Advertisment

ଆଉ କିଛି ସମୟ ପରେ କମଲା ହାରିସଙ୍କୁ ସାକ୍ଷାତ୍‌ କରିବେ ମୋଦି

ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସମ୍ବର୍ଦ୍ଧନା। ୩ ଦିନିଆ ଗସ୍ତରେ ଯାଇଁ ଓ୍ୱାଶିଂଟନରେ ପହଞ୍ଚିବା ପରେ ବାଇଡେନ୍ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀ, ଭାରତୀୟ ରାଷ୍ଟ୍ରଦୂତ ତରନଜିତ୍ ସିଂହ ସାନ୍ଧୁ ପ୍ରମୁଖ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ ଜଣାଇଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଲାଗି ପହଞ୍ଚିଥିଲେ ବହୁସଂଖ୍ୟାରେ ପ୍ରବାସୀ ଭାରତୀୟ। ମୋଦି ମୋଦି ସ୍ଲୋଗାନାରେ ପୁରା ପରିବେଶ ପ୍ରକମ୍ବିତ ହୋଇଥିଲା

Narendra Modi

Narendra Modi

Advertisment

ନୂଆଦିଲ୍ଲୀ: ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସମ୍ବର୍ଦ୍ଧନା। ୩ ଦିନିଆ ଗସ୍ତରେ ଯାଇଁ ଓ୍ୱାଶିଂଟନରେ ପହଞ୍ଚିବା ପରେ ବାଇଡେନ୍ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀ, ଭାରତୀୟ ରାଷ୍ଟ୍ରଦୂତ ତରନଜିତ୍ ସିଂହ ସାନ୍ଧୁ ପ୍ରମୁଖ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ ଜଣାଇଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଲାଗି ପହଞ୍ଚିଥିଲେ ବହୁସଂଖ୍ୟାରେ ପ୍ରବାସୀ ଭାରତୀୟ। ମୋଦି ମୋଦି ସ୍ଲୋଗାନାରେ ପୁରା ପରିବେଶ ପ୍ରକମ୍ବିତ ହୋଇଥିଲା। ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ହାତ ମିଳାଇବା ସହ ଅଭିବାଦନ ଗ୍ରହଣ କରିଥିଲେ। ସେପଟେ ଉଚ୍ଛସିତ ସମ୍ବର୍ଦ୍ଧନା ଲାଗି ମୋଦି ଟୁଇଟ୍ କରି ପ୍ରବାସୀ ଭାରତୀୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେପଟେ ପ୍ରଧାନମନ୍ତ୍ରୀଙ୍କର ଆଜି ୮ଟି ବୈଠକ ରହିଛି। ପ୍ରଥମେ ସେ ଭାରତୀୟ ବଂଶୋଦ୍ଭବ ଉପ ରାଷ୍ଟ୍ରପତି କମଲା ହାରିସଙ୍କୁ ସାକ୍ଷାତ କରିବେ। ଉଭୟଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ହେବାକୁ ଯାଉଛି। ଆସନ୍ତାକାଲି ହ୍ୱାଇଟ୍ ହାଉସରେ ମୋଦି ଓ ବାଇଡେନ୍ ଦ୍ୱିପାକ୍ଷିକ ଆଲୋଚନା ହେବ।

Advertisment

ତାଲିବାନର କାବୁଲ କବଜା ପରେ ଆଫଗାନିସ୍ତାନର ରାଜନୈତିକ ସ୍ଥିତି, ପାକିସ୍ତାନପଟୁ ସୀମାପାର ଆତଙ୍କବାଦ, ଭାରତ-ଆମେରିକା ଷ୍ଟ୍ରାଟେଜିକ୍ ରିଲେସନ ବୃଦ୍ଧି ଓ କୋଭିଡ୍ ମୁକାବିଲା ସମେତ ଅନ୍ୟାନ୍ୟ ପ୍ରସଙ୍ଗ ଏଥିରେ ସ୍ଥାନ ପାଇବ। ପ୍ରଧାନମନ୍ତ୍ରୀ ମୋଦି ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନକୁ ନେଇ ଗଠିତ କ୍ୱାଡ୍ ବୈଠକରେ ବି ସାମିଲ ହେବେ। ଚୀନର ଉଗ୍ର ଆଭିମୁଖ୍ୟ ଉପରେ ସଂପର୍କରେ ବୈଠକରେ ବିଶେଷ ଭାବେ ଆଲୋଚନା କରାଯିବ। ସେହିପରି ପ୍ରଧାନମନ୍ତ୍ରୀ ଆସନ୍ତାକାଲି ନ୍ୟୁୟର୍କ ଯାଇ ଜାତିସଂଘ ସାଧାରଣ ପରିଷଦରେ ଉଦବୋଧନ ବି ଦେବେ। କୋଭିଡ୍ ନିୟନ୍ତ୍ରଣ, ଆତଙ୍କବାଦର ମୁକାବିଲା, ଜଳବାୟୁ ପରିବର୍ତ୍ତନ ସମେତ ଅନ୍ୟାନ୍ୟ ଅନ୍ତର୍ଜାତୀୟ ପ୍ରସଙ୍ଗରେ ସେ ମତ ରଖିବେ।

Advertisment

ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କୁ ବି ଓ୍ୱାଶିଂଟନରେ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ସେ ଆମେରିକାର ବଡ଼ ବଡ଼ କଂପାନୀର ସିଇଓଙ୍କ ସହ ବି ବୈଠକ କରିବେ। ଚିପ୍ ନିର୍ମାଣକାରୀ କ୍ୱାଲମ୍କମ୍, ଆଡୋବ୍, ବ୍ଲାକଷ୍ଟୋନ, ଜେନେରାଲ ଆଟୋମିକ୍ସ ଆଣ୍ଡ ଫାଷ୍ଟ ସୋଲାର ଭଳି କଂପାନିର ମୁଖ୍ୟ ଏଥିରେ ସାମିଲ ହେବେ। ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ଏହା ମୋଦିଙ୍କ ସପ୍ତମ ଆମେରିକା ଗସ୍ତ। ୨୦୧୯ରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଥିବା ସମୟରେ ହଷ୍ଟନରେ ଆୟୋଜିତ ହାଉଡି ମୋଦି ଥିଲା ପ୍ରଧାନମନ୍ତ୍ରୀ ଶେଷ ଆମେରିକା ଗସ୍ତ।

Narendra Modi Kamala Harris
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ