Advertisment

ଋଷରେ ଶୁଭିଲା ଜୟ ଜଗନ୍ନାଥ ଧ୍ବନୀ; ମସ୍କୋରେ ମୋଦି ବଖାଣିଲେ ଘୋଷଯାତ୍ରାର ଗାଥା...

ସାତ ଦରିଆପାରି ଋଷରେ ଶୁଭିଲା ଜୟ ଜଗନ୍ନାଥ ଧ୍ବନ, ତା ବି ମୋଦିଙ୍କ ମୁହଁରୁ। ମସ୍କୋରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ମୋଦି ନେଇଛନ୍ତି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ନାଁ।

ଅଦ୍ୟତନ ହୋଇଛି
 PM Modi wears Odia scarf in Russia

PM Modi wears Odia scarf in Russia

Advertisment

ଭାରତ ଶାନ୍ତି ଚାହେଁ । ଗୁଳି ଓ ବୋମାମାଡ ସହ ଶାନ୍ତି ଆଲୋଚନା କେବେବି ସମ୍ଭବ ନୁହେଁ । ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ବେଳେ ଏହା ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏଥିସହ ଯୁଦ୍ଧ, ଆତଙ୍କବାଦୀ ଆକ୍ରମଣ ଓ ଯେ କୌଣସି ସଂଘର୍ଷରେ ନୀରିହ ମହିଳା ଓ ଶିଶୁଙ୍କ ପ୍ରାଣହାନୀ, ଅତ୍ୟନ୍ତ ପୀଡାଦାୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଆଜି ମସ୍କୋରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। 

Advertisment

ସାତ ଦରିଆପାରି ଋଷରେ ଶୁଭିଲା ଜୟ ଜଗନ୍ନାଥ ଧ୍ବନ, ତା ବି ମୋଦିଙ୍କ ମୁହଁରୁ। ମସ୍କୋରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ମୋଦି ନେଇଛନ୍ତି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ନାଁ। ମୋଦିଙ୍କ ସହ ଉପସ୍ଥିତ ପ୍ରବାସୀ ଭାରତୀୟ ବି ଦୋହରାଇଛନ୍ତି ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ମୋଦି କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଛି। ୨୪ ନିର୍ବାଚନ କଥା ଉଠାଇ ମୋଦି କହିଛନ୍ତି, ଏଥର ଲୋକସଭା ନିର୍ବାଚନ ସହ ୪ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକ୍କିମ ଏବଂ ଓଡ଼ିଶାରେ ବିଧାନସଭା ନିର୍ବାଚନ ମଧ୍ୟ ହୋଇଥିଲା। ୪ଟି ଯାକ ରାଜ୍ୟରେ ଏନଡିଏ ବହୁମତ ସହ ବିଜୟ ହାସଲକରିଛି। ତେବେ ନିର୍ବାଚନରେ ଓଡ଼ିଶା ବିପ୍ଲବ ଆଣିଛି ବୋଲି କହିଛନ୍ତି ମୋଦି। କାନ୍ଧରେ ପକାଇଥିବା ଓଡ଼ିଶାର ଉତ୍ତରୀୟ ଦେଖାଇ ଓଡ଼ିଶା ପ୍ରତି ଥିବା ଭଲପାଇବା ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ। 

ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ ବେଳେ ମୋଦି 3.O ତିନିଟି ବଡ ତଥା ଗୁରୁତ୍ବପୂର୍ଣ୍ଣ ଲକ୍ଷ୍ୟ ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି, ସରକାରଙ୍କ ତୃତୀୟ ଟର୍ମରେ ଭାରତକୁ ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତି କରିବା ସବୁଠାରୁ ବଡ ଲକ୍ଷ୍ୟ। ଏଥିସହ ଗରିବଙ୍କ ପାଇଁ ୩ କୋଟି ଆବାସ ଏବଂ ୩ କୋଟି ଲକ୍ଷପତି ଦିଦି କରିବାକୁ ଥାର୍ଡ ଟର୍ମରେ ଲକ୍ଷ୍ୟ ରଖିଛନ୍ତି ସରକାର।

Advertisment

ଏହାପରେ କ୍ରେମଲିନରେ ମୋଦି-ପୁଟିନଙ୍କ ମଧ୍ୟରେ ହୋଇଛି ଦ୍ବିପାକ୍ଷିକ ଆଲୋଚନା । ଯେଉଁଥିରେ ପ୍ରମୁଖ ପ୍ରସଙ୍ଗ ଭାବେ ସ୍ଥାନ ପାଇଛି ଆତଙ୍କବାଦ। ମୋଦି କହିଛନ୍ତି, ଗତ ୪୦-୫୦ ବର୍ଷ ହେଲା ଭାରତ ଆତଙ୍କବାଦ ସହ ଜୁଝୁଛି। ଆତଙ୍କବାଦ କେତେ ଭୟଙ୍କର ଏହା ଭାରତ ଭଲ ଭାବେ ଜାଣିଛି, ଏହାକୁ ଯେତେ ନିନ୍ଦା କଲେ ବି କମ୍ ହେବ। ଭାରତ-ଋଷ ତୈଳ ଚୁକ୍ତି ଯୋଗୁଁ ବଜାରରେ ସ୍ଥିରତା ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ଋଷର ଅର୍ଥ ସୁଖ ଦୁଃଖର ସାଥୀ। ଋଷ, ଭାରତର ବିଶ୍ବାସଯୋଗ୍ୟ ବନ୍ଧୁ ରାଷ୍ଟ୍ର ବୋଲି ପୁଟିନଙ୍କୁ ସମ୍ବୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପୁଟିନ ମଧ୍ୟ ମୋଦିଙ୍କୁ ତୃତୀୟ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ଏହାପୂର୍ବରୁ ଦ୍ବିତୀୟ ବିଶ୍ବଯୁଦ୍ଧରେ ସୋଭିଏତ ସଂଘ ପାଇଁ ଲଢ଼ିଥିବା ଅଜ୍ଞାତ ସହିଦଙ୍କ ସ୍ମୃତିରେ ନିର୍ମିତ ସହିଦ ସ୍ମାରକୀରେ ଶ୍ରଦ୍ଧାଂଜଳି ଦେଇଥିଲେ ମୋଦି ଓ ପୁଟିନ। ପରେ ଉଭୟ ନେତାଙ୍କୁ ମସ୍କୋ ସ୍ଥିତ ଆଣବିକ କେନ୍ଦ୍ର ରୋସତମ୍‌ରେ ଦେଖିବାକୁ ମିଳିଥିଲା । ସେଠାରେ ଭାରତୀୟ ଗବେଷକଙ୍କ ସହ ମୋଦି ଆଲୋଚନା ମଧ୍ୟ କରିଥିଲେ । ଭାରତରେ ୬ଟି ହାଇପାୱାର ନ୍ୟୁକ୍ଲିୟର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମୋଦି-ପୁଟିନଙ୍କ ମଧ୍ୟରେ ହୋଇଛି ଆଲୋଚନା। ଗତ ୧୦ ବର୍ଷରେ ୧୭ ଥର ଭେଟଘାଟ ଏବଂ ୨୫ ବର୍ଷ ମଧ୍ୟରେ ୨୨ଟି ଦ୍ବିପାକ୍ଷିକ ଆଲୋଚନା ଭାରତ-ଋଷ ସମ୍ପର୍କକୁ ଆହୁରି ମଜବୁତ କରିଛି ବୋଲି ମୋଦି କହିଛନ୍ତି। 

Advertisment

Narendra Modi PM Modi Russia Lord Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ