Advertisment

ପାକିସ୍ତାନରେ ଅସଲ ଚେହେରା : ଉପବାଚସ୍ପତିଙ୍କୁ ବି ମାନିଲେନି ନେତା... ଚୁଟି ଟାଣି ଚାପୁଡା ମାରିଲେ

ପାକିସ୍ତାନର ପଞ୍ଜାବ ବିଧାନସଭାରେ ଇମ୍ରାନ ଖାନଙ୍କ ଦଳ ପିଟିଆଇ ନେତାମାନେ ସବୁ ସୀମା ଟପି ଯାଇଛନ୍ତି।

pakistan

pakistan

Advertisment

ସବୁ ସୀମା ଟପିଲା ଅଭଦ୍ରାମୀ । ପଦାକୁ ଆସିଲା ପାକିସ୍ତାନର ଅସଲ ଚେହେରା । ଉପବାଚସ୍ପତିଙ୍କୁ ମାନିଲେ ନାହିଁ ପିଟିଆଇ ନେତା । ପାକିସ୍ତାନର ପଞ୍ଜାବ ବିଧାନସଭାରେ ଇମ୍ରାନ ଖାନଙ୍କ ଦଳ ପିଟିଆଇ ନେତାମାନେ ସବୁ ସୀମା ଟପି ଯାଇଛନ୍ତି। ବିଧାନସଭା ଅଧିବେଶନ ଆରମ୍ଭ ହେଉ ହେଉ ପିଟିଆଇ ନେତାମାନେ ଉପ ବାଚସ୍ପତି ମହମ୍ମଦ ମଜ୍ରିଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରି ଦେଇଥିଲେ। କେବଳ ଏତିକି ନୁହେଁ, ପିଟିଆଇ ନେତାମାନେ ବାଚସ୍ପତିଙ୍କ ଚୁଟିକୁ ଟଣାଓଟରା କରିବା ସହ ଚାପୁଡ଼ା ମାରିବାକୁ ପଛାଇ ନ ଥିଲେ।

Advertisment

ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ କରିବା ପାଇଁ ଲାହୋର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ପଦ ପାଇଁ ହମଜା ଶାହାବାଜ ଏବଂ ଚୌଧୁରୀ ପରଭେଜ ଏଲାହିଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଛି । ହମଜା ଶାହାବାଜଙ୍କୁ ପାକିସ୍ତାନ ମୁସଲିମ ଲିଗ-ନୱାଜ ସମର୍ଥନ କରୁଥିବା ବେଳେ ଚୌଧୁରୀ ପରଭେଜ ଏଲାହିଙ୍କୁ ପିଟିଆଇ ସମର୍ଥନ କରୁଛି। ଏମିତି ବେଳେ ଲାହୋର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଶନିବାର ଅଧିବେଶନ ଡକାଯାଇଥିଲା। ଅଧିବେଶନରେ ଉପ ବାଚସ୍ପତି ମହମ୍ମଦ ମଜ୍ରି ଅଧ୍ୟକ୍ଷତା କରିଥିଲେ।

ତେବେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ମାତ୍ରେ ପିଟିଆଇ ନେତାମାନେ ବିଧାନସଭାରେ ହଙ୍ଗାମା କରିବା ଆରମ୍ଭ କରିଥିଲେ। ବିରୋଧୀ ନେତାମାନଙ୍କୁ ଆକ୍ରମଣ କରିବା ସହ ପାଟିତୁଣ୍ଡ କରିଥିଲେ। ଏଭଳି ନ କରିବାକୁ ଉପ-ବାଚସ୍ପତି କହିବା ପରେ ରାଗି ଯାଇଥିଲେ ପିଟିଆଇ ନେତା। ହଠାତ୍ ଉପ ବାଚସ୍ପତି ମହମ୍ମଦ ମଜ୍ରିଙ୍କୁ ଚାପୁଡ଼ା ମାରିବା ସହ ଚୁଟିକୁ ଟଣାଓଟରା କରିଥିବା ଦେଖାଯାଇଥିଲା। ଯାହାର ଭିଡିଓ ଏବେ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ କେତେକ କହିଛନ୍ତି ଏ ହେଉଛି ପାକିସ୍ତାନର ଅସଲ ଚେହେରା।

Advertisment
Pakistan PTI Leaders
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ