Advertisment

Pak Diplomat's 'Nuclear' Threat: ପାକିସ୍ତାନୀ ରାଷ୍ଟ୍ରଦୂତଙ୍କ ଧମକ...ଯଦି ଭାରତ ସିନ୍ଧୁ ନଦୀ ପାଣି ବନ୍ଦ କରେ, ଆମେ ପରମାଣୁ ଆକ୍ରମଣ କରି ଦେବୁ ଜବାବ

ଋଷ ଗଣମାଧ୍ୟମରେ ଜମିଲ କହିଛନ୍ତି ଯେ ପାକିସ୍ତାନ ପାରମ୍ପରିକ ଏବଂ ପରମାଣୁ ଅସ୍ତ୍ର ସମେତ ଯେକୌଣସି ଆକ୍ରମଣର ପୂର୍ଣ୍ଣ ବଳରେ ଜବାବ ଦେବ ।

ଅଦ୍ୟତନ ହୋଇଛି
ପାକ୍‌ ପୁଣି ଦେଲା ପରମାଣୁ ଆକ୍ରମଣ ଧମକ

ପାକ୍‌ ପୁଣି ଦେଲା ପରମାଣୁ ଆକ୍ରମଣ ଧମକ

Advertisment

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଦିନକୁ ଦିନ ଉଭୟ ଦେଶଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ପାକିସ୍ତାନ ପୁଣି ଥରେ ପରମାଣୁ ଆକ୍ରମଣ ଧମକ ଦେଇଛି । ଋଷରେ ଅବସ୍ଥାପିତ ପାକିସ୍ତାନର ରାଷ୍ଟ୍ରଦୂତ ମହମ୍ମଦ ଖାଲିଦ ଜମାଲି ଧମକ ଦେଇଛନ୍ତି ଯେ ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ କିମ୍ବା ସିନ୍ଧୁ ନଦୀର ଜଳ ଯୋଗାଣ ବନ୍ଦ କରେ ତେବେ ପାକିସ୍ତାନ କେବଳ ପାରମ୍ପରିକ ନୁହେଁ ବରଂ ପରମାଣୁ ଅସ୍ତ୍ର ସହିତ ମଧ୍ୟ ଜବାବ ଦେବ ବୋଲି ପାକ୍‌ ରାଷ୍ଟ୍ରଦୂତ କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ପାକିସ୍ତାନ ଉପରେ ଭାରତ ପକାଇଲା ବାଣିଜ୍ୟିକ ବୋମା

ଋଷର ଏକ ଗଣମାଧ୍ୟମ ଚ୍ୟାନେଲରେ ଆଲୋଚନା ସମୟରେ ପାକିସ୍ତାନୀ ରାଷ୍ଟ୍ରଦୂତ କହିଛନ୍ତି, ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଯୋଜନା ବିଷୟରେ ଆମ ପାଖରେ ଦୃଢ଼ ସୂଚନା ଅଛି । ଖାଲିଦ ଜମାଲି ଦାବି କରିଛନ୍ତି ଯେ ପାକିସ୍ତାନର କିଛି ଅଞ୍ଚଳରେ ଆକ୍ରମଣ ଯୋଜନା ରହିଛି ବୋଲି କିଛି ଲିକ୍ ହୋଇଥିବା ଦସ୍ତାବିଜରୁ ସୂଚନା ମିଳିଛି । ତେବେ ପାକିସ୍ତାନ ଉପରେ ଯେକୌଣସି ସମୟରେ ଆକ୍ରମଣ ହୋଇପାରେ ବୋଲି ସେ କହିଛନ୍ତି ।

ଋଷ ଗଣମାଧ୍ୟମରେ ଜମିଲ କହିଛନ୍ତି ଯେ ପାକିସ୍ତାନ ପାରମ୍ପରିକ ଏବଂ ପରମାଣୁ ଅସ୍ତ୍ର ସମେତ ଯେକୌଣସି ଆକ୍ରମଣର ପୂର୍ଣ୍ଣ ବଳରେ ଜବାବ ଦେବ । ସିନ୍ଧୁ ଜଳ ଚୁକ୍ତିନାମା ବନ୍ଦ କରିବା ପାଇଁ ଭାରତର ନିଷ୍ପତ୍ତି ଉପରେ ଜମାଲି କହିଛନ୍ତି ଯେ ଯଦି ଭାରତ ତଳମୁଣ୍ଡର ଜଳକୁ ବନ୍ଦ କରେ ତେବେ ଏହାକୁ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ ବୋଲି ବିବେଚନା କରାଯିବ। ଏବଂ ଏହାର ଜବାବ ଦିଆଯିବ ବୋଲି ପାକିସ୍ତାନ ରାଷ୍ଟ୍ରଦୂତ କହିଛନ୍ତି ।

Advertisment

ଜମାଲି ଏହା ମଧ୍ୟ କହିଥିଲେ ଯେ ଭାରତ ଏବଂ ପାକିସ୍ତାନ ଉଭୟ ପରମାଣୁ ଶକ୍ତିଶାଳୀ, ତେଣୁ ଉତ୍ତେଜନା ହ୍ରାସ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କାଶ୍ମୀର ଆକ୍ରମଣର ଏକ ନିରପେକ୍ଷ ଏବଂ ବିଶ୍ୱସନୀୟ ଅନ୍ତର୍ଜାତୀୟ ତଦନ୍ତ ଦାବିକୁ ଦୋହରାଇଥିଲେ ।

ଅଧିକ ପଢ଼ନ୍ତୁ: କଲମ୍ବୋ ବିମାନରେ ପହଲଗାମ ଆତଙ୍କବାଦୀ ଥିବା ସନ୍ଦେହ, ସର୍ଚ୍ଚ ଅପରେସନ କଡାକଡି

Advertisment
India Pakistan Nuclear Threat Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ