Advertisment

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ: ବାଇଡ଼େନଙ୍କ ଡ଼ିନର ପାର୍ଟିରେ ହୋଇପାରେ ଗମ୍ଭୀର ପ୍ରସଙ୍ଗରେ ଆଲୋଚନା

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ମୋଦି ଆମେରିକା ଯାଇଛନ୍ତି ବୋଲି ସେ ଟୁଇଟ୍ କରିଛନ୍ତି। ଏହି ଗସ୍ତ ଅବସରରେ ସେ କ୍ୱାଡ୍ ବୈଠକରେ ଯୋଗ ଦେବା ସହ ବିଭିନ୍ନ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।

undefined

Narendra Modi

Advertisment

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ମୋଦି ଆମେରିକା ଯାଇଛନ୍ତି ବୋଲି ସେ ଟୁଇଟ୍ କରିଛନ୍ତି। ଏହି ଗସ୍ତ ଅବସରରେ ସେ କ୍ୱାଡ୍ ବୈଠକରେ ଯୋଗ ଦେବା ସହ ବିଭିନ୍ନ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ମୋଦି କୋଭିଡ ୧୯ ଗ୍ଲୋବାଲ ସମିଟ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ମିଳିଛି।

Advertisment

ଏହାସହ ଆସନ୍ତାକାଲି ମୋଦି ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେହିପରି ଓ୍ୱାଶିଂଟନରେ ଆମେରିକାର ବିଭିନ୍ନ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ମୋଦି କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଆମେରିକା ଉପ-ରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ଭେଟିବେ। ମୋଦିଙ୍କ ପାଇଁ ସେହିଦିନ ବାଇଡେନ ଡିନର ପାର୍ଟିର ମଧ୍ୟ ଆୟୋଜନ କରିଛନ୍ତି। ୨୪ ତାରିଖରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟି ଭାରତ-ଆମେରିକା ସାମରିକ ସହଯୋଗ, ବାଣିଜ୍ୟ, ସୁରକ୍ଷା ଆଦି ଦ୍ୱିପାକ୍ଷିକ ସଂପର୍କ ନେଇ ଆଲୋଚନା କରିବେ। ଆଫଗାନ ସ୍ଥିତି, ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗ ଦୁଇ ନେତାଙ୍କ ଆଲୋଚନାରେ ସ୍ଥାନ ପାଇପାରେ। ଏହି ଦ୍ୱିପାକ୍ଷିକ ଆଲୋଚନା ପରେ ମୋଦି କ୍ୱାଡ ରାଷ୍ଟ୍ରମାନଙ୍କୁ ନେଇ ଆୟୋଜିତ ବୈଠକରେ ଯୋଗଦେବେ। ଏଥିରେ ୪ଟି କ୍ୱାଡ ରାଷ୍ଟ୍ର ସମୂହ ଦେଶର ରାଷ୍ଟ୍ରମୁଖ୍ୟ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ।

Advertisment

ସେହିପରି ସେପ୍ଟେମ୍ବର ୨୫ରେ ମୋଦି ଓ୍ୱାଶିଂଟନରେ ବିଭିନ୍ନ କାର୍ଯ୍ୟକ୍ରମ ଯୋଗ ଦେବେ। ଏହାପରେ ସେ ନ୍ୟୁୟର୍କ ଯିବେ। ସେଠାରେ ଆୟୋଜିତ ୭୬ତମ ମିଳିତ ଜାତିସଂଘର ସାଧାରଣ ସଭାରେ ସମ୍ବୋଧନ କରିବେ। ସେପ୍ଟେମ୍ବର ୨୬ ତାରିଖରେ ସେ ଭାରତ ଫେରିଆସିବେ ବୋଲି ଜଣାପଡ଼ିଛି। ତେବେ କରୋନା ପାଇଁ ଦୀର୍ଘତଦିନ ହେବ ପ୍ରଧାନମନ୍ତ୍ରୀ ନିଜର ବିଦେଶ ଗସ୍ତ ବାତିଲ କରିଦେଇଥିଲେ। କିନ୍ତୁ ମୋଦିଙ୍କ ଏହି ଗସ୍ତ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏମିତିକି ତାଲିବାନ ପ୍ରସଙ୍ଗରେ ମୋଦି ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

Narendra Modi America Taliban
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ