Advertisment

ଆତଙ୍କୀ ପଞ୍ଝାରେ ପାକିସ୍ତାନ : ଆଫଗାନିସ୍ତାନ ଠାରୁ ବି ଟପିଗଲା ଦୁର୍ଦ୍ଦଶା

ଯେଉଁ ସାପକୁ ଦିନେ ଘରେ ପାଳିଥିଲା ତାହାରି ଚୋଟରେ ଆଜି ଘାଇଲା ପାକିସ୍ତାନ। ଆତଙ୍କବାଦୀଙ୍କ ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ଏବେ ନିଜେ ଆତଙ୍କୀଙ୍କ ହମଲାରେ ଲହୁଲୁହାଣ । ଏନେଇ ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଛି ।

ଅଦ୍ୟତନ ହୋଇଛି
Pakistan

Pakistan

Advertisment

ଆତଙ୍କୀ ହମଲାରେ ଲହୁଲୁହାଣ ଖୋଦ୍ ଆତଙ୍କୀଙ୍କ ଭୂସ୍ୱର୍ଗ । ଆତଙ୍କବାଦ ପ୍ରଭାବିତ ଦେଶ ଭାବେ ଆଫଗାନିସ୍ତାନକୁ ଟପିଲା ପାକିସ୍ତାନ । ପାକିସ୍ତାନ ପାଇଁ ବଡ଼ ଚିନ୍ତା ପାଲଟିଛି ବେଲୋଚିସ୍ତାନ ଲିବରେସନ୍ ଆର୍ମିକେବଳ ଭାରତ ବିରୋଧୀ ଆତଙ୍କୀ ସଂଗଠନକୁ ପ୍ରୋତ୍ସାହନ ନୁହେଁ, ଆତଙ୍କୀଙ୍କ ଭୂସ୍ୱର୍ଗ ଭାବେ ବିଶ୍ୱସ୍ତରରେ ନିନ୍ଦିତ ହେଉଥିବା ପାକିସ୍ତାନ, ନିଜେ ବି ଆତଙ୍କବାଦୀଙ୍କ ଦ୍ୱାରା ଭୀଷଣ କ୍ଷତିଗ୍ରସ୍ତ ହେଉଛି । ବାରମ୍ବାର ବିସ୍ଫୋରଣରେ ନିରୀହ ଜନସାଧାରଣ ଓ ସୁରକ୍ଷାକର୍ମୀଙ୍କ ଜୀବନ ଯାଉଛି । ଅଷ୍ଟ୍ରେଲିଆ ସ୍ଥିତ ଇନଷ୍ଟିଚ୍ୟୁଟ୍ ଫର୍ ଇକୋନୋମିକ୍ସ ଆଣ୍ଡ୍ ପିସ୍ ଷ୍ଟେଟ୍ସ ତରଫରୁ ପ୍ରକାଶିତ ଟେରରିଜିମ୍ ଇଣ୍ଡେକ୍ସ ରିପୋର୍ଟ ବା ଆତଙ୍କବାଦ ସୂଚକାଙ୍କ ରିପୋର୍ଟ ଅନୁସାରେ, ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ମାମଲା ୧୨୦ ପ୍ରତିଶତ ବୃଦ୍ଧି ପାଇଛି ।

Advertisment

ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଏସିଆରେ ସବୁଠୁ ଅଧିକ ଆତଙ୍କବାଦୀ ଆକ୍ରମଣ ଏବଂ ଏଥିଜନିତ ମୃତ୍ୟୁ ମାମଲାରେ ପାକିସ୍ତାନ ଆଫଗାନିସ୍ତାନକୁ ଟପିଯାଇଛି। ଅର୍ଥାତ ଆତଙ୍କବାଦ ଏବେ ଆଫଗାନିସ୍ତାନ ନୁହେଁ, ପାକିସ୍ତାନକୁ ଅଧିକ କ୍ଷତି ପହଞ୍ଚାଇଛି । ସଂଗଠନର ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ପୂର୍ବାପେକ୍ଷା ୧୨୦ ପ୍ରତିଶତ ଅଧିକ ଆତଙ୍କବାଦ ମାମଲା ସାମ୍ନାକୁ ଆସିଛି । ଆତଙ୍କବାଦୀ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟାରେ ପାକସ୍ତାନ ଦ୍ୱିତୀୟ ସ୍ଥାନରେ ରହିଛି। ବର୍ଷକ ଭିତରେ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନରେ ୬୪୩ ଜଣଙ୍କର ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରୁ ୫୫ ପ୍ରତିଶତ ମୃତକ ପାକିସ୍ତାନ ସେନା ବାହିନୀ ସହ ଜଡ଼ିତ।.

ଆତଙ୍କବାଦ ଘଟଣା ବଢ଼ିବା ସହ ପାକିସ୍ତାନ ଏବେ ଟେରରିଜିମ୍ ଇଣ୍ଡେକ୍ସରେ ଷଷ୍ଠ ସ୍ଥାନକୁ ଉଠିଛି । ଏହାପଛରେ ବେଲୁଚିସ୍ତାନ ଲିବରେସନ ଆର୍ମିର ଅଧିକ ହାତ ଥିବା ଆଶଙ୍କା କରାଯାଉଛି । ପାକିସ୍ତାନରେ ବର୍ଷକ ଭିତରେ ଆତଙ୍କବାଦୀ ଆକ୍ରମଣରେ ଯେତେ ବି ମୃତ୍ୟୁ ଘଟିଛି ଏହା ମଧ୍ୟରୁ ୩୬ ପ୍ରତିଶତ ମାମଲା ପଛରେ ବିଏଲ୍ଏ ରହିଛି । ବିଏଲ୍ଏ ବର୍ଷକ ଭିତରେ ୯ ଗୁଣା ଶକ୍ତିଶାଳି ହୋଇଛି। ପାକିସ୍ତାନର ସବୁଠୁ ଦୁର୍ଦାନ୍ତ ଆତଙ୍କବାଦୀ ସଂଗଠନ ତେହେରିକ୍ ଏ ତାଲିବାନକୁ ବି ପଛରେ ପକାଇ ଦେଇଛି ବିଏଲ୍ଏ।

Advertisment

ବିଏଲ୍ଏ ତରଫରୁ ୨୦୨୨ରେ ସବୁଠୁ ଅଧିକ ଆକ୍ରମଣ ହୋଇଛି। ପ୍ରତ୍ୟେକ ଆକ୍ରମଣରେ ହାରାହାରି ୭ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ତେବେ ୨୦୨୧ରେ ବିଏଲ୍ଏର ପ୍ରତ୍ୟେକ ଆକ୍ରମଣରେ ହାରାହାରି ମୃତ୍ୟୁ ସଂଖ୍ୟା ୧ରୁ ଅଧିକ ଥିଲା। ୨୦୨୨ରେ ବିଏଲ୍ ଏ ପକ୍ଷରୁ ହୋଇଥିବା ଆକ୍ରମଣରେ ପାକିସ୍ତାନରେ ୨୩୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଏଥିମଧ୍ୟରୁ ୯୫ ପ୍ରତିଶତ ମିଲିଟାରୀ ପର୍ସନେଲ୍ ଥିଲେ।

ବିଏଲ୍ଏ ଆଫଗାନିସ୍ତାନ ଓ ଇରାନ ସୀମାରେ ସକ୍ରିୟ ରହିଥିବା ବେଳେ ବେଲୁଚିସ୍ତାନର ସ୍ୱାଧୀନତା ପାଇଁ ଲଢ଼େଇ କରୁଥିବା ଦାବି କରିଥାଏ । ପାକିସ୍ତାନ, ଆମେରିକା ଓ ୟୁକେ ଉଭୟ ବିଏଲ୍ଏ ଏବଂ ଟିଟିପିକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷିତ କରିଛି । ଆମେରିକାର ତତ୍ କାଳୀନ ବିଦେଶ ମନ୍ତ୍ରୀ ହିଲାରି କ୍ଲିଣ୍ଟନ ଏକଦା ପାକିସ୍ତାନ ଉଦ୍ଦେଶ୍ୟରେ କହିଥିଲେ, ଯଦି ଆପଣ ଘରେ ସାପ ପୋଷୁଛନ୍ତି, ତେବେ ସେ ଦିନେ ନା ଦିନେ ଆପଣଙ୍କୁ ହିଁ ଚୋଟ ମାରିବ। ହିଲାରୀଙ୍କ ସେହି କଥା ଏବେ ସତ ସାବ୍ୟସ୍ତ ହୋଇଥିବା କୁହାଯାଉଛି।

Advertisment
Afghanistan Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ