Advertisment

Video: ଭୂକମ୍ପରେ ଥରୁଥିଲେ, ତଥାପି ଭୟ କରି ନଥିଲେ..ନ୍ୟୁଜ୍‌ ପଢ଼ିବା ଜାରି ରଖିଥିଲେ

ପାକିସ୍ତାନର ମଶ୍ରିକ୍‌ ଟିଭିରେ ଭୂକମ୍ପ ସମ୍ପର୍କିତ ବ୍ରେକିଂ ନ୍ୟୁଜ୍‌ କ୍ୟାମେରା ସାମ୍ନାରେ ପଢ଼ୁଥିବା ବେଳେ ଜଣେ ଆଙ୍କର ଭୂକମ୍ପ ଯୋଗୁ ଥରୁଥିବା ଦେଖିବାକୁ ମିଳିଛି। ହେଲେ ଏଥିରେ ଭୟଭୀତ ନହୋଇ ଆଙ୍କର ଜଣକ ସେମିତି ନ୍ୟୁଜ୍‌ ପଢ଼ିବା ଜାରି ରଖିଥିଲେ।

ଅଦ୍ୟତନ ହୋଇଛି
TV Anchor

TV Anchor

Advertisment

ଭୂକମ୍ପରେ ଥରୁଥିଲେ, ତଥାପି ନ୍ୟୁଜ୍‌ ପଢ଼ୁଥିଲେ। ପାକିସ୍ତାନର ମଶ୍ରିକ୍‌ ଟିଭିରେ ଭୂକମ୍ପ ସମ୍ପର୍କିତ ବ୍ରେକିଂ ନ୍ୟୁଜ୍‌ କ୍ୟାମେରା ସାମ୍ନାରେ ପଢ଼ୁଥିବା ବେଳେ ଜଣେ ଆଙ୍କର ଭୂକମ୍ପ ଯୋଗୁ ଥରୁଥିବା ଦେଖିବାକୁ ମିଳିଛି। ହେଲେ ଏଥିରେ ଭୟଭୀତ ନହୋଇ ଆଙ୍କର ଜଣକ ସେମିତି ନ୍ୟୁଜ୍‌ ପଢ଼ିବା ଜାରି ରଖିଥିଲେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।ଆଙ୍କରଙ୍କ ଏଭଳି ସାହସିକତା ପାଇଁ ସେ ପ୍ରଶଂସାର ପାତ୍ର ହୋଇଛନ୍ତି। 

Advertisment

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ନ୍ୟୁଜ୍‌ ରୁମ୍‌ରେ ଆଙ୍କର ଭୂକମ୍ପ ସମ୍ପର୍କିତ ବ୍ରେକିଂ ନ୍ୟୁଜ୍‌ କ୍ୟାମେରା ସାମ୍ନାରେ ପଢ଼ୁଛନ୍ତି। ହେଲେ ହଠାତ୍‌ ସେ ଥରିବା ଆରମ୍ଭ କରିଥିଲେ। ଭୂକମ୍ପ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ହେଲେ ଏଥିରେ ଆଙ୍କର ଜଣକ ଭୟଭୀତ ହୋଇନଥିଲେ। ବରଂ ସେମିତି ସେ ନ୍ୟୁଜ୍‌ ପଢ଼ିବା ଜାରି ରଖିଥିଲେ। ଏହି ସମୟରେ ନ୍ୟୁଜ୍‌ ରୁମ୍‌ରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଦୌଡ଼ି ପଳାଉଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ତେବେ ଆଙ୍କରଙ୍କ ଏଭଳି ସାହସିକତା ପାଇଁ ଅନେକ ୟୁଜର୍ସ ପ୍ରଶଂସା କରିଛନ୍ତି। 

Advertisment

ସୂଚନାଥାଉ କି, ଗତକାଲି ରାତିରେ ପାକିସ୍ତାନ ସମେତ ଭାରତର ଅନେକ ସ୍ଥାନରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ ଥିଲା। ପାକିସ୍ତାନର ଲାହୋର, ଇସଲାମାବାଦ, ରାୱଲପିଣ୍ଡି, କ୍ୱେଟା, ପେଶାୱାର୍‌, କୋହତ୍‌, ଲକ୍କି ମରାୱାତ୍‌, ସିଅଲ୍‌କୋତ୍‌ ସମେତ ଆଉ କିଛି ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାଦ୍ୱାରା ଖାଲି ଲୋକଙ୍କ ଜୀବନ ଚାଲି ଯାଇନି ବରଂ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି।

ଭୂକମ୍ପରେ ପାକିସ୍ତାନରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ଆହତ ହୋଇଛନ୍ତି। ଆଫଗାନିସ୍ତାନର ଫୈଜାବାଦ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ୧୮୦ କି.ମି. ଗଭୀରରେ ଭୂକମ୍ପ ସୃଷ୍ଟି ହୋଇଥିଲା, ପରେ ଏହା ଅନ୍ୟ ସ୍ଥାନକୁ ବ୍ୟାପିଥିଲା। 

Advertisment
Earthquake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ