Advertisment

ରେଳ ଧାରଣାରେ ୪ ହଜାର କିମି ଚାଲି ଚାଲି ଗଲେ ବୃଦ୍ଧ

ବୟସ କେବଳ ଏକ ସଂଖ୍ୟା। ନାମ ଆଉ ଗ୍ରାମ ପରି ବୟସ ମଧ୍ୟ ମଣିଷର ଏକ ପରିଚୟ। ବୟସ ଶରୀର ପାଇଁ ବେଡି ନୁହେଁ। ବୟସ ପାଇଁ କୌଣସି କାମ ଅଟକି ଯାଏନି। ଯଦି ଇଚ୍ଛାଶକ୍ତି ଥାଏ, କରିବାର ଆନ୍ତରିକତା ଥାଏ ତେବେ ବୟସ ଯେତେ ହେଉ ନା କାହିଁକି ମଣିଷ ତାହା କରି ଦେଖାଇଥାଏ। ଏହାର ଏକ ଉଦାହରଣ ହେଉଛନ୍ତି ୭୧ ବର୍ଷ ବୟସର ଏହି ବ୍ୟକ୍ତି ଜଣକ।

ଅଦ୍ୟତନ ହୋଇଛି
A 71 year old man completed a 4000 kilometre long trail in the US.

A 71 year old man completed a 4000 kilometre long trail in the US.

Advertisment

ବୟସ କେବଳ ଏକ ସଂଖ୍ୟା। ନାମ ଆଉ ଗ୍ରାମ ପରି ବୟସ ମଧ୍ୟ ମଣିଷର ଏକ ପରିଚୟ। ବୟସ ଶରୀର ପାଇଁ ବେଡି ନୁହେଁ। ବୟସ ପାଇଁ କୌଣସି କାମ ଅଟକି ଯାଏନି। ଯଦି ଇଚ୍ଛାଶକ୍ତି ଥାଏ, କରିବାର ଆନ୍ତରିକତା ଥାଏ ତେବେ ବୟସ ଯେତେ ହେଉ ନା କାହିଁକି ମଣିଷ ତାହା କରି ଦେଖାଇଥାଏ। ଏହାର ଏକ ଉଦାହରଣ ହେଉଛନ୍ତି ୭୧ ବର୍ଷ ବୟସର ଏହି ବ୍ୟକ୍ତି ଜଣକ। ପାଟ୍‌ ନାମରେ ପରିଚିତ ଆମେରିକାର ଏହି ବ୍ୟକ୍ତଙ୍କୁ ଆପଣ ଭେଟିବେ ରେଳ ଲାଇନରେ। ରେଳ ଲାଇନ୍‌ରେ ଚାଲୁଛନ୍ତି ଯେ ଚାଲୁଛନ୍ତି। ତାଙ୍କ ଚାଲିବା ଶେଷ ହେଉନି। ଏମିତି ଚାଲି ଚାଲି ସେ ଅତିକ୍ରମ କରି ପାରିଛନ୍ତି ୪, ୨୬୯ କିମି। ପାଟ୍‌ଙ୍କର ଚାଲିବାର ଏକ ଭିଡିଓ ଇନ୍‌ଷ୍ଟ୍ରାଗ୍ରାମ୍‌ରେ ସେୟାର କରାଯିବା ପରେ ଏହା ଭାଇରାଲ ହୋଇଛି। ଭିଡିଓକୁ ଅଟି ଏବଂ କ୍ରିସ ନାମଧାରୀ ଏକ ଦମ୍ପତି ଇନ୍‌ଷ୍ଟାଗ୍ରାମରେ ସେୟାର କରିଥିଲେ। ୬ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ଦେଖି ସାରିଲେଣି।

Advertisment

ଭିଡିଓରେ ଦେଖିବାକୁ ମିଳିଛି, ପାଟ୍‌ କାନ୍ଧରେ ଏକ ରକଶ୍ୟାକ୍‌ ବ୍ୟାଗ ପକାଇ ପେସିଫିକ କ୍ରେଷ୍ଟ ଟ୍ରେଲ୍‌ର ରେଳ ଧାରଣା କଡେକଡେ ଚାଲି ଚାଲି ଯାଉଛନ୍ତି। ଏହି ସମୟରେ ଷ୍ଟେହକିନ୍‌ ନିକଟରେ ପାଟ୍‌ଙ୍କୁ ଭେଟିଥିଲେ ଏହି ଦମ୍ପତି ଅଟି ଏବଂ କ୍ରିସ୍‌। ନର୍ଦ୍ଦନ ଟର୍ମିନସ୍‌ଠାରୁ ଏହା ମାତ୍ର ୧୨୮ କିମି ଦୂର। ଭିଡିଓଟି ସେୟାର କରି ଏହି ଦମ୍ପତି ଲେଖିଛନ୍ତି, ଏପରି ଖୁବ କମ ଲୋକ ଥିବେ ଯିଏ କି ୭୧ ବର୍ଷ ବୟସରେ ଏପରି କାମ କରିପାରିବେ। ଆମେ ତାଙ୍କୁ ଷ୍ଟେହକିନ୍‌ ପରେ ଆଉ ଦେଖିନୁ। ତାଙ୍କ ଯାତ୍ରା ଶେଷର କିଛି ଦିନ ପୂର୍ବରୁ ଆମେ ତାଙ୍କୁ ଦେଖିଥିଲୁ। ତାଙ୍କର ସୁନାପରି ହୃଦୟ ଆଉ ଦୟାଳୁ ଆତ୍ମା ରହିଛି । ସେ କେବେ ନିରାଶ ହୁଅନ୍ତିନି । ସେ ଜଣେ ଆଶାବାଦୀ ମଣିଷ ଏବଂ ଧୈର୍ଯ୍ୟ ତାଙ୍କର ଅସୀମ।’ ଏଥି ସହିତ ସେ ଆହୁରି ଲେଖିଛନ୍ତି ‘ ଆମକୁ ପ୍ରେରଣା ଦେଇଥିବାରୁ ଧନ୍ୟବାଦ ପାଟ୍‌।’

ସୋସିଆଲ ମିଡିଆ ୟୁଜର୍ସମାନେ ପାଟ୍‌ଙ୍କୁ ଦେଖି ଖୁବ ପ୍ରଭାବିତ ହୋଇଛନ୍ତି। ତାଙ୍କର ପାଦ ଏବଂ ଇଚ୍ଛାର ଶକ୍ତିକୁ ଖୁବ ପ୍ରଶଂସା କରିଛନ୍ତି। ଅନ୍ୟଜଣେ ୟୁଜର୍ସ ଭିଡିଓ ତଳେ କ୍ୟାପ୍‌ସନ ଭାବେ ଖିଛନ୍ତି, ସୋସିଆଲ ମିଡିଆରେ ପୋଷ୍ଟ ହେଉଥିବା ୯୫ ପ୍ରତିଶତ ଗାର୍ବେଜ ତୁଳନାରେ ପ୍ରେରଣାଦାୟୀ ଯାହା ଜୀବନର ଲକ୍ଷ୍ୟ ଏବଂ ଭାବପ୍ରବଣତାର ବାର୍ତ୍ତା ଦେଇଥାଏ। ଅନ୍ୟଜଣେ ୟୁଜର୍ସ କହିଛନ୍ତି, ‘ଜୀବନର ସୁନ୍ଦର ଅନୁଭୂତି ସାଉଁଟିଛନ୍ତି।’

Advertisment
Inspiring Story Old Man Good News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ