Advertisment

ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କୁ ବାଇଡେନ୍‌ଙ୍କ ଅଣଦେଖା

ପାକିସ୍ତାନକୁ ବାରମ୍ବାର ରେଡ୍ ସିଗନାଲ୍ ଦେଖାଉଛି ଆମେରିକା। ଇମ୍ରାନ୍ ଖାନ୍‌ଙ୍କ ସତ ଚେଷ୍ଟା ପରେ ମଧ୍ୟ ବାଇଡେନ୍ ତାଙ୍କୁ ଅଣଦେଖା କରୁଥିବାର ପାକିସ୍ତାନ୍‌ ପକ୍ଷରୁ ଶୁଣିବାକୁ ମିଳିଛି। ପାକିସ୍ତାନ୍‌ର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦୀର୍ଘ ଦିନ ଧରି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ କଥାବାର୍ତ୍ତା ହେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କିନ୍ତୁ ଆମେରିକା ପକ୍ଷରୁ ଏହାକୁ ଅଣଦେଖା କରାଯାଉଛି।

କରୋନା ଟିକା ନେବାର ୨ ଦିନ ପରେ ପଜିଟିଭ୍‌ ଚିହ୍ନଟ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

imran khan

Advertisment

ନୂଆଦିଲ୍ଲୀ: ପାକିସ୍ତାନକୁ ବାରମ୍ବାର ରେଡ୍ ସିଗନାଲ୍ ଦେଖାଉଛି ଆମେରିକା। ଇମ୍ରାନ୍ ଖାନ୍‌ଙ୍କ ସତ ଚେଷ୍ଟା ପରେ ମଧ୍ୟ ବାଇଡେନ୍ ତାଙ୍କୁ ଅଣଦେଖା କରୁଥିବାର ପାକିସ୍ତାନ୍‌ ପକ୍ଷରୁ ଶୁଣିବାକୁ ମିଳିଛି। ପାକିସ୍ତାନ୍‌ର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦୀର୍ଘ ଦିନ ଧରି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ କଥାବାର୍ତ୍ତା ହେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କିନ୍ତୁ ଆମେରିକା ପକ୍ଷରୁ ଏହାକୁ ଅଣଦେଖା କରାଯାଉଛି। କାହିଁକି ଭେଟିବାକୁ ଚାହୁଁନାହାନ୍ତି ବାଇଡେନ୍? କ’ଣ ରହିଛି ଏହା ପଛରେ କାରଣ।

Advertisment

ସୂଚନା ଅନୁଯାୟୀ ଜୋ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ଅନ୍ୟ ଦେଶର ନେତାଙ୍କ ସହ ସାକ୍ଷାତକାର କରୁଥିବା ବେଳେ ଏବେ ଯାଏଁ ମଧ୍ୟ ପାକିସ୍ତାନ ସହ କୌଣସି ସାକ୍ଷାତକାର ହୋଇନାହିଁ। ପାକିସ୍ତାନ୍‌ର ତାଲିବାନ୍ ଓ ଚୀନ୍ ସହ ଭଲ ସମ୍ପର୍କ ଥିବା କାରଣରୁ ବାଇଡେନ୍ ତାଙ୍କୁ ଅଣଦେଖା କରୁଥିବାର ପାକିସ୍ତାନ୍‌ ଗଣମାଧ୍ୟମ ତରଫରୁ ସୂଚନା ମିଳିଛି।

Advertisment

ପୂର୍ବରୁ ଡୋନାଲ୍ଡ୍ ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ପାକିସ୍ତାନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍‌ଙ୍କୁ ସାକ୍ଷାତକାର ପାଇଁ ଡାକିଥିଲେ। କିନ୍ତୁ ବାଇଡେନ୍‌ଙ୍କ ଅଣଦେଖା ବର୍ତ୍ତମାନ ଇମ୍ରାନ୍ ଖାନ୍‌ଙ୍କୁ ଟେନସନ୍‌ରେ ପକାଇଛି। ଏନେଇ ଇମ୍ରାନ୍‌ଙ୍କୁ ପ୍ରଶ୍ନ ପଚରାଯିବାରୁ ସେ ତାଙ୍କର ହତାଶ୍ ଚେହେରାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ଇମ୍ରାନ୍ କହିଥିଲେ ଯେ, ବାଇଡେନ୍ ଜଣେ ବ୍ୟସ୍ତବହୁଳ ବ୍ୟକ୍ତି, ବାଇଡେନ୍ ସମୟ ପାଇଲେ ନିଶ୍ଚୟ ତାଙ୍କୁ ଫୋନ୍ କରି ଡାକିବେ। ଇମ୍ରାନ୍ ବର୍ତ୍ତମାନ ଏକ ପ୍ରଭାବଶାଳୀ ପାକିସ୍ତାନୀ ଆମେରିକୀୟଙ୍କ ଜରିଆରେ ବାଇଡେନ୍‌ଙ୍କ ସହ କଥା ହେବା ପାଇଁ ଚେଷ୍ଟା କରୁଛନ୍ତି।

ଏନେଇ ପାକିସ୍ତାନ୍‌ର ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ୍ ୟୁସୁଫ୍ ଏକ ଧମକପୂର୍ଣ୍ଣ ବାର୍ତ୍ତାରେ କହିଛନ୍ତି ଯେ ପାକିସ୍ତାନ୍‌କୁ ଅବହେଳା କରିବା ଆମେରିକା ପାଇଁ ଠିକ୍ ହେବ ନାହିଁ। ନିକଟରେ ଆମେରିକାର ହ୍ୱାଇଟ୍ ହାଉସ୍‌ର ପ୍ରେସ୍ ସଚିବ ଜେନ୍ ସାକି କହିଛନ୍ତି ଯେ ଇମ୍ରାନ୍ ଖାନ୍‌ଙ୍କୁ ଡାକିବା ଏବେ ଯାଏଁ ବାଇଡେନ୍‌ଙ୍କ କାର୍ଯ୍ୟସୂଚୀରେ ଅନ୍ତର୍ଭୂକ୍ତ ହୋଇନାହିଁ। ବାଇଡେନ୍‌ଙ୍କ ପକ୍ଷରୁ ଇମ୍ରାନ୍‌ଙ୍କୁ କେବେ ଫୋନ୍ ଯିବ ଏହାର କିଛି ସଠିକ ଖବର ପାକିସ୍ତାନ୍ ପଖରେ ନାହିଁ।

Advertisment
Imran Khan Joe Baiden Ignore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ