Advertisment

ପୋଲିସ୍ ଅଧିକାରୀ ଉଲଗ୍ନ ହୋଇ ବିୟର କିଣିବାକୁ ଗଲେ; ଚାକିରିରୁ ବିଦା ହେଲେ

ମଦ ନିଶାରେ ଜଣେ ପୋଲିସ୍ ଅଧିକାରୀ ଭୁଲିଗଲେ ଲଜ୍ଜା। ଉଲଗ୍ନ ହୋଇ ସୁପରମାକ୍ରେଟ୍ ଚାଲିଗଲେ ବିୟର କିଣିବା ନେଇ। ତାଙ୍କର ଏହି କାମ ନେଇ ତାଙ୍କୁ ପଶ୍ଚାତାପ କରିବାକୁ ପଡିଛି। ତାଙ୍କର ଏହି ଫଟୋ ଭାଇରାଲ ହେବା ପରେ ଅଭିଯୁକ୍ତ ପୋଲିସ୍ ଅଧିକାରୀଙ୍କୁ ଚାକିରି ହରେଇବାକୁ ପଡିଛି। ଏହି ମାମଲା ଦକ୍ଷିଣ ପଶ୍ଚିମ ପୋଲାଣ୍ଡର।

Naked Police Officer

Naked Police Officer

Advertisment

ନୂଆଦିଲ୍ଲୀ : ମଦ ନିଶାରେ ଜଣେ ପୋଲିସ୍ ଅଧିକାରୀ ଭୁଲିଗଲେ ଲଜ୍ଜା। ଉଲଗ୍ନ ହୋଇ ସୁପରମାକ୍ରେଟ୍ ଚାଲିଗଲେ ବିୟର କିଣିବା ନେଇ। ତାଙ୍କର ଏହି କାମ ନେଇ ତାଙ୍କୁ ପଶ୍ଚାତାପ କରିବାକୁ ପଡିଛି। ତାଙ୍କର ଏହି ଫଟୋ ଭାଇରାଲ ହେବା ପରେ ଅଭିଯୁକ୍ତ ପୋଲିସ୍ ଅଧିକାରୀଙ୍କୁ ଚାକିରି ହରେଇବାକୁ ପଡିଛି। ଏହି ମାମଲା ଦକ୍ଷିଣ ପଶ୍ଚିମ ପୋଲାଣ୍ଡର।

Advertisment

ସୂଚନା ମୁତାବକ ପୋଲାଣ୍ଡର ଜଣେ ପୋଲିସ୍ ଅଧିକାରୀ ନିଶାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ସୁପର ମାର୍କେଟରୁ ବିୟର କିଣିବା ଅବସ୍ଥାରେ ଧରାପଡିଲେ। ସେ ଖାଲି ପୋଲିସ୍ ଦ୍ୱାରା ଗିରଫ ହୋଇ ନାହାନ୍ତି, ତାଙ୍କର ଏହି କାମ ପାଇଁ ତାଙ୍କୁ ଚାକିରି ମଧ୍ୟ ହରେଇବାକୁ ପଡିଛି। ପୋଲାଣ୍ଡର ସ୍ୱିଡନିକା ସହରରେ ଥିବା ଏକ ବିୟର ଦୋକାନରେ ଯେତେବେଳେ ଏହି ପୋଲିସ ଅଧିକାରୀ ଉଲଗ୍ନ ଅବସ୍ଥାରେ ପହଞ୍ଚିଥିଲେ ଦୋକାନୀ ଏହା ଦେଖି ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ୍ ସେଠାରେ ପହଞ୍ଚି ଅଭିଯୁକ୍ତ ପୋଲିସକୁ ଗିରଫ କରିଥିଲା।

Police Officerଉଲଗ୍ନ ପୋଲିସ୍ ଅଧିକାରୀ
Advertisment

ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ ଅଭିଯୁକ୍ତ ପୋଲିସ୍ ଅଧିକାରୀ ଜଣକ ମାସୀଜ୍ ଡବ୍ଲ୍ୟୁ ଭାବେ ଜଣାଶୁଣା ହୋଇଥିବା ବେଳେ ସେ ୪ଟି ବିୟର ବୋତଲ ଧରି ଦୋକାନରୁ ବାହାରକୁ ଯାଉଥିବା ଦେଖାଯାଏ। ଏହି ସମୟରେ ଆଉ ଜଣେ ବ୍ୟକ୍ତି ମଦ କିଣିବାକୁ ଯାଇଥିବା ବେଳେ ତାଙ୍କୁ ପଛପଟୁ ଦେଖିଥିଲେ।

ଉଲଗ୍ନ ପୋଲିସ ଅଧିକାରୀଙ୍କ ଏହି ଫଟୋକୁ ସ୍ଥାନୀୟ ଅନ୍‌ଲାଇନ୍ ସମାଚାର ପୋର୍ଟାଲ ସ୍ୱିଡନିକା୨୪ ଶେୟାର କରିଥିଲା। ପରେ ଏହା ଭାଇରାଲ ହୋଇଥିଲା। ପ୍ରେତ୍ୟେକ୍ଷ ସାକ୍ଷୀଙ୍କ କହିବା କଥା ଯେ ଏହି ବ୍ୟକ୍ତି ମାସୀଜ୍ ସ୍ୱିଡନିକାର ଜାର୍‌ଜେଜେ ଇଷ୍ଟେଟ୍‌ର ରୋଲ୍ନିସଜା, କିଲିନସ୍କିଗୋ ଓ କୋପରନିକା ରାସ୍ତାରେ ଉଲଗ୍ନ ହୋଇ ଖୁଲମଖୁଲା ବୁଲୁଥିଲେ।

Advertisment
Police Officerଉଲଗ୍ନ ପୋଲିସ୍ ଅଧିକାରୀ

ଏହି ସୂଚନା ସ୍ୱିଡନିକା ପୋବିୟତ ପୋଲିସ୍ ଷ୍ଟେସନକୁ ଦିଆଯାଇଥିଲା। ଏନେଇ ସାର୍ବଜନୀନ ଅଭଦ୍ରତା ଅଭିଯୋଗରେ ତାଙ୍କୁ ଗିରଫ କରିବା ନେଇ ଅନ୍ୟ ଅଧିକାରୀଙ୍କୁ ପଠାଯାଇଥିଲା। ପୋଲିସ୍ ପ୍ରବକ୍ତା ମାଗଲେନା ଜୋବେକ୍ କହିଛନ୍ତି ଯେ ତାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିବା ପୂର୍ବରୁ ଗିରଫ କରାଯାଇଥିଲା। ସୂଚନା ମୁତାବକ ଅଧିକାରୀ ମାସୀଜ ସେଦିନ ଛୁଟିରେ ଥିଲେ। ଆଉଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସ୍ୱିଡନିକା ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ଏହି ଅଧିକାରୀଙ୍କୁ ଅଭଦ୍ରତା କରିବା ନେଇ ଗିରଫ କରାଯିବା ପରେ ତାଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବନ କରାଯାଇଥିଲା।

New Delhi Poland
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ