Advertisment

ଇମ୍ରାନ୍‌ ଖାନ୍‌ଙ୍କ କାଉଣ୍ଟଡାଉନ୍ ଆରମ୍ଭ ! ଗାଦିରୁ ବିଦା ହେବେ କି ପାକ୍‌ ପ୍ରଧାନମନ୍ତ୍ରୀ ?

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୋଧରେ ଆଗତ ହୋଇଛି ଅନାସ୍ଥା ପ୍ରସ୍ତାବ । ନ୍ୟାସନାଲ୍ ଆସେମ୍ଲିରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧୀ ଦଳ ନେତା ଶେହବାଜ ଶରିଫ୍

ଅଦ୍ୟତନ ହୋଇଛି
Imran Khan

Imran Khan

Advertisment

ପାକିସ୍ତାନର କ୍ଷମତା ଗାଦିରୁ ବିଦା ହେବେ କି ଇମ୍ରାନ୍ ? ନ୍ୟାସନାଲ ଆସେମ୍ଲିରେ ମିଳିତ ବିରୋଧୀ ଦଳ ପକ୍ଷରୁ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରେ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଇମ୍ରାନଙ୍କୁ ପଦରୁ ହଟାଇ ନିଜେ ପ୍ରଧାନମନ୍ତ୍ରୀ ହେବାକୁ ପାଗ ଭିଡ଼ୁଥିବା ବିରୋଧୀ ଦଳ ନେତା ଶେହବାଜ ଶରିଫ୍ ଗତକାଲି ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ତେବେ ଏଥିପାଇଁ ଭୋଟିଂ ଆସନ୍ତା ମାସ ହୋଇପାରେ ବୋଲି କୁହାଯାଉଛି । ତେଣେ ଇମ୍ରାନ୍ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନରେ ସରକାର ପରିବର୍ତ୍ତନ ପାଇଁ ବିଦେଶରୁ ଚକ୍ରାନ୍ତ ହେଉଛି ।

Advertisment

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୋଧରେ ଆଗତ ହୋଇଛି ଅନାସ୍ଥା ପ୍ରସ୍ତାବ । ନ୍ୟାସନାଲ୍ ଆସେମ୍ଲିରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧୀ ଦଳ ନେତା ଶେହବାଜ ଶରିଫ୍ । ଏଥିରେ ୧୬୧ ଜଣ ସାଂସଦଙ୍କ ସମର୍ଥନ ରହିଛି । ଆସନ୍ତା ୩୧ରେ ଏନେଇ ଗୃହରେ ଆଲୋଚନା ହେବ । ଭୋଟିଂ ଆସନ୍ତା ମାସ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏଭିତରେ ଇମ୍ରାନଙ୍କ ଦଳକୁ ଆଉ ଏକ ଜୋରଦାର ଝଟକା ଦେଇଛନ୍ତି ବିରୋଧୀ । ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ଉସ୍ମାନ ବୁଜଦରଙ୍କ ବିରୋଧରେ ବି ଆସିଛି ଆନାସ୍ଥା ପ୍ରସ୍ତାବ ।

PML-Q ଇମ୍ରାନଙ୍କ ବିରୋଧରେ ଠିଆ ହେଲେ, ଦଳକୁ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଆସନ ଦିଆଯିବ ବୋଲି ବିରୋଧୀ ରାଜି ହୋଇଥିବା କୁହାଯାଉଛି । ଖାଦ୍ୟ ସଂକଟ, ଦରଦାମ ବୃଦ୍ଧି, ଦେବାଳିଆ ଅର୍ଥନୀତି ଓ ପ୍ରଶାସନିକ ଅପାରଗତାକୁ ଅସ୍ତ୍ର କରି, ଇମ୍ରାନ ସରକାରକୁ କ୍ଷମତାରୁ ହଟାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ମିଳିତ ବିରୋଧୀ । ତେବେ ଇମ୍ରାନ୍ ଦୁଇଦିନ ପୂର୍ବରୁ ଇସ୍ଲାମାବାଦର ବିଶାଳ ରାଲିରେ ଅଭିଯୋଗ କରିଥିଲେ ଯେ, ପାକିସ୍ତାନରେ ସରକାର ବଦଳାଇବାକୁ ବିଦେଶରୁ ଷଡ଼ଯନ୍ତ୍ର ହେଉଛି, ବିଦେଶରୁ ଟଙ୍କା ଆସୁଛି ଏବଂ ତାଙ୍କୁ ବହୁଥର ଧମକ ପୂର୍ଣ୍ଣ ଚିଠି ମଧ୍ୟ ଆସିଛି ।.

Advertisment

୩୪୨ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ଲିରେ ବହୁମତ ସାବ୍ୟସ୍ତ ଲାଗି ଇମ୍ରାନଙ୍କୁ ଦରକାର ୧୭୨ ଭୋଟ୍ । ତେବେ PTIର ୧୫୫ ସାଂସଦ ଥିବା ବେଳେ ଛୋଟ ଛୋଟ ୬ଟି ଦଳର ୨୩ ଭୋଟକୁ ନେଇ ତିଷ୍ଠିଛି ଇମ୍ରାନ ସରକାର । ହେଲେ ଅନାସ୍ଥା ପ୍ରସ୍ତାବ ପରେ PTIରଦୁଇ ଡଜନରୁ ଅଧିକ ସାଂସଦ ଖୋଲାଖୋଲି ବିଦ୍ରୋହ ଘୋଷଣା କରିବା ଏବଂ ରାଜ୍ୟ ଓ କେନ୍ଦ୍ରର ପ୍ରାୟ ୫୦ ମନ୍ତ୍ରୀ ଲୋକଲୋଚନରୁ ଗାୟବ ରହିବା ଇମ୍ରାନଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ଗତକାଲି PTIର ସହଯୋଗୀ ଜମୁରି ଓ୍ୱତନ୍ ପାର୍ଟି ମଧ୍ୟ ମେଣ୍ଟରୁ ଓହରିଯାଇଛି ।

Imran Khan Political Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ