shahbaz sharif and imran khan
ପାକିସ୍ତାନ ପାଓ୍ୱାର୍ ଗେମ୍ରେ ଇମ୍ରାନ୍ ଆଉଟ୍ । ଅନାସ୍ଥା ଭୋଟ୍ରେ ପରାଜୟ ପରେ ପ୍ରଧାନମନ୍ତ୍ରୀ ପଦ ହରାଇଛନ୍ତି କ୍ରିକେଟ୍ ପଡିଆରୁ ରାଜନୀତି ମୈଦାନକୁ ଆସିଥିବା ଇମ୍ରାନ୍ ଖାନ୍ । ବିରୋଧୀ ଦଳ ନେତା ଶାହବାଜ ଶରିଫ ଦେଶର ୨୩ ତମ ପ୍ରଧାନମନ୍ତ୍ରୀ ବନିବା ଏକ ପ୍ରକାର ସ୍ପଷ୍ଟ । ତାଙ୍କୁ ସମର୍ଥନ କରିଛନ୍ତି ମିଳିତ ବିରୋଧୀ ।
ସେପଟେ କ୍ଷମତା ବଞ୍ଚାଇବାକୁ ଇମ୍ରାନଙ୍କ ଶେଷ ମୁହୂର୍ତ୍ତର ନିଷ୍ଫଳ ଚେଷ୍ଟା ଯୋଗୁଁ ସାରା ଦୁନିଆ ଦେଖିଥିଲା । ଇସଲାମାବାଦର ମିଡ୍ନାଇଟ୍ ଡ୍ରାମା PML-N ଅଧ୍ୟକ୍ଷ ଶାହବାଜଙ୍କୁ ବିରୋଧୀ ଦଳମାନେ ପିଏମ୍ ପ୍ରାର୍ଥୀ ଭାବେ ମନୋନୀତ କରିଥିବାରୁ ସେ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ତେବେ ତାଙ୍କ ବିପକ୍ଷରେ ଇମ୍ରାନଙ୍କ ଦଳ PTI ପକ୍ଷରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।
ଶାହ୍ ମହମୁଦ କୁରେସି ଆଜି ଦିନ ୨ଟା ବେଳେ ପାକିସ୍ତାନ ନ୍ୟାସନାଲ ଆସେମ୍ଲିରେ ଭୋଟିଂ ପରେ ଚିତ୍ର ସ୍ପଷ୍ଟ ହେବ କିଏ ହେବ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ସେପଟେ ନୂଆ ସରକାର କୌଣସି ପ୍ରତିଶୋଧ ମୂଳକ ରାଜନୀତିରେ ସାମିଲ ହେବ ନାହିଁ ବୋଲି କହିଛନ୍ତି ଶାହବାଜ ।
ଏଥିସହ ନଓ୍ୱାଜ ଶରିଫଙ୍କ ବିରୋଧରେ ଆଇନ ଅନୁସାରେ ମାମଲା ଆଗେଇବ ଏବଂ କାଶ୍ମୀର ବିବାଦର ସମାଧାନ ନହେବା ଯାଏଁ ଭାରତ ସହ ସଂପର୍କ ସ୍ୱଭାବିକ ହେବ ନାହିଁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଇମ୍ରାନ୍ ଟୁଇଟ୍ କରିଛନ୍ତି ଯେ, ୧୯୪୭ରେ ପାକିସ୍ତାନ ସ୍ୱାଧୀନ ହୋଇଥିଲା କିନ୍ତୁ ଆଜି ଠାରୁ ପୁଣି ବିଦେଶୀ ଷଡ଼ଯନ୍ତ୍ର ବିରୋଧରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଛି ବୋଲି ଇମ୍ରାନ ଖାନ ଟ୍ୱିଟ୍ କରି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649651432.jpg)