବି ଜାରି ରହିଛି। ବାଂଲାଦେଶରେ ଅଗଷ୍ଟ ୨୦୨୪ରେ, ଛାତ୍ରଙ୍କ ନେତୃତ୍ୱରେ ଏକ ଆନ୍ଦୋଳନ କିଛି ସପ୍ତାହର ପ୍ରତିବାଦ ଏବଂ ହିଂସା ପରେ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ କ୍ଷମତାରୁ ହଟାଇ ଦେଇଥିଲା। ଏହି ଆନ୍ଦୋଳନରେ ୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ୭୬ ବର୍ଷୀୟା ହାସିନା ଭାରତ ପଳାଇଗଲେ ଏବଂ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଗଲା। ସେବେଠାରୁ ୟୁନୁସଙ୍କୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଦେଶ ବିକିବାକୁ ଚାହୁଁଛନ୍ତି ୟୁନୁସ : ହାସିନା

ମହମ୍ମଦ ୟୁନୁସଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା । ହାସିନା କହିଛନ୍ତି ଦେଶକୁ ଆମେରିକାକୁ ବିକ୍ରି କରିବାକୁ ଚାହୁଁଛନ୍ତି ୟୁନୁସ୍‌। ସେ ତାଙ୍କର ଆୱାମୀ ଲୀଗ ପାର୍ଟି ଉପରେ ନିକଟରେ ଲଗାଯାଇଥିବା ନିଷେଧାଜ୍ଞାକୁ ମଧ୍ୟ ଅସାମ୍ବିଧାନିକ ବୋଲି କହି ତୀବ୍ର ନିନ୍ଦା କରିଛନ୍ତି। ହାସିନା ଆହୁରି ମଧ୍ୟ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ଥିବାବେଳେ ୟୁନୁସ ଆନ୍ତର୍ଜାତୀୟ ସ୍ୱୀକୃତି ପାଇଥିଲେ। ମୁଁ କେବେ ବି କ୍ଷମତାରେ ଥିବାବେଳେ ଦେଶକୁ କ୍ଷତି ଆଣିବାକୁ ସାମାନ୍ୟ ବି ଚେଷ୍ଟା କରି ନଥିଲି। ବରଂ ଅତି ଚତୁର ଭାବେ ସବୁକିଛି ପରିସ୍ଥିତିକୁ ମୁକାବିଲା କରାଯାଇଛି। ଅତୀତର କଥାକୁ ମନେ ପକାଇ ହାସିନା ଦୁଃଖ ମଧ୍ୟ କରିଛନ୍ତି। ସେ ଅତୀତର ସ୍ମୃତି ରୋମନ୍ଥନ କରି କହିଛନ୍ତି ବାଂଲାଦେଶୀ ନାଗରିକ ତାଙ୍କ ବାପା ଶେଖ ମୁଜିବୁର ରହମାନଙ୍କ ସହିତ ଅସ୍ତ୍ର ଧରି ବାଂଲାଦେଶର ସ୍ୱାଧୀନତା ପାଇଁ ଲଢ଼ିଥିଲେ । ସେ ଦେଶ ପାଇଁ ଲଢ଼ି ଜୀବନ ଦେଇଛନ୍ତି। ଏମିତି ଏକ ବାପାର ଝିଅ ଭାବେ ମୁଁ ଗର୍ବ ଅନୁଭବ କରୁଛି।

Advertisment

ଆତଙ୍କବାଦୀଙ୍କ ସହାୟତାରେ କ୍ଷମତା ହାତେଇଛନ୍ତି ୟୁନିସ

ଆତଙ୍କବାଦୀଙ୍କ ସହାୟତାରେ ବାଲାଂଦେଶରେ ୟୁନୁସ କ୍ଷମତା ହାତେଇଛନ୍ତି ବୋଲି ହାସିନା କହିଛନ୍ତି। ମୋ ସରକାରବେଳେ ଆତଙ୍କବାଦୀଙ୍କ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଅନେକଙ୍କୁ ଗିରଫ କରାଯାଇଥିଲା। କିଛି ଆତଙ୍କବାଦୀକୁ ହତ୍ୟା ମଧ୍ୟ କରାଯାଇଥିଲା। କିନ୍ତୁ ୟୁନୁସ ସରକାରରେ ଏବେ ସେମାନଙ୍କୁ ଜେଲରୁ ମୁଳୁଳାଯାଉଛି। ପ୍ରାୟତଃ ଜେଲଗୁଡ଼ିକ ଏବେ ଖାଲି ପଡ଼ିଛି। ଆମ ସମ୍ବିଧାନର ମୂଳଦୁଆ ମୁକ୍ତି ସଂଗ୍ରାମ ଓ ସଂଘର୍ଷ ଦ୍ୱାରା ଗଠିତ ହୋଇଛି। କିନ୍ତୁ ୟୁନୁସ ଯେଉଁ ପଦରେ ରହିଛନ୍ତି, ତାହା ଅସାମ୍ବିଧାନିକ। ସଂସଦ ବିନା ଆଇନ ବଦଳାଇବା ସମ୍ପୂର୍ଣ୍ଣ ବେଆଇନ। ଏହା ଭବିଷ୍ୟତରେ ବାଲାଂଦେଶ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବ।

ପଦ ହରାଇବେ ୟୁନୁସ !

ମହମ୍ମଦ ୟୁନୁସଙ୍କ ପାଇଁ ବିପଦ ମାଡ଼ିଆସୁଛି ବୋଲି ବାଂଲାଦେଶ ସେନାମୁଖ୍ୟ କଡ଼ା ଚେତାବନୀ ଦେଇଛନ୍ତି। ବାଂଲାଦେଶରେ ଜାରି ରହିଥିବା ରାଜନୈତିକ ଅଶାନ୍ତି ଥମିବାର ନାଁ ନେଉନାହିଁ। ଫଳରେ ଏହା ୟୁନୁସଙ୍କୁ ଅଡ଼ୁଆ ପରିସ୍ଥିତି ଆଡ଼କୁ ଟାଣି ନେବ। ସେନାମୁଖ୍ୟ ୱକାର-ଉଜ-ଜମାନ ଚଳିତବର୍ଷ ଶେଷ ସୁଦ୍ଧା ଅର୍ଥାତ ଡିସେମ୍ବରରେ ନିର୍ବାଚନ ହେଉ ବୋଲି ଚାହୁଁଛନ୍ତି। ନିର୍ବାଚିତ ସରକାର କାର୍ଯ୍ୟଭାର ସମ୍ଭାଳିଲେ ପରିସ୍ଥିତି ଜଟିଳ ହେବନି। ଯାହା କିଛି ନିଷ୍ପତ୍ତି ନେବେ ସରକାର, ସେଥିରେ ସ୍ବଚ୍ଛତା ରହିବ। ରାଜନୈତିକ ଦଳ ସହିତ ବାଂଲାଦେଶ ସେନାମୁଖ୍ୟଙ୍କ ସହ ମଧ୍ୟ ୟୁନୁସଙ୍କ ମତଭେଦ ରହିଛି । ଯେଉଁଥିପାଇଁ ବିବାଦ ଚେତୁଛି। ବାଂଲାଦେଶରେ ହିଂସା, ଚୋରି, ସଂଖ୍ୟାଲଘୁଙ୍କ ବିରୋଧ ପ୍ରଦର୍ଶନରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛନ୍ତି ୟୁନୁସ ସରକାର। କୌଣସି ବି ସମୟରେ ଭାଙ୍ଗିପାରେ ଅନ୍ତରୀଣ ସରକାର । ଏପରି ସ୍ଥିତିରେ କାମ କରିବା ମୁସ୍କିଲ। ମିଳିଥିବା ସୂଚନା ଅନୁସାରେ ଅନ୍ତରୀଣ ସରକାରଙ୍କ ପକ୍ଷରୁ ସଂସଦୀୟ ନିର୍ବାଚନ ନେଇ କୌଣସି ରୋଡ଼ମ୍ୟାପ ଘୋଷଣା ହୋଇନାହିଁ । ଏହା ହିଁ ଅସନ୍ତୋଷର ମୂଳ ମଞ୍ଜି। ତେବେ ସମୟ ହିଁ କହିବ ଆଗାମୀ ଦିନରେ କ’ଣ ଘଟିବାକୁ ଯାଉଛି।

Advertisment

Email id : : serveforthenation@gmail.com

Sheikh Hasina Bangladesh PM Political Crisis Muhammad Yunus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ