Advertisment

ପାକିସ୍ତାନରେ ରାଜନୈତିକ ଅସ୍ଥିରତା : ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସୁପାରିଶରେ ନ୍ୟାସନାଲ ଆସେମ୍ବଲି ଭଙ୍ଗ କଲେ ରାଷ୍ଟ୍ରପତି

ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁପାରିସ ପରେ ନ୍ୟାସନାଲ ଆସେମ୍ବଲିଙ୍କୁ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି ଆରିଫ୍ ଆଲଭି

ଅଦ୍ୟତନ ହୋଇଛି
Imran Khan

Imran Khan

Advertisment

ପାକିସ୍ତାନରେ ଘଡିକେ ଘୋଡା ଛୁଟୁଛି । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁପାରିସ ପରେ ନ୍ୟାସନାଲ ଆସେମ୍ବଲିଙ୍କୁ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି ଆରିଫ୍ ଆଲଭି । ଆସନ୍ତା ୩ମାସ ମଧ୍ୟରେ ନିର୍ବାଚନ ହେବା ନେଇ ସୂଚନା ମିଳିଛି । ଆଜି ଅବିଶ୍ୱାସ ପ୍ରସ୍ତାବ ଖାରଜ ପରେ ପାକିସ୍ତାନରେ ଆଗୁଆ ନିର୍ବାଚନ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିସ କରିଥିଲେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଏଥିସହ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ ।

Advertisment

ଏଥିସହ ତାଙ୍କ ସରକାରଙ୍କୁ ଭାଙ୍ଗିବା ପାଇଁ ହେଉଥିବା ଷଡଯନ୍ତ୍ର ବିଫଳ ହୋଇଛି । ଅବିଶ୍ୱାସ ପ୍ରସ୍ତାବ ପଛରେ ବିଦେଶୀ ଶକ୍ତିର ହାତ ଥିବା ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି । ଆଜି ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ପ୍ରସ୍ତାବ ରହିଥିଲା । କିନ୍ତୁ ଉପବାଚସ୍ପତି ପ୍ରସ୍ତାବକୁ ଅସାମ୍ବିଧାନିକ ଓ ଏଥିପାଇଁ ବିଦେଶୀ ରାଷ୍ଟ୍ରର ଷଡଯନ୍ତ୍ର ଥିବା ଦର୍ଶାଇ ଏହାକୁ ଖାରଜ କରିବା ସହ ଏପ୍ରିଲ୍ ୨୫ ତାରିଖ ପu' ନ୍ୟାସନାଲ ଆସେମ୍ବଲି ସ୍ଥଗିତ କରିଦେଇଥିଲେ ।

ଗତ ଗୁରୁବାର ଦିନ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । କିନ୍ତୁ ଏହା ବିରୋଧିଙ୍କ ଚାଲ୍‌ ନୁହେଁ ଏହା ପଛରେ ବିଦେଶୀ ଶକ୍ତି ରହିଛି ବୋଲି ଇମ୍ରାନ ଖାନ୍‌ ଦାବି କରିଥିଲେ । ତେବେ ଆଜି ବି ସେହିକଥାକୁ ଦୋହରାଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । ତେବେ ଏହି ସମୟରେ ଏପ୍ରିଲ ୧ରେ ଏହି ପ୍ରସ୍ତାବକୁ ନେଇ ଆଲୋଚନା ହେବାକୁ ସ୍ଥିର ହୋଇଥିଲା । କିନ୍ତୁ ପୁଣି ଗୃହକୁ ଏପ୍ରିଲ ୩ ତାରିଖ ଯାଏଁ ମୁଲତବୀ କରାଯାଇଥିଲା ।

Advertisment
Pakistan PM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ