Advertisment

Misleading Claims by Pakistan: ମିଛ କହୁଥିଲା ପାକିସ୍ତାନ, ଧରା ପକାଇଦେଲା ସାଟେଲାଇଟ୍ ଇମେଜ୍

ପାକିସ୍ତାନ ଗାଲରେ ଶକ୍ତ ଚାପୁଡା । ମିଛୁଆ ପାକିସ୍ତାନର ମୁଖା ଖୋଲିଗଲା । ସାଟେଲାଇଟ୍ ଇମେଜ୍ ବିଶ୍ୱକୁ କହିଦେଲା, ମିଛ କହୁଥିଲା ପାକିସ୍ତାନ । ଆଦମପୁରରେ ଏସ୍-୪୦୦ ବ୍ୟାଟେରୀ ଡ୍ୟାମେଜ୍ ସଂପର୍କରେ ପାକିସ୍ତାନ ପକ୍ଷରୁ ଯାହା କୁହାଯାଇଛି, ତାହା ମଧ୍ୟ ମିଛ । ସାଟେଲାଇଟ୍ ଇମେଜକୁ ଡିଜିଟାଲି ଏଡିଟ୍ କରାଯାଇଛି । ସେଥିଲେ କିଛି ବ୍ୟାକ ଡଟ୍ ଯୋଡାଯାଇଛି । ଅନଏଡିଟେଡ୍ ସାଟେଲାଇଟ୍ ଇମେଜ୍ ସହ ଏହା ମିଶୁନାହିଁ ।

ଅଦ୍ୟତନ ହୋଇଛି
pakistan

pakistan

Advertisment

ପୁଣି ଧରାପଡିଲା ପାକିସ୍ତାନର ମିଛ । ଅପରେସନ ସିନ୍ଦୂର ପରେ ପାକିସ୍ତାନ ମିଛ ପ୍ରଚାର କରିଚାଲିଛି । ବିଶ୍ୱକୁ ଜଣାଇବାକୁ ଚାହୁଁଛି ଯେ, ଭାରତ ଉପରେ ଆକ୍ରମଣ କରି ସେ ବିଜୟ ହାସଲ କରିଛି । ମିଛ ଭିଜୁଆଲ୍, ମିଥ୍ୟା ତଥ୍ୟ ଓ ପ୍ରସ୍ତୁତ କରାଯାଇଥିବା ସାଟେଲାଇଟ୍ ଇମେଜ୍ ଦେଖାଇ ବିଭ୍ରାନ୍ତ ସୃଷ୍ଟି କରୁଛି ପାକିସ୍ତାନ । ଅପରେସନ ସିନ୍ଦୂର ପରେ ପାକିସ୍ତାନ କହିଥିଲା ଯେ, ପଞ୍ଜାବର ଆଦମପୁର ଏୟାରବେସ୍ ଓ ଗୁଜରାଟର ଭୁଜ୍ ଏୟାରଫିଲ୍ଡରେ ସେ ଆଟାକ୍ କରିଥିଲା । ଆଦମପୁରରେ ସୁଖୋଇ -୩୦ ଓ ଭୁଜରେ ଏସ୍- ୪୦୦ ମିସାଇଲ୍ ୟୁନିଟ୍ ଉପରେ ହମଲା କରିଥିବାର କହିଥିଲା ପାକିସ୍ତାନ । ତେବେ ପାକିସ୍ତାନର ଏହି ଦାବିକୁ ଖଣ୍ଡନ କରିଛନ୍ତି ସ୍ୱାଧୀନ ସାଟେଲାଇଟ୍ ଇମେଜେରୀ ଆନାଲିଷ୍ଟ ଡାମିଏନ୍ ସାଇମନ୍ । ସେ ଗତ କିଛି ମାସ ଧରି ଏହା ଉପରେ ଅନୁସନ୍ଧାନ ଚଳାଇଥିଲେ ।

Advertisment

ଆଦମପୁରରେ ସୁଖୋଇ-୩୦ ଫାଇଟର୍ ଜେଟ୍ କୁ ପାକିସ୍ତାନ ମାଡ଼ କରିଥିବା ତଥ୍ୟ ମିଛ ବୋଲି କହିଛନ୍ତି ଡାମିଏନ୍ । ଇମେଜରେ ଏକ ବର୍ଣ୍ଣ୍ ମାର୍କ ରହିଛି । ଏହା ବହୁ ଆଗରୁ ଥିଲା । ଏକ ରୁଟିନ୍ ମେଣ୍ଟେନାନ୍ସ ବେଳେ ଟେଷ୍ଟିଂ ସମୟରେ ଇଞ୍ଜିନ୍ କ୍ଷତିଗ୍ରସ୍ତ ହୋଇଥିଲା । ପାକିସ୍ତାନ ସହ ଉତ୍ତେଜନା ବେଳେ ଏହା ହୋଇନଥିଲା ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ‘ଅପରେସନ୍ ସିନ୍ଦୂର’ରେ ମାଟିରେ ମିଶିଥିଲା ପାକିସ୍ତାନର ୬ ଫାଇଟର୍ ଜେଟ୍; ଆସିଲା ବଡ଼ ତଥ୍ୟ

Advertisment

ଭୁଜରେ ଆକ୍ରମଣ ସଂପର୍କରେ ଯେଉଁ ଫଟୋ ପାକିସ୍ତାନ ଦେଖାଉଛି, ତାହା ଠିକ ନୁହେଁ । ଭୁଜରେ ଭୂଇଁରେ କିଛି କଳା ଦାଗ ଦେଖାଯାଉଛି । ଏହା କିଛି ତେଲ ମେଣ୍ଟେନାନ୍ସ ସମୟରେ ପଡିଥିବାର ସେ କହିଛନ୍ତି ।

ଆଦମପୁରରେ ଏସ୍-୪୦୦ ବ୍ୟାଟେରୀ ଡ୍ୟାମେଜ୍ ସଂପର୍କରେ ପାକିସ୍ତାନ ପକ୍ଷରୁ ଯାହା କୁହାଯାଇଛି, ତାହା ମଧ୍ୟ ମିଛ । ସାଟେଲାଇଟ୍ ଇମେଜକୁ ଡିଜିଟାଲି ଏଡିଟ୍ କରାଯାଇଛି । ସେଥିଲେ କିଛି ବ୍ୟାକ ଡଟ୍ ଯୋଡାଯାଇଛି । ଅନଏଡିଟେଡ୍ ସାଟେଲାଇଟ୍ ଇମେଜ୍ ସହ ଏହା ମିଶୁନାହିଁ ।

Advertisment

ସେହିପରି ନାଲିୟା ଏୟାରବେସ୍ ସଂପର୍କରେ ପାକିସ୍ତାନ ଯେଉଁ ଇମେଜ୍ ଦେଖାଉଛି, ତାହାର ମଧ୍ୟ ସତ୍ୟତା ନାହିଁ । ଏୟାରବେସ୍ ଉପରେ ଏକ ବାଦଲ ଖଣ୍ଡ ଯିବା ବେଳର ଏହି ଇମେଜ୍ । ଶ୍ରୀନଗର ଏୟାରପୋର୍ଟରେ ଆକ୍ରମଣ ସଂପର୍କରେ ମଧ୍ୟ ମିଛ କହିଛି ପାକିସ୍ତାନ । ତେବେ ବିଭିନ୍ନ ତାରିଖରେ ନିଆଯାଇଥିବା ସାଟେଲାଇଟର ହାଇ-ରିଜୋଲୁସନ୍ ଫଟୋରେ କିଛି ଜଣାପଡୁନାହିଁ । ପାକିସ୍ତାନ ଏହାର ଏକ ଝାପସା ଫଟୋ ଦେଖାଉଥିଲା । କିନ୍ତୁ ଏୟାରପୋର୍ଟର କିଛି କ୍ଷତି ହୋଇଥିବାର ଜଣାପଡୁନାହିଁ । ପାକିସ୍ତାନ ଏହି ଇମେଜ୍ ଚଞ୍ଚକତା କରି କରିଛି । ଜମ୍ମୁ ଏୟାରପୋର୍ଟ ସଂପର୍କରେ ପାକିସ୍ତାନର ଦାବି ମିଛ ଛଡା ଆଉ କିଛି ନୁହେଁ ବୋଲି କହିଛନ୍ତି ଡାମିଏନ୍ ।

ଅଧିକ ପଢ଼ନ୍ତୁ: ବିଦେଶରେ ପାକିସ୍ତାନର ମୁଖା ଖୋଲି ଭାରତ ଫେରିଲେ ସର୍ବଦଳୀୟ ଟିମ୍

India Pakistan Satellite Image Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ