ପାକିସ୍ତାନରେ ଆର୍ଥିକ ସଙ୍କଟ, ଚିନ୍ତାରେ ଇମ୍ରାନ ଖାନ୍‌

କାଙ୍ଗାଳ ହୋଇଗଲାଣି ପାକିସ୍ତାନ । ପାକିସ୍ତାନରେ ଧିରେ ­­ଧିରେ ଅର୍ଥ ଅଭାବର ସଙ୍କଟ ଦେଖିବାକୁ ମିଳିଛି । ଦେଶର ଏଭଳି ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏବେ ଚିନ୍ତାରେ ପଡିଛନ୍ତି ।

ପାକିସ୍ତାନରେ ଆର୍ଥିକ ସଙ୍କଟ, ଚିନ୍ତାରେ ଇମ୍ରାନ ଖାନ୍‌

News Summary

ପାକିସ୍ତାନରେ ଅର୍ଥ ସଙ୍କଟ

ଚିନ୍ତାରେ ପଡିଲେଣି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍

ଦେଶବାସୀଙ୍କୁ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଲେ ଇମ୍ରାନ ଖାନ୍

ଇସଲାମାବାଦ: କାଙ୍ଗାଳ ହୋଇଗଲାଣି ପାକିସ୍ତାନ । ପାକିସ୍ତାନରେ ଧିରେ ­­ଧିରେ ଅର୍ଥ ଅଭାବର ସଙ୍କଟ ଦେଖିବାକୁ ମିଳିଛି । ଦେଶର ଏଭଳି ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏବେ ଚିନ୍ତାରେ ପଡିଛନ୍ତି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଧୈର୍ଯ୍ୟ ରଖିବାକୁ କହିଛନ୍ତି । ହେଲେ ବର୍ତ୍ତମାନ ପାକିସ୍ତାନ ବାସ୍ତବରେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି ।

ପାକିସ୍ତାନର ଇଂରାଜୀ ଖବରକାଗଜ 'ଦି ନ୍ୟୁଜ୍ ଇଣ୍ଟରନ୍ୟାସନାଲ' ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ଇମ୍ରାନ ଖାନ କ୍ଷମତାକୁ ଆସିବା ପରଠାରୁ ହିଁ ଦେଶରେ ଏଭଳି ଆର୍ଥିକ ସଙ୍କଟ ଉପୁଜିଛି । ବର୍ତ୍ତମାନ ଦେଶକୁ ପ୍ରାୟ ୫୧. ୬ ବିଲିୟନ ଡଲାରର ଆର୍ଥିକ ସହାୟତା ଆବଶ୍ୟକ । ଏହି ଅର୍ଥ ଦ୍ୱାରା ପାକିସ୍ତାନ ଆଗାମୀ ୨ ବର୍ଷର (୨୦୨୧-୨୩) ମୌଳିକ ଆବଶ୍ୟକତାକୁ ପୂରଣ କରିପାରିବ ।

ସୂଚନା ଅନୁସାରେ, ପାକିସ୍ତାନକୁ ୨୦୨୧-୨୨ରେ ୨୩.୬ ବିଲିୟନ ଡଲାର ଓ ୨୦୨୨-୨୩ରେ ୨୮ ବିଲିୟନ ଡଲାରର ଆବଶ୍ୟକତା ରହିଛି ବୋଲି ଆଇଏମ୍ଏଫ୍ ରିପୋର୍ଟରେ ଆକଳନ କରାଯାଇଛି । ତେଣୁ ପାକିସ୍ତାନ ଅଧିକାରୀମାନେ ବର୍ତ୍ତମାନ ଦେଶ ପାଇଁ ବୈଦେଶିକ ସହାୟତା ଦାବି ସମ୍ପର୍କରେ ଆଇଏମଏଫ ସହ କଥାବାର୍ତ୍ତାର କରୁଛି । ଯାହା ଏବେ ଶେଷ ପର୍ଯ୍ୟାୟରେ ଅଛି ।

ନିକଟରେ ପ୍ରକାଶ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ ବିଶ୍ୱ ବ୍ୟାଙ୍କ କହିଛି ଯେ, ବିଶ୍ୱର ଋଣ ନେଇଥିବା ଦେଶମାନଙ୍କ ମଧ୍ୟର ତାଲିକାରେ ଦଶମ ସ୍ଥାନରେ ଅଛି । ଇଣ୍ଟରନ୍ୟାସନାଲ୍ ଷ୍ଟାଟିଷ୍ଟିକ୍‌ସ୍ ୨୦୨୨ ରିପୋର୍ଟରେ ପାକିସ୍ତାନ ଦଶମ ସ୍ଥାନରେ ଥିବାରୁ ପାକିସ୍ତାନକୁ ଆଉ ବୈଦେଶିକ ଆର୍ଥିକ ସହାୟତା ଦିଆଯିବନାହିଁ ବୋଲି ପାକିସ୍ତାନୀ ଖବରକାଗଜରେ ପ୍ରକାଶ କରାଯାଇଛି ।

ବିଶ୍ୱ ବ୍ୟାଙ୍କ ଆହୁରି ମଧ୍ୟ କହିଛି ଯେ, ପାକିସ୍ତାନ ପାକିସ୍ତାନର ବୈଦେଶିକ ଋଣ ବର୍ତ୍ତମାନ ୮ ପ୍ରତିଶତ ବୃଦ୍ଧି ପାଇଛି । ଇମ୍ରାନ ଖାନ୍‌ ସରକାର ସମୟରେ ବିଶ୍ୱ ବ୍ୟାଙ୍କରୁ ୪୪୨ ମିଲିୟନ ଡଲାର ଋଣ ନିଆଯାଇଥିଲା । ଯାହା ଫଳରେ ବର୍ତ୍ତମାନ ବିଶ୍ୱ ବ୍ୟାଙ୍କ ଏବଂ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ପାକିସ୍ତାନକୁ ଋଣ ଦେବାକୁ ପ୍ରତ୍ୟାଖାନ କରିଛନ୍ତି । ଯାହା ପରେ ଆଗାମୀ ଦିନରେ ପାକିସ୍ତାନ ପାଇଁ ଦେଶ ଚଳାଇବା କଷ୍ଟକର ସାବ୍ୟସ୍ତ ହୋଇପାରେ । ପାକିସ୍ତାନକୁ ଆଇଏମ୍ଏଫ୍ ୬ ବିଲିୟନ ଡଲାରର ବିସ୍ତାରିତ ଋଣ ଦେବାକୁ ରାଜି ହୋଇଛି । ହେଲେ ଏହା ପାଇଁ ଆଇଏମ୍ଏଫ୍ ଅନେକ ସର୍ତ୍ତ ରଖିଛି ।