Advertisment

ଅବିଶ୍ୱାସ ଲାଗିଲେ ବି ସତ, ମଣିଷ ଦେହରେ ଲାଗିଲା ଘୁଷୁରୀ କିଡ଼ନୀ

ଅଙ୍ଗ ପ୍ରତିରୋପଣ ଏକ ଜଟିଳ ଅସ୍ତ୍ରୋପଚାର। ଜଣଙ୍କର କୌଣସି ପ୍ରତିରୋପଣ ଯୋଗ୍ୟ ଅଙ୍ଗ ଅକାମୀ ହୋଇଗଲେ, ତାହାକୁ ତାଙ୍କ ନିଜ ଶରୀର ଅନ୍ୟ ସ୍ଥାନରୁ କିମ୍ବା ଆଉ ଜଣେ ମଣିଷଙ୍କ ଠାରୁ ମ୍ୟାଚ୍ କରି ଅଣାଯାଏ ଏବଂ ରୋଗୀଙ୍କ ଦେହରେ ଖଞ୍ଜି ଦିଆଯାଏ

kidney-transplant

kidney-transplant

Advertisment

ନୂଆଦିଲ୍ଲୀ: ଅଙ୍ଗ ପ୍ରତିରୋପଣ ଏକ ଜଟିଳ ଅସ୍ତ୍ରୋପଚାର। ଜଣଙ୍କର କୌଣସି ପ୍ରତିରୋପଣ ଯୋଗ୍ୟ ଅଙ୍ଗ ଅକାମୀ ହୋଇଗଲେ, ତାହାକୁ ତାଙ୍କ ନିଜ ଶରୀର ଅନ୍ୟ ସ୍ଥାନରୁ କିମ୍ବା ଆଉ ଜଣେ ମଣିଷଙ୍କ ଠାରୁ ମ୍ୟାଚ୍ କରି ଅଣାଯାଏ ଏବଂ ରୋଗୀଙ୍କ ଦେହରେ ଖଞ୍ଜି ଦିଆଯାଏ । ହେଲେ ଏହି ଦିଗରେ ହୁଏତ ଆସିବାକୁ ଯାଉଛି ନୂଆ ଯୁଗ । ପରୀକ୍ଷାମୂଳକ ଭାବେ ଆମେରିକାରେ ଜଣେ ମଣିଷଙ୍କ ଦେହରେ ଘୁଷୁରୀର କିଡ୍ନୀ ଲଗାଯାଇଛି।

Advertisment

ଚିକିତ୍ସା ବିଜ୍ଞାନରେ ଅଦ୍ଭୁତ କରିସ୍ମା ଦେଖିବାକୁ ମିଳିଛି। ମଣିଷ ଦେହରେ ଲାଗିଲା ଘୁଷୁରି କିଡ୍ନୀ। ଖାଲି ଲାଗିଲାନି ଆଶା ମୁତାବକ କାମ ବି କଲା । କିଡ୍ନୀ ପ୍ରତିରୋପଣ କ୍ଷେତ୍ରରେ ଏଭଳି ବଡ଼ ସଫଳତା ମିଳିଛି ଆମେରିକାରେ। ସୂଚନା ଅନୁସାରେ, ସେପ୍ଟେମ୍ବର ୨୫ ତାରିଖରେ ଏହି ଜଟିଳ ଅସ୍ତ୍ରୋପଚାର କରିଥିଲେ ନିୟୁ ୟର୍କ ୟୁନିଭର୍ସିଟି ଲାଙ୍ଗୋନର ଟ୍ରାନ୍ସପ୍ଲାଣ୍ଟ ଇନଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ରୋବର୍ଟ ମୋଣ୍ଟଗୋମେରି ଏବଂ ତାଙ୍କର ସାଥି ଡାକ୍ତର ଜେନେଟିକ୍। ମୋଡିଫାଏଡ୍ ବା ଗୁଣସୂତ୍ର ପରିବର୍ତ୍ତନ ହୋଇଥିବା ଏକ ପୋଷା ଘୁଷୁରୀର କିଡ୍ନୀକୁ, ଭେଣ୍ଟିଲେଟରରେ ଥିବା ଜଣେ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ବ୍ୟକ୍ତିଙ୍କ ଗୋଡ଼ର ଏକ ରକ୍ତନଳୀରେ କିଡ୍ନୀ ଯୋଡ଼ାଯାଇଥିଲା । ୨ ଘଣ୍ଟାରୁ ଅଧିକ ସମୟର ଅସ୍ତ୍ରୋପଚାର ପରେ ଘଟିଥିଲା ଚମତ୍କାର । ଘୁଷୁରୀ କିଡ୍ନୀଟି ସାଧାରଣ ଭାବେ ମଣିଷ ଦେହର ରକ୍ତକୁ ଛାଣି ମୂତ୍ର ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଥିଲା।

Advertisment

ବ୍ରେନ୍ ଡେଡ୍ ବ୍ୟକ୍ତି ଜଣକ ଅଙ୍ଗଦାନ କରିବାକୁ ଘୋଷଣା କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ତାଙ୍କର କିଡ୍ନୀ ସମସ୍ୟା ଦେଖାଦେଇଥିଲା । ବ୍ରେନ୍ ଡେଥ୍ ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଗବେଷକମାନେ ପରିବାର ଲୋକଙ୍କ ଅନୁମତି ନେଇ ଏଭଳି ଯୁଗାନ୍ତକାରୀ ଅସ୍ତ୍ରୋପଚାର କରିଥିଲେ। ଘୁଷୁରୀ କିଡ୍ନୀଟି ତାଙ୍କ ଶରୀରରେ ୫୪ ଘଣ୍ଟା ସ୍ୱାଭାବିକ ଭାବେ କାମ କରିବା ପରେ, ବ୍ୟକ୍ତିଙ୍କ ଠାରୁ ଭେଣ୍ଟିଲେଟର୍ କାଢ଼ିନିଆଯାଇଥିଲା ଏବଂ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି ପ୍ରକ୍ରିୟାର ବର୍ଷେ ୨ ବର୍ଷ ଭିତରେ କ୍ଲିନିକାଲ୍ ଟ୍ରାଏଲ୍ ହୋଇପାରେ ବୋଲି ଆଶା କରାଯାଉଛି।

America Pig Kidney
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ