Advertisment

ମହିଳାଙ୍କ ପୋଷାକ ଚିରି ମାଡ ମାରିଲେ; ଭିଡିଓ ହେଲା ଭାଇରାଲ୍‌

ପାକିସ୍ତାନର ଜଣେ ମହିଳାଙ୍କ ଉପରେ ନିର୍ମମ ଆକ୍ରମଣର ଏକ ଭୟଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମହିଳା ଟିକ୍‌ଟକ୍‌ରେ ଭିଡିଓ ପ୍ରସ୍ତୁତ କରି ବହୁତ ଲୋକପ୍ରିୟ ହୋଇପାରିଛନ୍ତି। ଭିଡିଓରେ ଏକ ପୁରୁଷ ଗୋଷ୍ଠୀ ମହିଳାଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରି ତାଙ୍କ ପୋଷାକ ଚିରି ଦଉଥିବା ନଜର ଆସିଛି। ଅଗଷ୍ଟ ୧୪ ରେ, ଯେତେବେଳେ ପାକିସ୍ତାନ ଏହାର ସ୍ୱାଧୀନତା ପାଳନ କରୁଥିଲା, ଲାହୋରରେ ଏହି ମହିଳାଙ୍କୁ ଆକ୍ରମଣ କରାଯାଇଥିଲା ଏବଂ ଏହାର ଭିଡିଓ ଭାଇରାଲ ହୋଇଥିଲା।

ମହିଳାଙ୍କ ପୋଷାକ ଚିରି ମାଡ ମାରିଲେ; ଭିଡିଓ ହେଲା ଭାଇରାଲ୍‌

Pakistan

Advertisment

ଇସଲାମାବାଦ : ପାକିସ୍ତାନର ଜଣେ ମହିଳାଙ୍କ ଉପରେ ନିର୍ମମ ଆକ୍ରମଣର ଏକ ଭୟଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମହିଳା ଟିକ୍‌ଟକ୍‌ରେ ଭିଡିଓ ପ୍ରସ୍ତୁତ କରି ବହୁତ ଲୋକପ୍ରିୟ ହୋଇପାରିଛନ୍ତି। ଭିଡିଓରେ ଏକ ପୁରୁଷ ଗୋଷ୍ଠୀ ମହିଳାଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରି ତାଙ୍କ ପୋଷାକ ଚିରି ଦଉଥିବା ନଜର ଆସିଛି। ଅଗଷ୍ଟ ୧୪ ରେ, ଯେତେବେଳେ ପାକିସ୍ତାନ ଏହାର ସ୍ୱାଧୀନତା ପାଳନ କରୁଥିଲା, ଲାହୋରରେ ଏହି ମହିଳାଙ୍କୁ ଆକ୍ରମଣ କରାଯାଇଥିଲା ଏବଂ ଏହାର ଭିଡିଓ ଭାଇରାଲ ହୋଇଥିଲା। ଏଫ୍‌ଆଇଆର୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଘଟଣା ଲାହୋରର ଗ୍ରେଟର୍‌ ଇକ୍‌ବାଲ୍‌ ପାର୍କରୁ ଆସିଛି।

Advertisment

ଏହି ଭିଡିଓ #minarpakistan ଏବଂ # minar400 ହ୍ୟାସ୍‌ଟ୍ୟାଗ୍‌ରେ ପାକିସ୍ତାନରେ ଟ୍ରେଣ୍ଡ୍‌ ହୋଇଛି। ମହିଳାଙ୍କ ସହ ଏହି ଘଟଣାକୁ ନେଇ ଲୋକମାନେ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ମହିଳା ଜଣକ ଏ ବାବଦରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପ୍ରାୟ ୪୦୦ ଲୋକଙ୍କ ଏକ ଗୋଷ୍ଠୀ ତାଙ୍କୁ ଆକ୍ରମଣ କରିଥିଲେ। ମହିଳା ଜଣକ ମିନାର-ଇ-ପାକିସ୍ତାନ ନିକଟରେ କିଛି ବନ୍ଧୁଙ୍କ ସହ ଭିଡିଓ ସୁଟିଂ କରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା।

Advertisment

ମହିଳା ଜଣକ କହିଛନ୍ତି ଯେ ତାଙ୍କ ପୋଷାକ ଚିରିଦିଆ ଯାଇଥିଲା। ଲୋକମାନେ ତାଙ୍କୁ ଉପରକୁ ଉଠାଇ ଫୋପାଡି ଦେଇଥିଲେ। ମହିଳା ଜଣକ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କ ପ୍ରତିରକ୍ଷା ପାଇଁ ସ୍ୱର ଉତ୍ତୋଳନ ଜାରି ରଖିଥିଲେ କିନ୍ତୁ ସାହାଯ୍ୟ କରିବାକୁ କେହି ଆଗେଇ ଆସି ନ ଥିଲେ। ତାଙ୍କ ଅଳଙ୍କାର ଚୋରି ହୋଇଥିବା ସେ ଅଭିଯୋଗ କରିଛନ୍ତି।

ଡନ୍ ଖବରକାଗଜର ଏକ ଆର୍ଟିକିଲ୍‌ରେ କୁହାଯାଇଛି ଯେ ଆମ ସମାଜର ଏକ ନିଚ୍ଛକତାକୁ ଦେଖାଇବା ପାଇଁ ଏହି ଘଟଣାଠାରୁ ଆଉଅ କିଛି ବଡ଼ ଉଦାହରଣ ହୋଇପାରିବ ନାହିଁ। ଆର୍ଟିକିଲ୍‌ରେ କୁହାଯାଇଛି ଯେ ଦେଶରେ ଲିଙ୍ଗଗତ ଭେଦଭାବ ଏବେ ମଧ୍ୟ ଶିଖରରେ ରହିଛି।

Advertisment
Pakistan Kabul
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ