Plane Crash In China
ଚୀନରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୩୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଯାତ୍ରୀବାହୀ ବିମାନଟି ଦକ୍ଷିଣପଶ୍ଚିମ ଚୀନରେ କ୍ରାଶ୍ ହୋଇଛି। ବିମାନ ଦୁର୍ଘଟଣାଗ୍ରସ୍ତର କାରଣ ଜଣାପଡ଼ି ନାହିଁ। ଏହାସହ ଦୁର୍ଘଟଣାରେ ମୃତାହତ ନେଇ ସ୍ପଷ୍ଟ ହୋଇପାରି ନାହିଁ।
କୁନମିଙ୍ଗ୍ରୁ ଗୁଆଙ୍ଗଝୁକୁ ଉଡ଼ାଣ ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। Boeing 737 ବିମାନଟି Wuzhou ସହର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ଏକ ପାହାଡ଼ଣେ ନିଆଁ ଲାଗି ଯାଇଥିଲା।
ସୂଚନା ଅନୁସାରେ, ବିମାନଟି କୁନମିଙ୍ଗ୍ରୁ ଗୁଆଙ୍ଗଝୁ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ Guangxi ଅଞ୍ଚଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିଯୋଗୁ ପାହାଡ଼ରେ ନିଆଁ ଲାଗି ଯାଇଥିଲା। ବିମାନଟି ଦକ୍ଷିଣପଶ୍ଚିମ ଜୀନର Yunnan ପ୍ରଦେଶରେ ଥିବା Kunming ସହରରେ ଥିବା Changshui ବିମାନବନ୍ଦରରୁ ସେଠାକାର ସ୍ଥାନୀୟ ସମୟ ୧ଟା ୧୫ ମିନିଟ୍ରେ ଉଡ଼ାଣ ଭରି ଥିଲା। ୩ଟା ସୁଦ୍ଧା Guangdong ପ୍ରଦେଶର ଗୁଆଙ୍ଗଝୁରେ ଏହା ପହଞ୍ଚିବାର ଥିଲା। ହେଲେ ତା’ପୂର୍ବରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
#ଚୀନ୍ରେ_ଯାତ୍ରୀବାହୀ_ବିମାନ_ଦୁର୍ଘଟଣାଗ୍ରସ୍ତ
-୧୩୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି
-କୁନମିଙ୍ଗ୍ରୁ ଗୁଆଙ୍ଗଝୁକୁ ଉଡ଼ାଣ ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ#PlaneCrashpic.twitter.com/vYLk4I6tGl
— ଓଟିଭି (@otvkhabar) March 21, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647851667.jpg)