Advertisment

Pakistan Army's Influence on Government: ପାକିସ୍ତାନ ସେନା ଭିତରେ କୁହୁଳୁଛି ବିବାଦ...ତଥାପି ଡରୁଛି ନିର୍ବାଚିତ ସରକାର

ପାକିସ୍ତାନୀ ସେନାର ଅନେକ ଦୁର୍ବଳତା ରହିଛି ଯାହାକୁ ନେଇ ଲଗାତାର ବିତର୍କ ହୋଇ ଆସୁଛି । ଏଥି ମଧ୍ୟରେ ରହିଛି ଆଭ୍ୟନ୍ତରୀଣ ଅସ୍ଥିରତା ସାଙ୍ଗକୁ ସାମରିକ ବିଦ୍ରୋହର ଆଶଙ୍କା । ଦୁର୍ନୀତିରେ ତ ତଣ୍ଟିଯାଏ ବୁଡି ରହିଛି ପାକ ସେନା । ଯେତେବେଳେ ବି ପାକିସ୍ତାନ ସରକାର ଏହାର ପଡ଼ୋଶୀମାନଙ୍କ ସହିତ ସମ୍ପର୍କ ଉନ୍ନତ କରିବାକୁ ଚେଷ୍ଟା କରେ, ସେତେବେଳେ ଏହାକୁ ପଥଭ୍ରଷ୍ଟ କରିବାକୁ ଷଡ଼ଯନ୍ତ୍ର କରିଥାଏ ସେନା ।

ଅଦ୍ୟତନ ହୋଇଛି
ପାକ୍ ସେନା

ପାକ୍ ସେନା

Advertisment

ନିଜର କାମକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଏ ପାକିସ୍ତାନ ସେନା । ନିରଙ୍କୁଶ କ୍ଷମତା ପାଇଥିବା ପାକ ସେନା ଆତଙ୍କବାଦୀଙ୍କୁ ପାଳିପୋଷି ରଖିଛି । ଏହି ପୋଷା ଆତଙ୍କୀଙ୍କୁ ଭାରତ ପରି ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ରଚୁଛି । ନିଜ ଇଚ୍ଛା ଅନୁସାରେ କାମ କରୁଛି । ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ଆଜି ଯଦି ଦୁର୍ବଳ ଥାଏ ତେବେ ଏହାର କାରଣ ସେନା ବୋଲି କହିଲେ ଭୁଲ ହେବନି । କାରଣ ପାକ ସେନା ମୋଟ ବଜେଟର ୨୦%ରୁ ଅଧିକ ଅର୍ଥ ନିଜ ପାଇଁ ନେଇ ଯାଇଥାଏ । ଏସବୁ ବାଦ ପାକିସ୍ତାନ ସେନା ଚର୍ଚ୍ଚାକୁ ଆସିବାର ମୁଖ୍ୟ କାରଣ ହେଉଛି ତାର ଭୁଲ ନିଷ୍ପତ୍ତି ।

Advertisment

ପାକିସ୍ତାନୀ ସେନାର ଅନେକ ଦୁର୍ବଳତା ରହିଛି ଯାହାକୁ ନେଇ ଲଗାତାର ବିତର୍କ ହୋଇ ଆସୁଛି । ଏଥି ମଧ୍ୟରେ ରହିଛି ଆଭ୍ୟନ୍ତରୀଣ ଅସ୍ଥିରତା ସାଙ୍ଗକୁ ସାମରିକ ବିଦ୍ରୋହର ଆଶଙ୍କା । ଦୁର୍ନୀତିରେ ତ ତଣ୍ଟିଯାଏ ବୁଡି ରହିଛି ପାକ ସେନା । ଯେତେବେଳେ ବି ପାକିସ୍ତାନ ସରକାର ଏହାର ପଡ଼ୋଶୀମାନଙ୍କ ସହିତ ସମ୍ପର୍କ ଉନ୍ନତ କରିବାକୁ ଚେଷ୍ଟା କରେ, ସେତେବେଳେ ଏହାକୁ ପଥଭ୍ରଷ୍ଟ କରିବାକୁ ଷଡ଼ଯନ୍ତ୍ର କରିଥାଏ ସେନା । ପାକିସ୍ତାନୀ ସେନାର ଏହି ଦୁର୍ବଳତା ସବୁବେଳେ ଆଲୋଚନାର ବିଷୟ ହୋଇଆସିଛି ।

ଆଭ୍ୟନ୍ତରୀଣ ଅସ୍ଥିରତା ଏବଂ ବିଦ୍ରୋହ ଆଶଙ୍କା

ଅତୀତକୁ ଯିବାନି । ବର୍ତ୍ତମାନର କଥାକୁ ଦେଖିଲେ ଜାଣି ପାରିବା, ପାକିସ୍ତାନୀ ସେନା ଭିତରେ ଅନେକ ଅସନ୍ତୋଷ ଏବଂ ଦୁର୍ବଳତା ଥିବା ନେଇ ଅଭିଯୋଗ ଆସିଛି। ଲିକ୍ ହୋଇଥିବା ଏକ ଚିଠିରୁ ଯାହା ଜଣାପଡେ, ନିମ୍ନ ଏବଂ ମଧ୍ୟମ ସ୍ତରର ଅଧିକାରୀମାନେ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ପସନ୍ଦ କରୁନାହାନ୍ତି । ତାଙ୍କ ବିରୋଧରେ ଅକ୍ଷମତା, ଦୁର୍ନୀତି ଏବଂ ରାଜନୈତିକ ନିର୍ଯାତନା ଦେଉଥିବେ ପରି ଗମ୍ଭୀର ଅଭିଯୋଗ ଆଣିଛନ୍ତି ଏହି ଗୋଷ୍ଠୀ । ଏହା ସେନା ଭିତରେ ବିଦ୍ରୋହର ସମ୍ଭାବନାକୁ ବଢାଇ ଦେଇଛି । ସେତିକି ନୁହେଁ, ଏପରି ପରିସ୍ଥିତି ନିଶ୍ଚିତ ଭାବରେ ପାକିସ୍ତାନ ସେନାର ଏକତା ଏବଂ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛି ।

Advertisment

ଆତଙ୍କବାଦ ପ୍ରତି ନରମ ମନୋଭାବ

ସାରା ବିଶ୍ୱ ଏବେ ପାକିସ୍ତାନୀ ସେନାକୁ ଆତଙ୍କବାଦର ଜନକ ବୋଲି ଅଭିଯୋଗ କରି ଆସୁଛନ୍ତି । କେବଳ ଆତଙ୍କବାଦୀଙ୍କ ପ୍ରତି ନରମ ମନୋଭାବ ରଖିଛି କହିଲେ ଭୁଲ ହେବ ବରଂ ସେମାନଙ୍କୁ ପ୍ରକ୍ସି ଯୁଦ୍ଧ ପାଇଁ ପାଳିପୋଷି ବଡ କରୁଛି । ଅନେକ ଆତଙ୍କବାଦୀ ଆକ୍ରମଣ ପଛରେ ପାକ ସେନାର ହାତଥିବା ପ୍ରମାଣ ମିଳି ସାରିଛି । ଏସବୁକୁ ଦେଖି ପାକ ସେନାର କାର୍ଯ୍ୟାନୁଷ୍ଠାନ ଏବଂ ଆଭିମୁଖ୍ୟ ଉପରେ ଅନେକ ବାର ପ୍ରଶ୍ନ ଉଠିଛି ।

ବେସାମରିକ କାର୍ଯ୍ୟକଳାପରେ ଅଧିକ ସମ୍ପୃକ୍ତି

ପାକିସ୍ତାନୀ ସେନା ଏହାର ମୁଖ୍ୟ କାର୍ଯ୍ୟ ଅପେକ୍ଷା ଏମିତି କାମ ଉପରେ ଅଧିକ ଗୁରୁତ୍ୱ ଦିଏ ଯେଉଁଥିରେ ସମ୍ପୃକ୍ତି ରହିବା ଆଦୌ ଉଚିତ୍ ନୁହେଁ । ଯେମିତି ରାଜନୀତି, ରିଅଲ୍ ଇଷ୍ଟେଟ୍ ଏବଂ ଶିଳ୍ପ । ଦେଶର ଏସବୁ ଅଣ ସାମରିକ ବ୍ୟାପାର ଉପରେ ପାକ ସେନା ସବୁବେଳେ ହସ୍ତକ୍ଷେପ କରିଥାଏ । ସେତିକି ନୁହେଁ, ଖାଦ୍ୟ ଶୃଙ୍ଖଳା ଏବଂ ଟିଭି ନାଟକ ନିର୍ମାଣ ଭଳି କ୍ଷେତ୍ରରେ ମଧ୍ୟ ପାକିସ୍ତାନୀ ସେନା ସକ୍ରିୟ ଥିବା ଦେଖିବାକୁ ମିଳିଥାଏ । ଏପରି କାମ ପାଇଁ ନିଜ ଦେଶବାସୀ ସେନାକୁ ସମାଲୋଚନା କରିଥାନ୍ତି । ଏହି ଅନାବଶ୍ୟକ କାମ ଯୋଗୁଁ ସେନାବାହିନୀ ଜାତୀୟ ସୁରକ୍ଷା ଉପରେ ଯଥେଷ୍ଟ ଧ୍ୟାନ ଦେଇ ପାରୁନାହିଁ ବୋଲି ପାକ ଜନତା ଅଭିଯୋଗ କରନ୍ତି ।

Advertisment

ସେନା ବିରୋଧରେ ଦୁର୍ନୀତି ଅଭିଯୋଗ

ଅନେକ ବରିଷ୍ଠ ସେନା ଅଧିକାରୀମାନଙ୍କ ଉପରେ ଗମ୍ଭୀର ଦୁର୍ନୀତି ଅଭିଯୋଗ ରହି ଆସିଛି । ହେଲେ ଏପରି ଅଭିଯୋଗ ସେମାନଙ୍କର କୌଣସି କ୍ଷତି କରି ନଥାଏ । ପାନାମା ପେପର୍ସ ଏବଂ ଅର୍ଗାନାଇଜଡ କ୍ରାଇମ ଆଣ୍ଡ କରପ୍ସନ ରିପୋର୍ଟିଂ ପ୍ରୋଜେକ୍ଟ (OCCRP) ରିପୋର୍ଟ ଅନେକ ଜେନେରାଲଙ୍କ ସ୍ୱିସ୍ ବ୍ୟାଙ୍କ ଆକାଉଣ୍ଟର ପର୍ଦ୍ଦାଫାଶ ହୋଇଛି । ଜେନରାଲଙ୍କ ଏହି ସ୍ୱିସ ଆକାଉଣ୍ଟରେ ଲକ୍ଷ ଲକ୍ଷ ଡଲାର ଜମା ହୋଇଥିବା ପ୍ରମାଣ ମିଳିଛି । ଏପରି ଦୁର୍ନୀତି ଯଦିଓ ସେନାମୁଖ୍ୟଙ୍କର କୌଣସି କ୍ଷତି କରିନି ତେବେ ଏହା ସେନାର ବିଶ୍ୱସନୀୟତାକୁ ହ୍ରାସ କରିଛି ଏବଂ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିଛି ।

କାଶ୍ମୀର ଏବଂ ଭାରତ କୈନ୍ଦ୍ରିକ ନୀତିର ଅପବ୍ୟବହାର

ପାକିସ୍ତାନୀ ସେନା ପ୍ରାୟତଃ ଆଭ୍ୟନ୍ତରୀଣ ସମସ୍ୟାରୁ ଧ୍ୟାନ ହଟାଇବା ପାଇଁ କାଶ୍ମୀର ଏବଂ ଭାରତ ବିରୋଧୀ ଭାବନାକୁ ବ୍ୟବହାର କରିଥାଏ। ଏହାର ସଦ୍ୟତମ ଉଦାହରଣ ହେଉଛି ସେନାମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ସାମ୍ପ୍ରତିକ ବକ୍ତବ୍ୟ । ସେ କାଶ୍ମୀରକୁ "ପାକିସ୍ତାନର ଜଗୁଲାର ଭେନ" ବୋଲି ବର୍ଣ୍ଣନା କରିଥିଲେ। ଆଉ ଏହାର କିଛି ସମୟ ପରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏକଥା ମଧ୍ୟ କୁହାଯାଏ ଯେ ପାକିସ୍ତାନୀ ସେନା ସର୍ବଦା ନିଜର ରଣନୈତିକ ବିଫଳତାକୁ ଲୁଚାଇବା ପାଇଁ ଏମିତି କରିଥାଏ । ଏହିସବୁ ତ୍ରୁଟି ପାକିସ୍ତାନୀ ସେନାର କାର୍ଯ୍ୟଦକ୍ଷତା, ରଣନୀତି ଏବଂ ସାମାଜିକ-ରାଜନୈତିକ ଭୂମିକା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଥାଏ।

ସେନାର ଫିଟନେସ୍ ଉପରେ ପ୍ରଶ୍ନ

କିଛି ଅସମର୍ଥିତ ରିପୋର୍ଟ ଏବଂ ସୋସିଆଲ ମିଡିଆ ପୋଷ୍ଟରେ ଏମିତି ଦାବି କରାଯାଇଛି ଯେ ପାକିସ୍ତାନୀ ସେନାରେ ସୈନିକଙ୍କ ଉତ୍ସାହ ଏବଂ ଫିଟନେସ୍ ପୂର୍ବ ପରି ନାହିଁ । ଜଣେ ପୂର୍ବତନ ସେନା ମୁଖ୍ୟ କହିଛନ୍ତି ଯେ ବେଲୁଚିସ୍ତାନ ଏବଂ ଖାଇବର ପଖତୁନଖ୍ୱାରେ ସୈନିକଙ୍କ ଅବସ୍ଥା ଦିନକୁ ଦିନ ଦୁର୍ବଳ ହୋଇପଡୁଛି, ଯାହା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇ ପାରେ । ଗତ କିଛି ବର୍ଷ ମଧ୍ୟରେ ପାକିସ୍ତାନୀ ସେନାର ତାଲିମ ଏବଂ ଖାଦ୍ୟପେୟ ମଧ୍ୟ ପ୍ରଭାବିତ ହୋଇଛି । ଏହା ସୈନିକଙ୍କ ଫିଟନେସ୍ ଉପରେ ପ୍ରଭାବ ପକାଉଛି । କିଛି X ପୋଷ୍ଟରେ ଦାବି କରାଯାଇଛି ଯେ ପାକିସ୍ତାନୀ ସେନାଙ୍କ ‘ଭିତର ଫମ୍ପା’ ।

ଏକଥା ମଧ୍ୟ କୁହାଯାଇଛି ଯେ, ପାକ ସୈନିକମାନଙ୍କୁ ଯେଉଁ ପୁଷ୍ଟିସାର ଏବଂ ଚିକିତ୍ସା ସହାୟତା ଯୋଗାଇ ଦିଆଯାଏ ତାହା ଭାରତ ତୁଳନାରେ ଯଥେଷ୍ଟ ଖରାପ। ଏହା ସେମାନଙ୍କ ଫିଟନେସ୍ ଏବଂ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି ।

ଏସବୁ ସତ୍ତ୍ୱେ କାହିଁକି ସେନାକୁ ଡରୁଛି ସରକାର ?

ଏସବୁ ସତ୍ତ୍ୱେ ପାକିସ୍ତାନରେ ସେନାର ବେଶ ଦବଦବା ରହିଛି । ଏପରିକି ସରକାର ଉପରେ ବି ସେନାର ଚାପ ରହିଛି । ବର୍ତ୍ତମାନ ସ୍ଥିତିରେ ଦେଖିଲେ, ପାକିସ୍ତାନ ସରକାର ଏବଂ ସେନା ମୁହାଁମୁହିଁ ସ୍ଥିତିରେ । ଉଭୟଙ୍କ ମଧ୍ୟରେ ଜବରଦସ୍ତ ଟେନସନ । ଏପରି ସାଂଘାତିକ ପରିସ୍ଥିତିରେ ବି ପାକ ସରକାର ଯାହା ଚାହୁଁଛନ୍ତି, ସେନା ଏହାକୁ ମାନିବାକୁ ପ୍ରସ୍ତୁତ ନୁହେଁ । ଉଭୟଙ୍କ ରାସ୍ତା ଯେମିତି ଅଲଗା । ବୋଧହୁଏ ବିଶ୍ୱରେ ଏମିତି କୌଣସି ଦେଶ ନାହିଁ ଯେଉଁଠି ସେନା ଓ ସରକାର ସବୁବେଳେ ପରସ୍ପର ବିରୋଧରେ ଥାଆନ୍ତି । କୁହାଯାଏ, ପାକିସ୍ତାନର କ୍ଷମତାକୁ ଆସିଥିବା ଯେ କୌଣସି ସରକାର ସବୁଠାରୁ ବେଶି ଯଦି କାହାକୁ ଭୟ କରୁଥାନ୍ତି ତେବେ ସେ ହେଉଛି ଦେଶର ସେନାବାହିନୀ ।

ଦେଶରେ ବାରମ୍ବାର ସାମରିକ ବିଦ୍ରୋହ

ଏ ଦେଶରେ ଅନେକ ସାମରିକ ବିଦ୍ରୋହ ଦେଖା ଦେଇଛି । ଏ ସାମରିକ ପରିବର୍ତ୍ତନ ସରକାରଙ୍କୁ ଗାଦିଚ୍ୟୂତ କରିଛି । ପାକିସ୍ତାନର ଇତିହାସ ଏହାର ସାକ୍ଷୀ ରହିଛି । ଜେନେରାଲ ଆୟୁବ ଖାନ (୧୯୫୮-୧୯୬୯), ଜେନେରାଲ ୟାହିଆ ଖାନ (୧୯୬୯-୧୯୭୧), ଜେନେରାଲ ଜିଆ-ଉଲ-ହକ୍ (୧୯୭୭-୧୯୮୮) ଏବଂ ଜେନେରାଲ ପରଭେଜ ମୁଶାରଫ (୧୯୯୯-୨୦୦୮) ଭଳି ସେନାମୁଖ୍ୟମାନେ ତତ୍କାଳୀନ ସରକାରଙ୍କୁ ଗାଦିଚ୍ୟୂତ କରି ନିଜେ ଧରିଥିଲେ ଶାସନର କମାଣ । ଦୀର୍ଘ ସମୟ ଧରି ଏମାନେ ଦେଶକୁ ଶାସନ କରିଥିଲେ । ଏହି ବିଦ୍ରୋହ ସେନାକୁ ଏପରି ଏକ ଶକ୍ତି ଭାବରେ ପରିଣତ କରିଦେଲା ଯାହା ସରକାର ଉପରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଲାଗିଲା ।

କାହିଁକି ପାକ ସେନାର ପ୍ରାଧାନ୍ୟ ବଢୁଛି

ପାକିସ୍ତାନ ସେନା କେବଳ ସୈନ୍ୟବଳ ଭାବେ କାମ କରେନି । ବରଂ ଦେଶର ଆର୍ଥିକ, ସାମାଜିକ କ୍ଷେତ୍ରରେ ଏହାର ବହୁତ ଅଧିକ ପ୍ରଭାବ ରହିଛି । ସେନା ଅନେକ ପ୍ରକାର ବ୍ୟବସାୟରେ ମଧ୍ୟ ସଂପୃକ୍ତ । ଯେମିତି ରିୟଲ ଇଷ୍ଟେଟ, ଫର୍ଟିଲାଇଜର ଏବଂ ଅନ୍ୟାନ୍ୟ ଶିଳ୍ପରେ ସେନାର ସଂପୃକ୍ତି ରହିଛି । ଏହାଦ୍ୱାରା ସେନାକୁ ଆର୍ଥିକ ସ୍ୱାୟତ୍ତତା ମିଳିଥାଏ ଏବଂ ଅର୍ଥ ପାଇଁ ସରକାରଙ୍କ ଉପରେ ନିର୍ଭର କରିବାକୁ ପଡି ନ ଥାଏ ।

ଆଇଏସଆଇର ନିୟନ୍ତ୍ରଣରେ ପାକ ସେନା

ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ସେନା ଅଧୀନରେ ରହିଛି । ହେଲେ ସରକାର ଉପରେ ଏବଂ ରାଜନୈତିକ କାର୍ଯ୍ୟକଳାପରେ ଆଇଏସଆଇର ଗଭୀର ପ୍ରଭାବ ରହିଛି । ଏପରିକି ସରକାରକୁ ନିୟନ୍ତ୍ରଣ କରିବାରେ କିମ୍ବା ଦେଶରେ ଅସ୍ଥିରତା ସୃଷ୍ଟ କରିବାରେ ଆଇଏସଆଇର ଭୂମିକା ସବୁବେଳେ ରହିଥାଏ ।

ସେନା ସାମ୍ନାରେ ସବୁବେଳେ ଦୁର୍ବଳ ରାଜନୈତିକ ଦଳ

ପାକିସ୍ତାନରେ ରାଜନୈତିକ ଦଳ ଏବଂ ନେତାମାନେ ସାଧାରଣତଃ ସେନା ସାମ୍ନାରେ ଦୁର୍ବଳ ହୋଇପଡନ୍ତି । ଚେଷ୍ଟା କରି ବି ରାଜନେତା ବା ସରକାର ଶକ୍ତିଶାଳୀ ହୋଇ ପାରନ୍ତିନି । ଯଦି ବି କେବେ ଶକ୍ତିଶାଳୀ ହେବାକୁ ଚେଷ୍ଟା କରନ୍ତି, ତେବେ ସେନା ସେମାନଙ୍କର ପକ୍ଷ ଛେଦନ କରି ଦିଏ । ଠିକ ଏମିତି ଘଟିଥିଲା ଇମ୍ରାନ ଖାନଙ୍କ କ୍ଷେତ୍ରରେ । ଥରେ ନୁହେଁ, ଅନେକ ଥର ଲୋକତାନ୍ତ୍ରିକ ସରକାରକୁ କ୍ଷମତାଚ୍ୟୁତ କରି ସେନାମୁଖ୍ୟ ନିଜକୁ ଦେଶର ସର୍ବେସର୍ବା ଘୋଷଣା କରିଛନ୍ତି । ସେଥିପାଇଁ ଏ ଦେଶରେ ସରକାର ତା’ର ସେନାବାହିନୀକୁ ସବୁବେଳେ ଡରି ଡରି ରହିଥାଏ ।

କହିବାକୁ ଗଲେ ରାଜନୈତିକ ଦୁର୍ବଳତା ସେନାର ଶକ୍ତିଶାଳୀ ହେବା ପଥକୁ ଆହୁରି ସୁଗମ କରିଛି। ସେତିକି ନୁହେଁ, ବିଦେଶ ନୀତି ବିଶେଷ କରି ଭାରତ, ଆଫଗାନିସ୍ତାନ, ଆମେରିକା ସହ ସମ୍ପର୍କ ମାମଲାରେ ମଧ୍ୟ ସେନାର ଦବଦବା ରହିଛି । ସରକାର ଏହି ମାମଲାରେ ସେନାର ଅନୁମତି ବିନା କୌଣସି ବଡ ପଦକ୍ଷେପ ନେଇ ପାରିବେ ନାହିଁ । ଏହାବ୍ୟତୀତ ମିଡିଆ ଏବଂ ଜନମତ ଉପରେ ସେନାର ପ୍ରଭାବ ରହିଛି ।

କେମିତି ରହିଛି ଶାହବାଜ ସରକାର ସହ ସେନାର ସମ୍ପର୍କ ?

କୁହାଯାଉଛି, ଶାହବାଜ ସରିଫ ସରକାର ଏବଂ ପାକିସ୍ତାନ ସେନା ମଧ୍ୟରେ ମତାନ୍ତର, ମନାନ୍ତର ଚରମ ସୀମାରେ ପହଞ୍ଚିଛି । ମୁଖ୍ୟତଃ ଭାରତ ସହିତ ଦେଖା ଦେଇଥିବା ସାମ୍ପ୍ରତିକ ଉତ୍ତେଜନା, ସେନା ଭିତରେ ଥିବା ଅସନ୍ତୋଷ ଏବଂ ସରକାରଙ୍କ ଦୁର୍ବଳ ସ୍ଥିତିରୁ ଏହି ମତାନ୍ତର-ମନାନ୍ତର ସୃଷ୍ଟି ହୋଇଛି । କିଛି X ପୋଷ୍ଟରେ ଏପରି ଦାବି କରାଯାଇଛି ଯେ, ସେନା ସରକାରଙ୍କ ନିଷ୍ପତ୍ତିକୁ ନିୟନ୍ତ୍ରଣ କରୁଛି ଏବଂ ଶାହବାଜ ସରିଫ ବ୍ୟାକଫୁଟରେ ଅଛନ୍ତି । କେତେବେଳେ ବି ସରକାରରେ ପରିବର୍ତ୍ତନ ଆସିପାରେ ଏମିତି ଆଶଙ୍କା ବି କରାଯାଉଛି ।

Government Pakistan Army Chief Pak Army
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ