Imran Khan
ଇମ୍ରାନ୍ଙ୍କ ହାତରେ ପଡ଼ିବ ହାତକଡ଼ି ! ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବ କି ପୋଲିସ ? ଇମ୍ରାନଙ୍କ ଲାହୋର ବାସଭବନରେ ପୋଲିସ ପହଞ୍ଚିବା ପରେ ଏହି ଚର୍ଚ୍ଚା ହେଉଛି । ପାକିସ୍ତାନର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ପୋଲିସ ଗିରଫ ପରୱାନା ନେଇ ଇମ୍ରାନଙ୍କ ଘରକୁ ଯାଇଛି । କିଛି ଦିନ ଆଗରୁ ତାଙ୍କ ନାଁରେ ଲାହୋରରେ ସେସନ୍ସ କୋର୍ଟ ଆରେଣ୍ଟ ୱାରେଣ୍ଟ ଜାରି କରିଥିଲେ ।
ତୋଷଖାନା ମାମଲାରେ କୋର୍ଟରେ ହାଜର ନ ହେବାରୁ ଏହି ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଥିବାର ସୂଚନା ମିଳିଛି । ସବୁ ଫର୍ମାଲିଟି ପରେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କୁ ମିଳିଥିବା ଉପହାରକୁ ଇମ୍ରାନ ବିକି ଦେଇଥିବାର ଅଭିଯୋଗ ହୋଇଛି । ଏହାକୁ ନେଇ ତାଙ୍କ ନାଁରେ ହୋଇଛି ମାମଲା । ତାଙ୍କ ଓକିଲ କହିଛନ୍ତି, ଆରେଷ୍ଟ ୱାରେଣ୍ଟ ବାତିଲ ପାଇଁ ଉପର କୋର୍ଟକୁ ଯିବେ ।
ସେପଟେ ଇମ୍ରାନଙ୍କ ଘରେ ପୋଲିସ ପହଞ୍ଚିବାର ଖବର ପରେ ତାଙ୍କର ସମର୍ଥକମାନେ ସେଠାରେ ଜମା ହୋଇଛନ୍ତି । ଏହାକୁ ବିରୋଧ କରି ପୋଲିସ ଓ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Imran_Khan_1678010595.jpg)