Advertisment

Russia Supports India Against Terrorism: ଆତଙ୍କବାଦ ବିରୋଧୀ ଲଢେଇରେ ଭାରତକୁ ଋଷିଆର ପୂର୍ଣ୍ଣ ସମର୍ଥନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡା ନିନ୍ଦା କରିବା ସହିତ ଭାରତର ଆତଙ୍କବାଦୀ ବିରୋଧି ଅଭିଯାନରେ ଋଷ ପୂର୍ଣ୍ଣ ସମର୍ଥନ କରିବ ବୋଲି କହିଛନ୍ତି ।

ଅଦ୍ୟତନ ହୋଇଛି
India-Pakistan Conflict

India-Pakistan Conflict

Advertisment

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ । ପହଲଗାମ୍ ହମଲାର ଆତଙ୍କୀମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପୀଡିତଙ୍କୁ ନ୍ୟାୟ ଦେବା ପାଇଁ କହିଛନ୍ତି । ଗତ ଏପ୍ରିଲ୍ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ପୁଟିନ୍ କଡା ନିନ୍ଦା କରିବା ସହିତ ଆତଙ୍କବାଦ ବିରୋଧରେ ଲଢେଇ କରିବାକୁ ଭାରତକୁ ସମସ୍ତ ପ୍ରକାର ସହଯୋଗ କରିବ ବୋଲି କହିଛନ୍ତି । ଏ ନେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧିର ଜୟସ୍ୱାଲ କହିଛନ୍ତି । 

Advertisment

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ରଣଧିର ଜୟସ୍ୱାଲ କହିଛନ୍ତି ଯେ, ‘‘ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଫୋନ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କଥା ହେବା ସହ ପହଲଗାମରେ ଆତଙ୍କୀ ଆକ୍ରମଣକୁ କଡା ନିନ୍ଦା କରିଛନ୍ତି । ନୀରିହ ଲୋକଙ୍କ ଜୀବନ ଯାଇ ଥିବାରୁ ସେ ଶୋକବ୍ୟକ୍ତ କରିବା ସହିତ ଆତଙ୍କବାଦ ବିରୋଧରେ ଲଢେଇ କରିବାକୁ ଭାରତକୁ ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି । ଏହି ଘଟଣାରେ ଜଡିତ ଥିବା ଆକ୍ରମଣକାରୀ ଓ ତାଙ୍କ ସମର୍ଥକମାନଙ୍କୁ ଦଣ୍ଡିତ କରିବା ସହିତ ପୀଡିତଙ୍କ ପରିବାରକୁ ନ୍ୟାୟ ଯୋଗାଇବାକୁ ଗୁରୁତ୍ୱାରୋପ କରିଛନ୍ତି ।’’

ଉଭୟ ନେତା ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ରଣନୀତିକୁ ସୁଦୃଢ କରିବା ଦିଗରେ ଆଲୋକପାତ କରିଥିଲେ । ଋଷିଆର ୮୦ତମ ବିଜୟ ଦିବସ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇବା ସହିତ ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆମନ୍ତ୍ରଣ କରିଛନ୍ତି । 

Advertisment

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀ ଉପରେ ସୋଭିଏତ୍ ୟୁନିୟନର ବିଜୟକୁ ୮୦ ବର୍ଷ ପୂର୍ତି ଅବସରରେ ବିଜୟ ପାଳନ ଉତ୍ସବରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ , ଯଦିଓ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟିଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ବାତିଲ କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ତାଙ୍କ ଗସ୍ତ ବାତିଲ କରିପାରନ୍ତି । ତେଣୁ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ୍ ଭାରତ ପକ୍ଷରୁ ଯୋଗ ଦେବେ ବୋଲି ସୂଚନା ମିଳିଛି । ଏହି ବିଜୟ ଦିବସ ଋଷିଆ ପାଇଁ ଗୌରବର ମୁହୁର୍ତ ଏବଂ ଏଥିରେ ବହୁ ବିଶ୍ୱ ନେତାମାନେ ଯୋଗ ଦେବେ ।

ସୂଚନାଯୋଗ୍ୟ, ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଥର ଋଷିଆ ଗସ୍ତ କରିଥିଲେ । ବାର୍ଷିକ ଶିଖର ସମ୍ମିଳନୀ ଓ କାଜାନରେ ଅନୁଷ୍ଠିତ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ଋଷିଆ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

Advertisment

ପୁଟିନ୍ ପୂର୍ବରୁ ମଧ୍ୟ ପହଲଗାମ ଆକ୍ରମଣକୁ ବର୍ବର କାଣ୍ଡ ବୋଲି କହିବା ସହ ଏହି ଘଟଣାକୁ କଡା ନିନ୍ଦା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ ଏବଂ ପାତାଳରେ ଲୁଚିଥିଲେ ବି ଆତଙ୍କୀଙ୍କୁ ଖୋଜି ବାହାର କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏହା ସହ ଯେକୌଣସି ପରିସ୍ଥିତିରେ ପହଲଗାମ ଆତଙ୍କୀଙ୍କୁ ଦୃଢ ଜବାବ ଦେବା ପାଇଁ ସଶସ୍ତ୍ର ବାହିନୀକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ । ଅନ୍ୟପଟେ ଭାରତ ଯେକୌଣସି ମୁହୂର୍ତରେ ଆକ୍ରମଣ କରିପାରେ ବୋଲି ପାକିସ୍ତାନ ଆଶଙ୍କା କରି ନିଜ ପ୍ରସ୍ତୁତି ଚଳାଇଛି । 

Narendra Modi Russia PM Narendra Modi Vladimir Putin
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ