Advertisment

ହ୍ରଦ ମଝିରେ ଖସି ପଡ଼ିଲା ବିମାନ, ଲ୍ୟାଣ୍ଡିଂ ପୂର୍ବରୁ କ୍ରାଶ୍‌...

ତାଞ୍ଜାନିଆରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ସକାଳେ ଭିକ୍ଟୋରିଆ ହ୍ରଦରେ ବିମାନଟି ଖସି ପଡ଼ିଥିବା ସୂଚନା ମିଳିଛି।

Passenger Plane Crash In Tanzania

Passenger Plane Crash In Tanzania

Advertisment

ତାଞ୍ଜାନିଆରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ସକାଳେ ଭିକ୍ଟୋରିଆ ହ୍ରଦରେ ବିମାନଟି ଖସି ପଡ଼ିଥିବା ସୂଚନା ମିଳିଛି। ବୁକୋବା ବିମାନ ବନ୍ଦରରେ ଅବତରଣ କରିବାର ମାତ୍ର କିଛି ସମୟ ପୂର୍ବରୁ ବିମାନଟି ହ୍ରଦ ମଝିରେ ଖସି ପଡ଼ିଥିଲା। ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ବିମାନରେ ମୋଟ୍ ୪୯ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଉଛି। ହେଲେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। 

Advertisment

ସୂଚନା ଅନୁସାରେ, ପ୍ରିସିସନ୍‌ ଏୟାର ପ୍ଲେନ୍‌(Precision Air plane) ବିମାନବନ୍ଦରରୁ ୧୦୦ ମିଟର ଦୂରରେ ଭିକ୍ଟୋରିଆ ହ୍ରଦରେ ଖସି ପଡ଼ିଥିଲା। ବିମାନଟି Dar es Salaam ରୁ ହ୍ରଦ କୂଳରେ ଥିବା ଏକ ସହର ଅଭିମୁଖେ ଯାତ୍ରା କରୁଥିଲା। ବିମାନ ଦୁର୍ଘଟଣାଗ୍ରସ୍ତ ନେଇ ପ୍ରିସିସନ୍‌ ଏୟାର ପକ୍ଷରୁ ସୂଚନା ଦିଆଯାଇଛି। ଖବରପାଇ ରେସ୍କ୍ୟୁ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। 

Advertisment

ସୂଚନାଥାଉ କି, ୫ ବର୍ଷ ପୂର୍ବେ ଏକ ସଫାରୀ କମ୍ପାନୀର ବିମାନ ଉତ୍ତର ତାଞ୍ଜାନିଆରେ ଖସି ପଡ଼ିଥିଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। 

Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ